Posted inଫୁରସତ

ସୂକ୍ଷ୍ମ କଳାର ନିଦର୍ଶନ

ଅହମଦାବାଦ: କଳାକାରମାନେ ବେଳେ ବେଳେ ଏଭଳି ସୂକ୍ଷ୍ମ କାରିଗରି କରିଥାନ୍ତି ଯେ, ଦେଖିବା ଲୋକେ ବି ଆଶ୍ଚର୍ଯ୍ୟଚକିତ ହୋଇଯାନ୍ତି। ଏମିତି ଏକ କଳା ପାଇଁ ଏବେ ଚର୍ଚ୍ଚିତ ହୋଇଛନ୍ତି ଗୁଜରାଟ ଭଦୋଦରାର ଜଣେ ଆର୍ଟ ଅଧ୍ୟାପକ ପ୍ରଜେଶ ଶାହ। ଏକ ଛୋଟ ଶଙ୍ଖ ମଲମଲ ପଥର ଏବଂ ଏକ ଚକ୍‌ଖଡ଼ି ଉପରେ ସେ ସୁନ୍ଦରଭାବରେ ତିଆରି କରିଛନ୍ତି ଗଣେଶଙ୍କ ଚିତ୍ର।
ଶଙ୍ଖ ମଲମଲ ପଥର ଏବଂ ଚକ୍‌ଖଡ଼ି ଉପରେ ପ୍ରଜେଶ ଏତେ ସୁନ୍ଦରଭାବରେ ଗଣେଶଙ୍କର ଚିତ୍ର ଆଙ୍କିଛନ୍ତି ଯାହା ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇପାରିଛି। ସେ ଏଭଳିଭାବରେ ଚିତ୍ର ଆଙ୍କିଛନ୍ତି ଦେଖିଲେ ମନେହେବ ଯେପରି କମ୍ପ୍ୟୁଟରରେ ପ୍ରିଣ୍ଟ କରାଯାଇଛି। ସେଥିପାଇଁ ଏବେ ଲୋକେ ଏଭଳି କଳା ଦେଖି ଉତ୍ସାହିତ ହୋଇଛନ୍ତି। ପ୍ରଜେଶ କହନ୍ତି କି ଲକ୍‌ଡାଉନ୍‌ ସମୟରେ ଲୋକେ ଗଣେଶ ପୂଜାକୁ ଧୁମଧାମ୍‌ରେ କରିପାରିଲେ ନାହଁ। ଅନେକେ ମଧ୍ୟ ଭଗବାନ ଗଣେଶଙ୍କୁ ପୂଜା ପେଣ୍ଡାଲଗୁଡ଼ିକରେ ଦର୍ଶନ କରି ନ ପାରି ଦୁଃଖ ପ୍ରକାଶ କରିଥିଲେ। ତେଣୁ ସେ ଏଭଳି ଏକ ଜିନିଷରେ ଗଣେଶଙ୍କ ଚିତ୍ର ଆଙ୍କି ସମସ୍ତଙ୍କ ପାଖରେ ସହଜରେ ପହଞ୍ଚିପାରିବେ ବୋଲି କହିଛନ୍ତି। ପ୍ରଜେଶଙ୍କର ଏଭଳି କଳାପାଇଁ ତାଙ୍କୁ ବିଭିନ୍ନ ଅଞ୍ଚଳର କଳାକାରମାନେ ଢେର୍‌ ପ୍ରଶଂସା କରିଛନ୍ତି। ଏହା ସହିତ ତାଙ୍କର ଏଭଳି ସୂକ୍ଷ୍ମ କାରିଗରି ପାଇଁ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଦାମୀ ଜିନ୍ସ, ଏହା ବଦଳରେ କିଣିହେବ ୧୦ ଫ୍ଲାଟ୍‌

ବିଶେଷକରି ଧନୀ ଲୋକମାନେ ଦାମୀ ଜିନିଷ ପସନ୍ଦ କରିଥାନ୍ତି। ନିଜର ଇଚ୍ଛା ପୂରଣ କରିବା ପାଇଁ ଏହି ଶ୍ରେଣୀର ଲୋକେ ଖୁବ୍‌ ଅର୍ଥ ବ୍ୟୟ କରିଥାନ୍ତି।...

