ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ ୨୨ ହଜାରରୁ ଅଧିକ ଟଙ୍କା

ବ୍ରହ୍ମପୁର ଅଫିସ,୧୦।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଏବେ ଜିଲାରେ ବିସ୍ଫୋରକ ସ୍ଥିତି ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ କଟକଣାକୁ ଜୋରଦାର କରିଛନ୍ତି। ହେଲେ ଜିଲାରେ ଜାରି ହୋଇଥିବା କଟକଣା ସମୟରେ ବ୍ରହ୍ମପୁର ପୋଲିସ ଅଯଥାରେ ଘୁରି ବୁଲୁଥିବା ଅମାନିଆଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରିଛି। ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି। ୫ ଦିନିଆ ଶଟଡାଉନର ପ୍ରଥମ ଦିନରେ ଅର୍ଥାତ ଗୁରୁବାର ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ସୁଦ୍ଧା ବ୍ରହ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ଚେକିଂ କରାଯାଇ ମାସ୍କ ପିନ୍ଧି ନ ଥିବା ୧୧୨ଜଣ ଲୋକଙ୍କ ଠାରୁ ୨୨ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୧୩୫ ଜଣ ଅମାନିଆ ଗାଡି ଚାଳକଙ୍କୁ ୬୭ ହଜାର ୫ ଶହ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।
ସେହିପରି ଏହି ମହାମାରୀ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ମଦ ବିକ୍ରି ଅଭିଯୋଗରେ ଗୋଟିଏ ମାମଲା ରୁଜୁ କରାଯାଇଛି। ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ପକ୍ଷରୁ ନୋଟିସ ଦିଆଯାଇଥିବା ବେଳେ ୨୨ ଲିଟର ମଦ ଜବତ ହୋଇଛି। ଏନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଟୁଇଟକରି ଶୁକ୍ରବାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜରି ବସ୍ତାରେ ଧାନ କିଣାକୁ ନେଇ ବିବାଦ

ପଦ୍ମପୁର,୨୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗଠାରେ ମହିଳା ମହାସଂଘ ପକ୍ଷରୁ ଗୋରାମାଟି ଓ ସାବରଙ୍ଗ ପଞ୍ଚାୟତର ଚାଷୀଙ୍କଠାରୁ ଧାନ କିଣା ଯାଉଛି। ପ୍ରଥମରୁ ଝୋଟ...

ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା: ପୋଲିସର ତତ୍ପରତା

ପୁରୀ ଅଫିସ୍‌, ୨୩।୧୨: ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଫଟୋ ଭାଇରାଲ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।...

ଅଧା ବାଟରେ ରୋଗୀଙ୍କୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ଛତ୍ରପୁର/ ଗଞ୍ଜାମ,୨୫ା୧(ଡି.ଏନ.ଏ.)-ଟଙ୍କା ନ ଦେବାରୁ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଅଧାବାଟରେ ଓହ୍ଲାଇ ଦେଇ ଚାଲିଗଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାରେ। ଜିଲାପାଳଙ୍କ ନିର୍ଦ୍ଦେଶ...

ଫସଲ ବଞ୍ଚାଇବା ଚିନ୍ତାରେ ଚାଷୀ

ବାଲେଶ୍ୱର ଅଫିସ/ ଭୋଗରାଇ,୬।୧୨(ଡି.ଏନ.ଏ)  ବାତ୍ୟା ‘ଜୱାଦ’ ପ୍ରଭାବରେ ବାଲେଶ୍ୱର ଜିଲାରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ଶନିବାର ଦିନତମାମ୍‌ ଝିପି ଝିପି ବର୍ଷା ହେବା କାରଣରୁ...

ମହିଳାଙ୍କୁ ହତ୍ୟା ଧମକ ମାମଲା: ଅଭିଯୁକ୍ତ ଦୋଷୀ

ଛତ୍ରପୁର,୧୩ା୯(ଡି.ଏନ୍‌.ଏ.)-ମହିଳାଙ୍କୁ ହତ୍ୟା ଧମକ ମାମଲାର ୪ ମାସ ମଧ୍ୟରେ ଶୁଣାଣି କରି ଛତ୍ରପୁର ସବ୍‌ଡିଭିଜନାଲ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ପାଣିଗ୍ରାହୀ ଶୁକ୍ରବାର ଅଭିଯୁକ୍ତଙ୍କୁ...

ଅଧ୍ୟାପକ ପଦବୀ ପୂରଣ ଦାବିରେ ଧାରଣା : ପ୍ରତିଶ୍ରୁତି ପରେ ଓହରିଲେ ଛାତ୍ରୀଛାତ୍ର

କୋରୁକୋଣ୍ଡା,୧୭।୧୦: ମାଲକାନଗିରି ଜିଲା ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଗୁରୁବାର ଧାରଣାରେ ବସିଥିଲେ। କଲେଜରେ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ହେତୁ ପାଠପଢ଼ାରେ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା, ୧୦ଜଣଙ୍କ ନାମରେ ମାମଲା

ମହାକାଳପଡ଼ା,୧୬।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଳିପାଳ ପଞ୍ଚାୟତ ବାଲିସାହି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ...

ଜନବସତିରେ ଦନ୍ତା ଦୌରାତ୍ମ୍ୟ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦାନ୍ତ କଟାଯାଇଥିବା ଦନ୍ତା ହିଂସ୍ର ହୋଇଉଠିଛି। ଜନବସତିରେ ପଶି ହାତୀ ଦୌରାତ୍ମ୍ୟ ସୃଷ୍ଟି କରୁଛି।...

Advertisement
Archives

Model This Week