ପିପିଟି ଜରିଆରେ ଊର୍ଜା ସଂରକ୍ଷଣ କରିବ ବେଦାନ୍ତ

ଭୁବନେଶ୍ୱର,୧୫।୧୨:ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଆଲୁମିନିୟମ ସ୍ମେଲଟରର ପଟ୍‌ର ଡିଜାଇନରେ ଏକ ନୂତନ ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପେଟଟେଡ ପଟିଲିଂ ଟେକ୍ନୋଲୋଜି (ପିପିଟି) ଜରିଆରେ କମ୍ପାନୀ ଊର୍ଜା ବିକାଶର ସଂରକ୍ଷଣ କରିବ ବୋଲି କୁହାଯାଇଛି। ଏପରିକି ସ୍ମେଲଟର ମଧ୍ୟରେ ଯେଉଁଠି ପଟ୍‌ ବା ବୃହତ୍‌ ବୈଦ୍ୟୁତକ କୋଷ ଗୁଡ଼ିକ ରହିଥାଏ, ସେଥିରେ ତରଳାଇବା ପ୍ରକ୍ରିୟା କରାଯାଇଥାଏ। ବେଦାନ୍ତ ଲାଇନ ଡିଜାଇନ ହେଉଛି, ଏକ ପେଟେଟେଡ ଶକ୍ତି ଦକ୍ଷ କୌଶଳ, ଯାହା ବୈଦ୍ୟୁତିକ ଶକ୍ତି ଦକ୍ଷତା ଓ ତରଳାଇବା ପାଇଁ ପଟକୁ ସୁବିଧା ପ୍ରଦାନ କରିଥାଏ ଓ ଉପତ୍ାଦିତ ଟନ୍‌ ପ୍ରତି ଘଣ୍ଟାରେ ୨୦୦ ରୁ ୨୫୦ କେଡବ୍ଲ୍ୟୁଏଚ୍‌ ଶକ୍ତି ଖର୍ଚ୍ଚ ହ୍ରାସ କରିଥାଏ। ବେଦାନ୍ତ ଆଲୁମିନିୟମ ତା’ର ୨ୟ ବାର୍ଷିକ ଜଳବାୟୁ ଆକ୍ସନ ରିପୋର୍ଟକୁ ମଧ୍ୟ ଦାଖଲ କରିଛି, ଯେଉଁଥିରେ କମ୍ପାନୀଗୁଡ଼ିକୁ ଜଳବାୟୁ ସମ୍ବନ୍ଧିତ ଆର୍ଥିକ ବିପଦ ଓ ସେମାନଙ୍କ ହିତାଧିକାରୀଙ୍କ ପାଇଁ ସୁଯୋଗ ପ୍ରକାଶ କରିବାରେ ସାହାଯ୍ୟ କରିବାକୁ ଏକ ନିର୍ଦ୍ଦେଶାବଳୀ ରହିଛି। ଉକ୍ତ ବିସ୍ତୃତ ରିପୋର୍ଟରେ ମଧ୍ୟ ସ୍ବଳ୍ପ, ମଧ୍ୟମ ଓ ଦୀର୍ଘ ଅବଧିରେ ଏହାର ସ୍ଥିରତା ଲକ୍ଷ୍ୟ ହାସଲ କରିବା ଲାଗି ବେଦାନ୍ତ ଆଲୁମିନିୟମ ଦ୍ୱାରା ନିଆଯାଇଥିବା ଅଭିମୁଖ୍ୟ ଦର୍ଶାଯାଇଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, ଜଳବାୟୁ କାର୍ଯ୍ୟକ୍ରମ କମ୍ପାନୀ ପାଇଁ ଏକ ପ୍ରମୁଖ ରଣନୀତିକ ସ୍ତମ୍ଭ ଓ ବ୍ୟବସାୟ ପାଲଟିଛି। ବିଶେଷକରି ଏହା ଆମର କାର୍ବନ ଫୁଟ୍‌ପ୍ରିଣ୍ଟକୁ କମାଇବାରେ ସହାୟତା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ସାରା ଦେଶରେ ବନ୍ଦ ରହିବ ଔଷଧ ଦୋକାନ! ଭାରତ ବନ୍ଦ ଡାକରା ଦେବେ…

ନୂଆଦିଲ୍ଲୀ,୭।୫: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ନିୟମିତ ଭାବରେ କୌଣସି ରୋଗ ପାଇଁ ଔଷଧ ଖାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ବ୍ୟାଙ୍କରେ ୨୧୩ କୋଟି ୧୯ ଲକ୍ଷର ସେୟାର, ବିଜୟ ଥାଲାପଥିଙ୍କ ସମ୍ପତ୍ତି ଜାଣିଲେ କାବା ହୋଇଯିବେ…

ନୂଆଦିଲ୍‌ଲୀ,୫।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ୱାଚନରେ ଟିଭିକେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବା ସହିତ, ସମସ୍ତଙ୍କ ନଜର ଏହାର ପ୍ରତିଷ୍ଠାତା ଏବଂ ମୁଖ୍ୟ ସି.…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ

ମୁମ୍ବାଇ,୫।୫: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ସୋମବାର ୩୯ ପଇସା ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଛି। ୧ ଡଲାର ମୂଲ୍ୟ ସୋମବାର…

ଅନ୍ତଃବସ୍ତ୍ର ବିକି କୋଟିପତି, ୧୭୦୦କୋଟିର ମାଲିକ ଦୀନଦୟାଲଙ୍କ ମୃତ୍ୟୁ

ନୂଆଦିଲ୍‌ଲୀ,୩।୫: ‘ଡଲାର ଇଣ୍ଡଷ୍ଟ୍ରିଜ’ର ପ୍ରତିଷ୍ଠାତା ଦୀନଦୟାଲ ଗୁପ୍ତା। ସଲମାନ ଖାନଙ୍କଠାରୁ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନ ଏବଂ ୟାମୀ ଗୌତମଙ୍କଠାରୁ ଚିତ୍ରାଙ୍ଗଦା ସିଂହ ପର୍ଯ୍ୟନ୍ତ…

ପେଟ୍ରୋଲ-ଡିଜେଲ ଦାମ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌: ଏତେ ଟଙ୍କା ମହଙ୍ଗା ହୋଇଯିବ…

ନୂଆଦିଲ୍ଲୀ,୨।୫: ମେ ମାସ ମୁଦ୍ରାସ୍ଫୀତି କ୍ଷେତ୍ରରେ ଜନସାଧାରଣଙ୍କୁ ଚକିତ କରିପାରେ। ଏହା ୧ ମେ’ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri