କୋଭିଡ୍‌ ମୂଳକୁ ଖୋଜ

ଓ୍ବାଶିଂଟନ, ୧ା୬: କୋଭିଡ୍‌-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ ଚାହେଁ ବୋଲି ଆମେରିକାର ପ୍ରମୁଖ ରୋଗ ବିଶେଷଜ୍ଞ କହିଛନ୍ତି। ଚାଇନାର ଉହାନ୍‌ ଗବେଷଣାଗାରରୁ ସାର୍ସ-କୋଭ-୨ ଭୂତାଣୁ ବାହାରିଥିବା ସୂତ୍ର ପ୍ରତି ସମର୍ଥନ ବଢ଼ୁଥିବା ଆମେରିକାର ଖାଦ୍ୟ ଓ ଡ୍ରଗ୍‌ ପ୍ରଶାସନର ପୂର୍ବତନ କମିଶନର ସ୍କଟ୍‌ ଗୋଟ୍ଟଲିଏବ୍‌ କହିଛନ୍ତି। ତେବେ ଏହାକୁ ଭୁଲ୍‌ ପ୍ରମାଣିତ କରିବା ଲାଗି ଚାଇନା ଏପର୍ଯ୍ୟନ୍ତ ଯଥେଷ୍ଟ ତଥ୍ୟ ପ୍ରମାଣ ଦେଇନାହିଁ। ବନ୍ୟପ୍ରାଣୀଠାରୁ କୋଭିଡ୍‌ ଭୂତାଣୁ ସୃଷ୍ଟି ସମ୍ପର୍କରେ ମଧ୍ୟ ପ୍ରମାଣ ମିଳିପାରି ନ ଥିବା ଗୋଟ୍ଟଲିଏବ୍‌ ସିବିଏସ୍‌ ନ୍ୟୁଜ୍‌ର ‘ଫେସ୍‌ ଦି ନେଶନ’କୁ କହିଛନ୍ତି।
ଅନ୍ୟପକ୍ଷରେ ମହାମାରୀ କିପରି ଆରମ୍ଭ ହେଲା ଏବଂ ଏହା ଜଣା ନ ପଡ଼ିଲେ, ଭବିଷ୍ୟତରେ ଏଭଳି ମହାମାରୀର ଭୟ ରହିବ ବୋଲି ଟେକ୍ସାସ୍‌ ଚିଲ୍‌ଡ୍ରେନ୍‌ସ ହସ୍ପିଟାଲ ସେଣ୍ଟର ଫର୍‌ ଭାକ୍ସିନ ଡେଭେଲପମେଣ୍ଟର ସହନିର୍ଦ୍ଦେଶକ ପିଟର ହୋଟେଜ୍‌ କହିଛନ୍ତି। କୋଭିଡ୍‌-୧୯ର ମୂଳ ସମ୍ପର୍କରେ ସମ୍ପୂର୍ଣ୍ଣ ବୁଝି ନ ପାରିଲେ ଆମକୁ କୋଭିଡ୍‌-୨୬ ଏବଂ କୋଭିଡ୍‌-୩୨ ଭଳି ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେ ଏନ୍‌ବିସିର ‘ମିଟ୍‌ ଦି ପ୍ରେସ୍‌’ କାର୍ଯ୍ୟକ୍ରମରେ କହିଛନ୍ତି।
ଦେଢ଼ ବର୍ଷ ପୂର୍ବେ ଚାଇନାର ଉହାନସ୍ଥିତ ସାମୁଦ୍ରିକ ଖାଦ୍ୟ ବଜାରରେ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା, ଯାହାର ମୂଳ ଉତ୍ସ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏହା ବନ୍ୟପ୍ରାଣୀଠାରୁ ମାନବ ଶରୀରକୁ ଆସିଥିବାର ସର୍ବାଧିକ ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ପରିକଳ୍ପନା କରୁଛନ୍ତି। ତେବେ ଗବେଷଣା ଲାବ୍‌ରୁ ଭୁଲ୍‌ବଶତଃ ଉକ୍ତ ଭୂତାଣୁ ବାହାରକୁ ଆସିଥିବା ନେଇ ଆମେରିକା ଅଭିଯୋଗ କରିଆସୁଛି। ତୁରନ୍ତ ଭୂତାଣୁର ମୂଳ ଖୋଜି ବାହାର କରି ୯୦ ଦିନ ମଧ୍ୟରେ ରିପୋର୍ଟ ଦେବା ଲାଗି ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୋଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଥନ କରିବ, ତା’ ଉପରେ କ୍ଷେପଣାସ୍ତ୍ର ମାଡ ହେବ: ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩୦।୧୦:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ। ଦେଶର ଅନେକ ନେତା ଏବଂ ମନ୍ତ୍ରୀ ଭାରତ ବିରୋଧୀ ମନ୍ତବ୍ୟମାନ ଦେଉଛନ୍ତି। ଏବେ କଶ୍ମୀର...

