ସର୍ବୋଚ୍ଚ ନେତାଙ୍କ ଉତ୍ତରାଧିକାରୀ ଖୋଜା

ତେହେରାନ,୧୪ା୧୨: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ସ୍ବାସ୍ଥ୍ୟକୁ ନେଇ ଉଠୁଥିବା ଗୁଜବରୁ ଗୋଟିଏ ପ୍ରଶ୍ନ ଛିଡ଼ାହୋଇଛି। ତାହା ହେଉଛି ଯଦି ସେ ଅଧିକ ରୋଗାକ୍ରାନ୍ତ ହୁଅନ୍ତି ଅଥବା ତାଙ୍କର ମୃତ୍ୟୁ ଘଟେ ତେବେ କ’ଣ ହେବ? କିଏ ହେବେ ସର୍ବୋଚ୍ଚ ନେତା ଖାମେନେଇଙ୍କ ଉତ୍ତରାଧିକାରୀ? ଏହି ପ୍ରଶ୍ନକୁ ବଳ ଦେଇଛି ଖବରଦାତା ମହମ୍ମଦ ଅହଓ୍ବାଜେଙ୍କ ମନ୍ତବ୍ୟ । ଇରାନର ଅଣୁ ବିଜ୍ଞାନୀ ମୋହସେନ ଫଖ୍‌ରିଜାଦେଙ୍କ ହତ୍ୟା ପରେ ଇସ୍ରାଏଲ ଓ ଆମେରିକା ସହ ଇରାନର ସମ୍ପର୍କ ଆହୁରି ଖରାପ ହେବାରେ ଲାଗିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କର୍କଟ ରୋଗରେ ପୀଡ଼ିତ ସୁପ୍ରିମ ଲିଡର ଖାମେନେଇ ନିଜ ଉତ୍ତରାଧିକାରୀ ଚୟନ କରିବାକୁ ନିଷ୍ପତ୍ତି ନେଇଥିବା ଅହଓ୍ବାଜେ ଦାବି କରିଛନ୍ତି ।

୮୧ ବର୍ଷୀୟ ଖାମେନେଇ ମଧ୍ୟପ୍ରାଚ୍ୟର ସବୁଠୁ ଶକ୍ତିଶାଳୀ ଦେଶ ଇରାନର ସର୍ବୋଚ୍ଚ ନେତା। ତାଙ୍କ ପରେ ଇରାନର ନେତୃତ୍ୱ କିଏ ନେବେ? ଇରାନ ସମେତ ସମ୍ପୃକ୍ତ କ୍ଷେତ୍ର ଓ ଅବଶିଷ୍ଟ ବିଶ୍ୱ ପାଇଁ ଏହା ପାଲଟିଛି ସବୁଠୁ ବଡ଼ ପ୍ରଶ୍ନ। ଏହି ପଦବୀ ପାଇଁ ୮୮ ଜଣ ଇସ୍‌ଲାମିକ୍‌ ବିଦ୍ୱାନଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ ଗୋଟିଏ ନାମ ଉପରେ ମୋହର ଲଗାଇଥାଏ। ଏହି ସମୂହକୁ ଆସେମ୍ବ୍ଲି ଅଫ୍‌ ଏକ୍ସପଟର୍‌ସ କୁହାଯାଏ। ଆୟାତୋଲ୍ଲା ଖାମେନେଇ ହେଉଛନ୍ତି ୧୯୭୯ରେ ଇରାନର ଇସ୍‌ଲାମିକ୍‌ ବିପ୍ଳବ ପରେ ଏହି ପଦବୀ ପାଇଁ ଚୟନ ହୋଇଥିବା ଦ୍ୱିତୀୟ ବ୍ୟକ୍ତି। ଏହି ଆସେମ୍ବ୍ଲିର ସଦସ୍ୟମାନଙ୍କୁ ଇରାନର ଜନତା ପ୍ରତି ୮ ବର୍ଷରେ ଥରେ ବାଛିଥାନ୍ତି। କିନ୍ତୁ ପୂର୍ବରୁ ପ୍ରାର୍ଥୀମାନଙ୍କ ନାମକୁ ଏକ କମିଟି ମଞ୍ଜୁରୀ ଦେଇଥାଏ, ଯାହାକୁ ଗାର୍ଡିଆନ୍‌ କାଉନ୍‌ସିଲ କୁହାଯାଏ। ଗାର୍ଡିଆନ୍‌ କାଉନ୍‌ସିଲର ସଦସ୍ୟମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସୁପ୍ରିମ ଲିଡର ହିଁ ବାଛିଥାନ୍ତି। ତେଣୁ ଉଭୟ ଗାର୍ଡିଆନ୍‌ କାଉନ୍‌ସିଲ ଏବଂ ଆସେମ୍ବ୍ଲି ଅଫ୍‌ ଏକ୍ସପଟର୍‌ସ ଉପରେ ସର୍ବୋଚ୍ଚ ନେତାଙ୍କ ପ୍ରଭାବ ରହିଥାଏ।
ବିଗତ ୩ ଦଶନ୍ଧି ମଧ୍ୟରେ ଖାମେନେଇ ଆସେମ୍ବ୍ଲି ପାଇଁ ରକ୍ଷଣଶୀଳ ବା ରୂଢ଼ିବାଦୀଙ୍କୁ ଚୟନ କରିଛନ୍ତି। ଏଥିଯୋଗୁ ସୁପ୍ରିମ ଲିଡରଙ୍କ ଇଚ୍ଛା ଅନୁସାରେ ତାଙ୍କ ଉତ୍ତରାଧିକାରୀ ବଛାଯିବ। ସର୍ବୋଚ୍ଚ ନେତା ଥରେ ନିର୍ବାଚିତ ହେବା ପରେ ଆଜୀବନ ଏହି ପଦରେ ରହିପାରିବେ। ଇରାନର ସମ୍ବିଧାନ ଅନୁସାରେ ସୁପ୍ରିମ ଲିଡର ଜଣେ ଆୟାତୋଲ୍ଲା ଅର୍ଥାତ୍‌ ବରିଷ୍ଠ ଶିୟା ଧାର୍ମିକ ନେତା ହୋଇଥିବା ଜରୁରୀ। କିନ୍ତୁ ଖାମେନେଇଙ୍କୁ ବଛାଯିବା ସମୟରେ ସେ ଆୟାତୋଲ୍ଲା ନ ଥିଲେ। ସେଥିପାଇଁ ତାଙ୍କୁ ସର୍ବୋଚ୍ଚ ନେତା ପଦରେ ଆସୀନ କରାଇବା ଲାଗି ଆଇନରେ ସଂଶୋଧନ କରାଯାଇଥିଲା। ତେଣୁ ଏବେ ତାଙ୍କ ଉତ୍ତରାଧିକାରୀ ଚୟନ ଲାଗି ପୁଣିଥରେ ଆଇନରେ ସଂଶୋଧନ ଅଣାଯାଇପାରେ। ତେବେ ନୂଆ ନେତା ନିର୍ବାଚନ ସମୟରେ ରାଜନୈତିକ ମାହୋଲ ଉପରେ ଏହା ନିର୍ଭର କରେ।

କାହିଁକି ଗୁରୁତ୍ୱପୂର୍ଣ୍ଣ: ଇରାନରେ ସବୁଠୁ ଶକ୍ତିଶାଳୀ ଓ ନିରଙ୍କୁଶ କ୍ଷମତାର ଅଧିକାରୀ ହେଉଛନ୍ତି ସୁପ୍ରିମ ଲିଡର। କୌଣସି ଜରୁରୀ ପ୍ରସଙ୍ଗରେ ତାଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ମନେକରାଯାଏ। ସେ ବିଶ୍ୱ ପାଇଁ ଇରାନର ନୀତି ଓ କାର୍ଯ୍ୟପନ୍ଥା ସ୍ଥିର କରିଥାନ୍ତି। ଇରାନ ବିଶ୍ୱର ସବୁଠୁ ଶକ୍ତିଶାଳୀ ଶିୟା ରାଷ୍ଟ୍ର। ଖାମେନେଇଙ୍କ ନେତୃତ୍ୱରେ ମଧ୍ୟପ୍ରାଚ୍ୟରେ ଏହାର ପ୍ରଭାବ ବୃଦ୍ଧି ପାଇଛି। ତାଙ୍କ ମୃତ୍ୟୁ ଏହି କ୍ଷେତ୍ରର ଭବିଷ୍ୟତ ବଦଳାଇଦେବା ସହ ବିଶ୍ୱ ଉପରେ ମଧ୍ୟ ପ୍ରଭାବ ପକାଇପାରେ।
