ଜେଡ୍‌ସିଟିରେ ୧୦୦ ନିୟୁତ ଡଲାର ବିନିଯୋଗ କରିବ ଫିନେଷ୍ଟ

ଭୁବନେଶ୍ୱର,୧୪।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବିଏନ୍‌ପି ଗ୍ରୁପ୍‌ ଅଧୀନରେ ଥିବା ଏକ ପ୍ରତିଷ୍ଠିତ ଘରୋଇ ଇକ୍ୱିଟି ନିବେଶ କମ୍ପାନୀ ଫିନେଷ୍ଟ ଜିରୋ କାର୍ବନ ଟେକ୍ନୋଲୋଜି (ଜେଡ୍‌ସିଟି)ରେ ୧୦୦ ନିୟୁତ ଡଲାରର ଷ୍ଟ୍ରାଟେଜିକ୍‌ ଇକ୍ୱିଟି ନିବେଶ କରିବ ବୋଲି କମ୍ପାନୀ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ଏପରିକି ପୁରୁଣା ଲିଡ୍‌ ଏସିଡ୍‌ ଏବଂ ଲିଥିୟମ-ଆୟନ ବ୍ୟାଟେରିଗୁଡିକର ନବୀକରଣ କ୍ଷେତ୍ରରେ କମ୍ପାନୀ ଏକ ପ୍ରକାର ବୈପ୍ଳବିକ ପରିବର୍ତ୍ତନ ଆଣିଛି। ବିଶେଷକରି ଓଡ଼ିଶାର ଗଞ୍ଜାମ ଜିଲାରେ ହାଇଡ୍ରୋଜେନ୍‌ ଆଧାରିତ ଡୁଆଲ୍‌ ଇନ୍ଧନ ଇଭି ଟ୍ରକ୍‌ ଉପତ୍ାଦନ ୟୁନିଟ୍‌ ଏବଂ ବାୟୋଡିଗ୍ରେଡେବଲ୍‌ ବ୍ୟାଗ୍‌ ଉପତ୍ାଦନ ୟୁନିଟ୍‌ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ କରିଥିବା ଫିନେଷ୍ଟ୍‌ ଏହି ଜିରୋ କାର୍ବନ ଟେକ୍ନୋଲୋଜି କମ୍ପାନୀକୁ ମଧ୍ୟ ଓଡ଼ିଶା ଆଣିବା ପାଇଁ ଯୋଜନା କରିଛି। ସେହିଭଳି ଅକ୍ଷୟ ଶକ୍ତି ଉପତ୍ାଦନ ଓ ବ୍ୟବହାର ପାଇଁ ଉଚ୍ଚ ସମ୍ଭାବନା ଥିବା ଓଡ଼ିଶାରେ ସ୍ବଚ୍ଛ ଶକ୍ତି ସମାଧାନର ବିକାଶରେ ସହଯୋଗ କରିବା ଲାଗି ଫିନେଷ୍ଟ୍‌ ଲକ୍ଷ୍ୟ ରଖିଛି।

ଏ ସମ୍ପର୍କରେ ଫିନେଷ୍ଟ୍‌ର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ କହିଛନ୍ତି, ଆମେ ଜେଡ୍‌ସିଟି ସହ ଭାଗୀଦାରି କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ସ୍ଥାୟିତ୍ୱ ଏବଂ ଅଭିନବତାର ଦୃଷ୍ଟିକୋଣକୁ ଏହା ସମର୍ଥନ କରିଥାଏ। ଏପରିକି ଓଡ଼ିଶାରେ ବ୍ୟାଟେରି ଶିଳ୍ପର ପରିବର୍ତ୍ତନ ଆଣିବା ଏବଂ ପରିବେଶ ଓ ସମାଜ ଉପରେ ସକାରାମତ୍କ ପ୍ରଭାବ ସୃଷ୍ଟି କରିବା ପାଇଁ ଜେଡ୍‌ସିଟିର ସାମର୍ଥ୍ୟ ରହିଛି ବୋଲି ଆମେ ବିଶ୍ୱାସ କରୁଛୁ। ଜେଡ୍‌ସିଟିର ଅଭିବୃଦ୍ଧି ଓ ବିକାଶରେ ଆମେ ସହଯୋଗ କରିବାକୁ ଚାହୁଁଛୁ ବୋଲି ବିଶ୍ୱନାଥ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହା କେବଳ ଫିନେଷ୍ଟ୍‌ ଏବଂ ଜେଡ୍‌ସିଟି ନୁହେଁ, ବ୍ୟାଟେରି ଶିଳ୍ପ ଏବଂ ପରିବେଶ ପାଇଁ ମଧ୍ୟ ଏକ ଏତିହାସିକ ଚୁକ୍ତି ହୋଇଥିବାବେଳେ ଆମେ ଏହି ଅଭିନବ ଏବଂ ଦୀର୍ଘସ୍ଥାୟୀ ଉଦ୍ୟୋଗର ଅଂଶ ହୋଇ ଗର୍ବ ଅନୁଭବ କରୁଛୁ, ଯାହା ସମସ୍ତ ଅଂଶୀଦାରଙ୍କୁ ଉପକୃତ କରିବ।

ବ୍ୟାଟେରି ରିସାଇକ୍ଲିଂ ବଜାରରେ ଜେଡ୍‌ସିଟିର ଏକ ଅଗ୍ରଣୀ ନାମ ଏବଂ ଓଡ଼ିଶାର ଅର୍ଥନୀତିକୁ ଲୋ-କାର୍ବନ ଅର୍ଥନୀତିରେ ରୂପାନ୍ତରଣ କରିବ ବୋଲି ଫିନେଷ୍ଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ କର ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଲଣ୍ଡନର ପ୍ରତିଷ୍ଠିତ କାର୍ଲଟନ୍‌ କ୍ଲବଠାରେ ଉଭୟ ସଂସ୍ଥା ମଧ୍ୟରେ ଏହି ଏତିହାସିକ ଚୁକ୍ତିକୁ ଅନୁଷ୍ଠାନିକ ରୂପ ଦିଆଯାଇଥିଲା, ଯେଉଁଠାରେ ଜେଡ୍‌ସିଟିର ଅଧ୍ୟକ୍ଷ ସାର୍‌ ଟୋନି ବାଲ୍‌ଡ୍ରି ଏବଂ ଫିନେଷ୍ଟର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକଙ୍କ ଉପସ୍ଥିତିରେ ଫିନେଷ୍ଟ୍‌ ଏବଂ ଜେଡ୍‌ସିଟିର ପ୍ରତିନିଧିମାନେ ଉକ୍ତ ଚୁକ୍ତିରେ ସ୍ବାକ୍ଷର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri