ମାସ୍କ ନ ପିନ୍ଧି ଦେଲେ ୭୬ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୬।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ କଟକଣାକୁ ଜୋରଦାର କରିଛନ୍ତି । ଜିଲାରେ ଜାରି ହୋଇଥିବା ଏହି କଟକଣା ସମୟରେ ବ୍ରହ୍ମପୁର ପୋଲିସ ଅଯଥାରେ ଘୁରି ବୁଲୁଥିବା ଅମାନିଆଙ୍କୁ ଅଟକାଇ ଯାଞ୍ଚ କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରୁଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଭଳି କଡା ନିର୍ଦ୍ଦେଶ ସତ୍ତ୍ୱେ ଲୋକମାନେ ନିୟମ ଉଲ୍ଲଂଘନ କରି ସହରରେ ଘୁରିବୁଲୁଛନ୍ତି ।
ବୁଧବାର ସକାଳ ୬ ଟାରୁ ଗୁରୁବାର ସକାଳ ୬ଟା ସୁଦ୍ଧା ବ୍ରହ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ କରାଯାଇ ମାସ୍କ ପିନ୍ଧି ନ ଥିବା ୩୧୦ ଜଣ ଲୋକଙ୍କଠାରୁ ୭୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୧୨୪ ଜଣ ଅମାନିଆ ଗାଡି ଚାଳକଙ୍କୁ ୬୨ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ସେହିପରି ବେଆଇନ ଭାବେ ବୁଲୁଥିବା ବେଳେ ପୋଲିସ ହାତରେ ୨ ଜଣ ଧରାପଡିଛନ୍ତି । ତାଙ୍କ ବିରୋଧରେ ୨ ଗୋଟି ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଟୁଇଟ କରି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଯାତ୍ରାରେ ଆତଙ୍କ ମାମଲାରେ ୪ ଗିରଫ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ…

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଠାକୁରାଣୀ ଯାତ୍ରା ଚାଲିଥିବା ସମୟରେ ଗତ ୧୭ ତାରିଖ ରାତିରେ ସହରର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ତଗୋଳ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ: ୯୦% ରଖିଥିବା ୮୪ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲ ଠାରେ ଶନିବାର ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନର ୯୦%ରୁ…

ଗୁଣାତ୍ମକ ଶିକ୍ଷା,ଅକ୍ଲାନ୍ତ ପରିଶ୍ରମ ଆଣିଦେଲା ସଫଳତା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଛାତ୍ରୀଛାତ୍ର ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଥୁଆମୂଳ ରାମପୁରରେ ‘ସମାଧାନ ସମାରୋହ-୨୦୨୬’ ପ୍ରସ୍ତୁତି ବୈଠକ: ସୁପ୍ରିମ କୋର୍ଟଙ୍କ ବିଶେଷ ଲୋକ ଅଦାଲତ ନେଇ ସଚେତନତା…

ଥୁଆମୂଳ ରାମପୁର, ୨୩।୫(ଦୁର୍ଗା କୀର୍ତ୍ତି): ସାଧାରଣ ଜନତାଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ)ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri