ସରକାରଙ୍କ ବଡ଼ ନିର୍ଦ୍ଦେଶ, ବିନା ଲାଇସେନ୍ସରେ ଷଣ୍ଢ ରଖିଲେ ଜରିମାନା

ଭୁବନେଶ୍ୱର,୩୦।୬(ରବିନାରାୟଣ ଜେନା): ଦୈନନ୍ଦିନ ବ୍ୟବସାୟରେ ସୁବିଧା(ଇଜ୍‌ଅଫ୍‌ ଡୁଇଂ ବିଜ୍‌ନେସ୍‌) ଏବଂ ଲୋକଙ୍କ ଜୀବନଯାପନର ସୁବିଧା (ଇଜ୍‌ ଅଫ୍‌ ଲିଭିଂ)କୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜନବିଶ୍ୱାସ-୨.୦ ଅଭିଯାନ ଆରମ୍ଭ ହୋଇଛି। ପୂର୍ବରୁ ବିଭିନ୍ନ ଲଘୁ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଆପରାଧିକ ମାମଲା ରୁଜୁ ହେଉଥିଲା, ମାତ୍ର ଜନବିଶ୍ୱାସ-୨.୦ କାର୍ଯ୍ୟକାରୀ ହେଲେ କେତେକ କ୍ଷେତ୍ରରେ ଅଧିକ ଜରିମାନା ଦେଇ ଏହାର ସମାଧାନ କରିବାର ବ୍ୟବସ୍ଥା ହେବ। ତେବେ ପ୍ରଚଳିତ ଆଇନରେ ଷଣ୍ଢକୁ ବିନା ଲାଇସେନ୍ସରେ ପ୍ରଜନନ କ୍ଷେତ୍ରରେ ବ୍ୟବହାର କରାଗଲେ ଏହାକୁ ଅପରାଧ ଭାବେ ଧରାଯିବା ସହିତ ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଥିଲା। ମାତ୍ର ରାଜ୍ୟ ସରକାର ଜନବିଶ୍ୱାସ-୨.୦ରେ ଏହି ଆଇନରେ ସୁଧାର ଆଣିବାକୁ ଯାଉଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଷଣ୍ଢକୁ ବିନା ଲାଇସେନ୍ସରେ ଯଦି କେହି ପ୍ରଜନନ କାର୍ଯ୍ୟରେ ବ୍ୟବହାର କରନ୍ତି ତେବେ ସେକ୍ଷେତ୍ରରେ ୧୦ରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ତେବେ ରାଜ୍ୟରେ ୧୧ଟି ବିଭାଗରେ ଜନବିଶ୍ୱାସ-୨.୦ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଏହା କେତେଦୂର ଠିକ୍‌ ରହିବ ତାହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ଖସଡ଼ା ପ୍ରସ୍ତୁତ କରାଯିବାକୁ ରହିଛି। ଏନେଇ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟାୟକ୍ରମେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଶର୍ମାଙ୍କ ଅଧ୍ୟକ୍ଷତାରେ ଜୁନ୍‌ ୨୩ରୁ ୨୫ ତାରିଖ ମଧ୍ୟରେ ସମବାୟ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ, ମତ୍ସ୍ୟ ଓ ପଶୁସମ୍ପଦ, ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ, ଜଳସମ୍ପଦ, ଶକ୍ତି, ସ୍ବାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ଏବଂ ଅଗ୍ନିଶମ-ଡିଜିଙ୍କୁ ନେଇ ତିନୋଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ଆଇନ ପରିବର୍ତ୍ତନ ଓ ଏହାର କାର୍ଯ୍ୟକାରିତା ନେଇ ତର୍ଜମା କରାଯାଇଥିଲା। ଏହାଦ୍ୱାରା ଆଗାମୀ ଦିନରେ ଜନବିଶ୍ୱାସ-୨.୦ ଲୋକଙ୍କ ପାଇଁ ଅଧିକ ସହଜ ହେବା ନେଇ ସରକାରଙ୍କ ଲକ୍ଷ୍ୟ ରହିଛି।