ଇଦ୍‌ ପାଇଁ ୮ ଫୁଟ୍‌ ଲମ୍ବ, ୧୬୦ କେଜିର ଛେଳି

ରାୟପୁର, ୩୧।୭: ଛତିଶଗଡ଼ ଦୁର୍ଗ ଜିଲାର ଏକ ଛେଳି ଏହାର ଅନନ୍ୟ କାରଣ ଲାଗି ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଛେଳିର ବିଶେଷତା କାହାକୁ...

ଦାମ୍ପତ୍ୟ ଜୀବନରେ ପ୍ରେମ ଚାହାନ୍ତି ୯୨ ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ,୧୫।୨: ପ୍ରେମ ଏକ ଅଭୁଲା ଅନୁଭୁତି। ଦାମ୍ପତ୍ୟ ଜୀବନର ସ୍ଥାୟୀତ୍ୱ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବା ଉପରେ ହିଁ ନିର୍ଭର କରିଥାଏ। ବିବାହ ପରବର୍ତ୍ତୀ...

ମେଦବହୁଳତା ଯୋଗୁ ଭାଙ୍ଗିଲା ବିବାହ: ଓଜନ ହ୍ରାସ କରି ଜିତିଲେ ‘ମିସ୍‌ ଗ୍ରେଟ ବ୍ରିଟେନ’

ଅତ୍ୟଧିକ ମେଦବହୁଳତା ସମସ୍ତଙ୍କ ପାଇଁ ସମସ୍ୟାର କାରଣ ପାଲଟିଥାଏ। ଏଥିଯୋଗୁ ବସିବା, ଉଠିବା ବା କାମ କରିବା କଷ୍ଟକର ହୋଇପଡିଥାଏ। ବେଳେ ବେଳେ ଲୋକମାନେ ଏଥିଯୋଗୁ...

ଛାତିଏ ପାଣି ଭିତରେ ଡ୍ରମ୍‌ରେ ପଶି ବୃଦ୍ଧ ପାରି ହେଉଛନ୍ତି ରାସ୍ତା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଆଶ୍ଚର୍ଯ୍ୟ କରୁଥିବା ବେଳେ କେତେକ ଭାବପ୍ରବଣ...

ପ୍ରାଣୀଙ୍କ ମିନି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଥିବାରୁ ରାଜରାସ୍ତା ଉପରେ ବେଶ୍‌ ଆରାମରେ ବୁଲୁଛନ୍ତି ବିଭିନ୍ନ ଜୀବ। ରାସ୍ତା ଉପରେ ସେମାନଙ୍କୁ ହଇରାଣ କରିବା...

ଜୀବିକା ବଞ୍ଚାଇବା ପାଇଁ ଗର୍ଭାଶୟ ବାହାର କରୁଛନ୍ତି ମହିଳା

ମୁମ୍ବାଇ,୨୬।୧୨: ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ଜୀବିକା ବଞ୍ଚାଇବା ପାଇଁ ମହିଳାମାନେ ନିଜ ଗର୍ଭାଶୟ ବାହାର କରିଦେଉଛନ୍ତି। ଏହି ଘଟଣା ଚକିତ କରୁଥିବା ବେଳେ...

୩ ଲକ୍ଷ ଟଙ୍କିଆ ଚା’ରୁ ଆରମ୍ଭ ହୁଏ ନୀତା ଅମ୍ବାନୀଙ୍କ ଦିନ: ଜାଣନ୍ତୁ….

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ...

Advertisement

BGU

Archives

Model This Week

Why Dharitri