ବଜାରରେ ନକଲି ଫାଇଜର ଟିକା

ଓ୍ବାଶିଂଟନ, ୨୩।୪: ଆମେରିକାର ଫାଇଜର ଏବଂ ବାୟୋଏନ୍‌ଟେକ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ବିଶ୍ୱବ୍ୟାପୀ ଚାହିଦା ବଢ଼ିଥିବାବେଳେ ସେହି ଅନୁଯାୟୀ ଯୋଗାଇବା ସମ୍ଭବ ହେଉନାହିଁ।...

ସ୍ପାଏଓ୍ବେର କ୍ୱାଡ୍ରିମ୍‌ ଟାର୍ଗେଟରେ ରାଜନେତା, ଖବରଦାତା

ଓ୍ବାଶିଂଟନ, ୧୨ା୪: ପେଗାସସ୍‌ ଭଳି ଆଉ ଏକ ସ୍ପାଏଓ୍ବେର ଆକ୍ରମଣ ମଙ୍ଗଳବାର ସାମ୍‌ନାକୁ ଆସିଛି। ଉତ୍ତର ଆମେରିକା, କେନ୍ଦ୍ରୀୟ ଏସିଆ, ଦକ୍ଷିଣପୂର୍ବ ଏସିଆ, ୟୁରୋପ ଏବଂ...

ମଝି ଆକାଶରୁ ତଳେ ଖସିଲା ହେଲିକପ୍ଟର: ସମସ୍ତ ଯାତ୍ରୀ ସୁରକ୍ଷିତ

ଲଣ୍ଡନ, ୨୮।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦସ୍ୟତମ ଉଦାହରଣ ବ୍ରିଟେନ୍‌ରେ ଘଟିଛି। ଏଠାରେ ୪ ଜଣ ଲୋକଙ୍କୁ ନେଇ ଯାଉଥିବା...

ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣନ୍ତି

ଲଣ୍ଡନ,୮।୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଲିଜ ଟ୍ରସ। ରାଣୀ ଏଲିଜାବେଥ ଦ୍ୱିତୀୟ ଲିଜ ଟ୍ରସଙ୍କୁ ଶପଥ ପାଠ କରାଇଛନ୍ତି। ଭାରତୀୟ ବଂଶୋଦ୍ଭବ...

ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ୍‌ ନେଇଛି ୧୨ ଲକ୍ଷରୁ ଅଧିକଙ୍କ ଜୀବନ…

ଓ୍ବାଶିଂଟନ, ୧୯।୧ : ମେଡ଼ିବାଲ ପତ୍ରିକା ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ପୃଥିବୀରେ ଆଣ୍ଟିବାୟୋଟିକ-ରେଜିଷ୍ଟାନ୍ସ୍‌ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ୧୨ ଲକ୍ଷରୁ ଅଧିକ...

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୨୦କୁ ବୃଦ୍ଧି

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ରୁଷିଆ ସୈନ୍ୟବାହିନୀରେ ସାମିଲ୍‌ ହେଲା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର: ଶବ୍ଦଠାରୁ ୨୭ ଗୁଣା ଅଧିକ ବେଗରେ କରିବ ଗତି

ମସ୍କୋ,୨୮।୧୨: ରୁଷିଆ ଏହାର ସୈନ୍ୟବାହିନୀର ଶକ୍ତି ବୃଦ୍ଧି କରିଛି। ଶବ୍ଦଠାରୁ ୨୭ ଗୁଣା ଅଧିକ ବେଗରେ କରିବ ଗତି କରୁଥିବା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ରକୁ ସୈନ୍ୟବାହିନୀରେ ସାମିଲ୍‌...

Advertisement
Archives

Model This Week