ବୈଠକରୁ ଜଣାଯାଇଛି, ଓଡ଼ିଶା ପ୍ରାଣିଧନ ସଂଶୋଧନ ଆଇନ-୧୯୫୭ ଅନୁଯାୟୀ, କୌଣସି ବ୍ୟକ୍ତି ଏହି ଆଇନର ଉଲ୍ଲଂଘନ କରି ଷଣ୍ଢକୁ ପ୍ରଜନନ କାର୍ଯ୍ୟରେ ବ୍ୟବହାର କରନ୍ତି, ଧାରା ୯ କିମ୍ବା ୧୨ ନିର୍ଦ୍ଦେଶ ପାଳନ କରେ ନାହିଁ, ତେବେ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡନୀୟ ହେବେ। ପୁରୁଣା ଆଇନରେ ପ୍ରଥମ ଅପରାଧ ପାଇଁ ସର୍ବାଧିକ ୫୦ ଟଙ୍କା ଜରିମାନା ଏବଂ ୨ୟ କିମ୍ବା ପରବର୍ତ୍ତୀ ଅପରାଧ ପାଇଁ ସର୍ବାଧିକ ୧୦୦ ଟଙ୍କା ଜରିମାନା ରହିଥିବାବେଳେ ସଂଶୋଧିତ ଆଇନରେ ପ୍ରଥମ ଅପରାଧ ପାଇଁ ସର୍ବନିମ୍ନ ୧୦,୦୦୦ରୁ ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ। ଏହି ଆଇନ ଅନୁସାରେ କୌଣସି ଆପରାଧିକ କ୍ଷେତ୍ରରେ ଅଦାଲତ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ଯଦି ପ୍ରାଧିକୃତ ଅଧିକାରୀ କିମ୍ବା ତାଙ୍କ ଦ୍ୱାରା ଅନୁମୋଦିତ ବ୍ୟକ୍ତିଙ୍କ ଅଭିଯୋଗ ନ ଥାଏ। ମାତ୍ର ଆଇନର ସଂଶୋଧନ ପରେ ଏହି ବ୍ୟବସ୍ଥାକୁ ବାଦ୍‌ ଦିଆଯିବ। ସେହିପରି ରାଜ୍ୟ ସରକାର ଉପ-ଧାରା (୧) କିମ୍ବା (୨) ଅନୁସାରେ ନିୟମ ତିଆରି କରିପାରିବେ ଏବଂ ସେହି ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ଅଧିକ ଦଣ୍ଡ ଦିଆଯାଇପାରିବ। ପୂର୍ବରୁ ସର୍ବାଧିକ ୫୦ ଟଙ୍କା ଜରିମାନା ରହିଥିବାବେଳେ ସଂଶୋଧିତ ଆଇନରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦଣ୍ଡିତ କରାଯାଇପାରିବ। ସେହିପରି ଅନ୍ୟ ସମସ୍ତ ବିଭାଗର ବିଭିନ୍ନ ଆଇନର ତର୍ଜମା କରାଯିବା ସହ ତାକୁ ନେଇ ଖସଡ଼ା ପ୍ରସ୍ତୁତ କରାଯିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

IND vs NZ: ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଛନ୍ତି ଋଷଭ ପନ୍ତ, ନିରାଶ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ,…

ଆକାଶ ଅମ୍ବାନୀଙ୍କ ଗୋଟିଏ ଫୋନ କଲ୍‌ରେ ବଦଳିଗଲା ରୋହିତ ଶର୍ମାଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ଘଟିଲା

ମୁମ୍ବାଇ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ରାଜି ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ଆଇପିଏଲ୍‌ରେ…

ମୋଦି ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମାୟାବତୀ

ନୂଆଦିଲ୍ଲୀ,୨୮।୧୧: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ, ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ନେଇ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?