ଜେଡ୍‌ସିଟିରେ ୧୦୦ ନିୟୁତ ଡଲାର ବିନିଯୋଗ କରିବ ଫିନେଷ୍ଟ

ଭୁବନେଶ୍ୱର,୧୪।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବିଏନ୍‌ପି ଗ୍ରୁପ୍‌ ଅଧୀନରେ ଥିବା ଏକ ପ୍ରତିଷ୍ଠିତ ଘରୋଇ ଇକ୍ୱିଟି ନିବେଶ କମ୍ପାନୀ ଫିନେଷ୍ଟ ଜିରୋ କାର୍ବନ ଟେକ୍ନୋଲୋଜି (ଜେଡ୍‌ସିଟି)ରେ ୧୦୦ ନିୟୁତ ଡଲାରର ଷ୍ଟ୍ରାଟେଜିକ୍‌ ଇକ୍ୱିଟି ନିବେଶ କରିବ ବୋଲି କମ୍ପାନୀ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ଏପରିକି ପୁରୁଣା ଲିଡ୍‌ ଏସିଡ୍‌ ଏବଂ ଲିଥିୟମ-ଆୟନ ବ୍ୟାଟେରିଗୁଡିକର ନବୀକରଣ କ୍ଷେତ୍ରରେ କମ୍ପାନୀ ଏକ ପ୍ରକାର ବୈପ୍ଳବିକ ପରିବର୍ତ୍ତନ ଆଣିଛି। ବିଶେଷକରି ଓଡ଼ିଶାର ଗଞ୍ଜାମ ଜିଲାରେ ହାଇଡ୍ରୋଜେନ୍‌ ଆଧାରିତ ଡୁଆଲ୍‌ ଇନ୍ଧନ ଇଭି ଟ୍ରକ୍‌ ଉପତ୍ାଦନ ୟୁନିଟ୍‌ ଏବଂ ବାୟୋଡିଗ୍ରେଡେବଲ୍‌ ବ୍ୟାଗ୍‌ ଉପତ୍ାଦନ ୟୁନିଟ୍‌ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ କରିଥିବା ଫିନେଷ୍ଟ୍‌ ଏହି ଜିରୋ କାର୍ବନ ଟେକ୍ନୋଲୋଜି କମ୍ପାନୀକୁ ମଧ୍ୟ ଓଡ଼ିଶା ଆଣିବା ପାଇଁ ଯୋଜନା କରିଛି। ସେହିଭଳି ଅକ୍ଷୟ ଶକ୍ତି ଉପତ୍ାଦନ ଓ ବ୍ୟବହାର ପାଇଁ ଉଚ୍ଚ ସମ୍ଭାବନା ଥିବା ଓଡ଼ିଶାରେ ସ୍ବଚ୍ଛ ଶକ୍ତି ସମାଧାନର ବିକାଶରେ ସହଯୋଗ କରିବା ଲାଗି ଫିନେଷ୍ଟ୍‌ ଲକ୍ଷ୍ୟ ରଖିଛି।

ଏ ସମ୍ପର୍କରେ ଫିନେଷ୍ଟ୍‌ର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ କହିଛନ୍ତି, ଆମେ ଜେଡ୍‌ସିଟି ସହ ଭାଗୀଦାରି କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ସ୍ଥାୟିତ୍ୱ ଏବଂ ଅଭିନବତାର ଦୃଷ୍ଟିକୋଣକୁ ଏହା ସମର୍ଥନ କରିଥାଏ। ଏପରିକି ଓଡ଼ିଶାରେ ବ୍ୟାଟେରି ଶିଳ୍ପର ପରିବର୍ତ୍ତନ ଆଣିବା ଏବଂ ପରିବେଶ ଓ ସମାଜ ଉପରେ ସକାରାମତ୍କ ପ୍ରଭାବ ସୃଷ୍ଟି କରିବା ପାଇଁ ଜେଡ୍‌ସିଟିର ସାମର୍ଥ୍ୟ ରହିଛି ବୋଲି ଆମେ ବିଶ୍ୱାସ କରୁଛୁ। ଜେଡ୍‌ସିଟିର ଅଭିବୃଦ୍ଧି ଓ ବିକାଶରେ ଆମେ ସହଯୋଗ କରିବାକୁ ଚାହୁଁଛୁ ବୋଲି ବିଶ୍ୱନାଥ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହା କେବଳ ଫିନେଷ୍ଟ୍‌ ଏବଂ ଜେଡ୍‌ସିଟି ନୁହେଁ, ବ୍ୟାଟେରି ଶିଳ୍ପ ଏବଂ ପରିବେଶ ପାଇଁ ମଧ୍ୟ ଏକ ଏତିହାସିକ ଚୁକ୍ତି ହୋଇଥିବାବେଳେ ଆମେ ଏହି ଅଭିନବ ଏବଂ ଦୀର୍ଘସ୍ଥାୟୀ ଉଦ୍ୟୋଗର ଅଂଶ ହୋଇ ଗର୍ବ ଅନୁଭବ କରୁଛୁ, ଯାହା ସମସ୍ତ ଅଂଶୀଦାରଙ୍କୁ ଉପକୃତ କରିବ।

ବ୍ୟାଟେରି ରିସାଇକ୍ଲିଂ ବଜାରରେ ଜେଡ୍‌ସିଟିର ଏକ ଅଗ୍ରଣୀ ନାମ ଏବଂ ଓଡ଼ିଶାର ଅର୍ଥନୀତିକୁ ଲୋ-କାର୍ବନ ଅର୍ଥନୀତିରେ ରୂପାନ୍ତରଣ କରିବ ବୋଲି ଫିନେଷ୍ଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ କର ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଲଣ୍ଡନର ପ୍ରତିଷ୍ଠିତ କାର୍ଲଟନ୍‌ କ୍ଲବଠାରେ ଉଭୟ ସଂସ୍ଥା ମଧ୍ୟରେ ଏହି ଏତିହାସିକ ଚୁକ୍ତିକୁ ଅନୁଷ୍ଠାନିକ ରୂପ ଦିଆଯାଇଥିଲା, ଯେଉଁଠାରେ ଜେଡ୍‌ସିଟିର ଅଧ୍ୟକ୍ଷ ସାର୍‌ ଟୋନି ବାଲ୍‌ଡ୍ରି ଏବଂ ଫିନେଷ୍ଟର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକଙ୍କ ଉପସ୍ଥିତିରେ ଫିନେଷ୍ଟ୍‌ ଏବଂ ଜେଡ୍‌ସିଟିର ପ୍ରତିନିଧିମାନେ ଉକ୍ତ ଚୁକ୍ତିରେ ସ୍ବାକ୍ଷର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?