ଆମେରିକା ଓ ଇସ୍ରାଏଲ୍‌ ସହ ଇରାନର ଶତ୍ରୁତା ବଢ଼ିବା ପଛରେ ଅନେକାଂଶରେ ଏହି ଦୁଇଦେଶକୁ ନେଇ ଖାମେନେଇଙ୍କ ବ୍ୟକ୍ତିଗତ ନାପସନ୍ଦକୁ ଦାୟୀ କରାଯାଇଥାଏ। ଏହି କାରଣରୁ ବର୍ଷ ବର୍ଷ ଧରି ଉତ୍ତେଜନା ଓ ଅସ୍ଥିରତାର ମାହୋଲ ମଧ୍ୟ ରହିଆସିଛି। ତେବେ ଉତ୍ତରାଧିକାର ଚୟନ ପ୍ରକ୍ରିୟା ପାଇଁ ଯେଉଁ ବ୍ୟବସ୍ଥା ରହିଛି, ସେଥିରୁ ମନେହେଉଛି ଯେ, ଖାମେନେଇଙ୍କ ପରେ ହେବାକୁ ଥିବା ସର୍ବୋଚ୍ଚ ନେତା ତାଙ୍କର ପଦାଙ୍କ ଅନୁସରଣ କରିବେ।

କିଏ ହେବେ: ଇରାନର ରାଜନୀତିଜ୍ଞମାନଙ୍କ ମଧ୍ୟରେ ନୂଆ ଉତ୍ତରାଧିକାରୀ ଚୟନକୁ ନେଇ ରୁଚି ଓ ଉତ୍କଣ୍ଠା ରହିଛି। କିନ୍ତୁ ବର୍ତ୍ତମାନ ଏଭଳି କୌଣସି ଶକ୍ତିଶାଳୀ ବ୍ୟକ୍ତି ନାହାନ୍ତି, ଯିଏ ସାମ୍ପ୍ରତିକ ସଙ୍କଟ ଏଡ଼ାଇବା ପାଇଁ କିଙ୍ଗ୍‌ମେକର ଭୂମିକା ନେଇପାରିବେ। ନିଜ ପୂର୍ବସୁରୀଙ୍କ ଭଳି ଖାମେନେଇଙ୍କ ପ୍ରଭାବ ମଧ୍ୟ ତାଙ୍କର ବିଶ୍ୱସ୍ତମାନଙ୍କ ନେଟ୍‌ଓ୍ବର୍କ ଉପରେ ରହିଛି। ଏହି ନେଟ୍‌ଓ୍ବର୍କରେ ସାମିଲ ଅନେକ ବ୍ୟକ୍ତି ଇରାନର ସବୁଠୁ ଶକ୍ତିଶାଳୀ ସେନା ରିଭୋଲ୍ୟୁଶନାରି ଗାଡର୍‌ସରୁ ଆସିଥାଆନ୍ତି। ତେଣୁ ରିଭୋଲ୍ୟୁଶନାରି ଗାଡର୍‌ସ କୌଣସି ଅବାଞ୍ଛିତ ବ୍ୟକ୍ତିଙ୍କୁ ସର୍ବୋଚ୍ଚ ନେତା ହେବା ପାଇଁ ସୁଯୋଗ ଦେଇ ନ ପାରେ।
ଇତିମଧ୍ୟରେ ଏକ ଅତ୍ୟନ୍ତ ଗୁପ୍ତ ତାଲିକାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ସେଥିରେ କାହା ନାମ ଅଛି ତାହା ଅଦ୍ୟାବଧି କେହି ଜାଣିପାରି ନାହାନ୍ତି। ଯାହା ଶୁଣିବାକୁ ମିଳୁଛି ଖାମେନେଇଙ୍କ ପସନ୍ଦ ତାଙ୍କ ପୁଅ ମୋଜ୍‌ତାବେ କିମ୍ବା ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ ରେଇସି ହୋଇପାରନ୍ତି। ଏହା ସତ ହୋଇଥିଲେ ଏହି ଦୁଇ ପ୍ରାର୍ଥୀଙ୍କ ନାଁରେ ଦମ୍‌ ଅଛି। ସେହିପରି ନ୍ୟାୟପାଳିକାର ପୂର୍ବତନ ମୁଖ୍ୟ ସାଦିକ୍‌ ଲାରିଜାନି ଓ ବର୍ତ୍ତମାନର ରାଷ୍ଟ୍ରପତି ହାସନ ରୁହାନି ମଧ୍ୟ ସୁପ୍ରିମ ଲିଡର ଦୌଡ଼ରେ ଥିବା କୁହାଯାଉଛି।

ମୋଜ୍‌ତବା ଖାମେନେଇ: ସୁପ୍ରିମ ଲିଡରଙ୍କ ୫୧ ବର୍ଷୀୟ ପୁଅ ମୋଜ୍‌ତବା ଧାର୍ମିକ ସହର ମଶହଦରେ ଜନ୍ମ ହୋଇଥିଲେ। ସେ ନିଜ ବାପାଙ୍କ ଭଳି ଇସ୍‌ଲାମିକ୍‌ ବ୍ୟାପାରର ଜଣେ ବିଶେଷଜ୍ଞ। ୨୦୦୯ରେ ବିବାଦୀୟ ରାଷ୍ଟ୍ରପତି ନିର୍ବାଚନ ପରେ ଇରାନରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକୁ ହିଂସାମତ୍କ ଉପାୟରେ ରୋକାଯିବା ସମୟରେ ସେ ଲୋକଲୋଚନକୁ ଆସିଥିଲେ। ଏହା ପଛରେ ମୋଜ୍‌ତବା ଥିଲେ ବୋଲି ମନେକରାଯାଏ। ଯଦିଓ ଖାମେନେଇ ରାଜା ନୁହନ୍ତି ଓ ନିଜ ମୁକୁଟ ଏତେ ସହଜରେ ପୁଅକୁ ପିନ୍ଧାଇ ପାରିବେ ନାହିଁ, ତଥାପି ବାପାଙ୍କ ନେଟ୍‌ଓ୍ବର୍କରେ ମୋଜ୍‌ତବାଙ୍କ ପ୍ରଭାବ କିଛି କମ୍‌ ନୁହେଁ। ମୋଜ୍‌ତବାଙ୍କ ପାଖରେ ସର୍ବୋଚ୍ଚ ନେତାଙ୍କ ଅଫିସ ରହିଛି, ଯାହାକି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଊର୍ଦ୍ଧ୍ୱରେ କାର୍ଯ୍ୟ କରିଥାଏ। ଯଦି ସେ ରିଭୋଲ୍ୟୁଶନାରି ଗାର୍ଡର ସମର୍ଥନ ହାସଲ କରନ୍ତି, ତେବେ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାକୁ ନିଜ ସପକ୍ଷରେ ପ୍ରଭାବିତ କରିପାରନ୍ତି।

ଇବ୍ରାହିମ ରେଇସି: ୬୦ ବର୍ଷୀୟ ଇବ୍ରାହିମ ମଧ୍ୟ ମଶହଦ ସହରରେ ଜନ୍ମଗ୍ରହଣ କରିଥିଲେ। ସର୍ବୋଚ୍ଚ ନେତା ହେବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ସେ କେବେ ଖଣ୍ଡନ କରିନାହାନ୍ତି। ଇବ୍ରାହିମଙ୍କ ସମସ୍ତ ପଦକ୍ଷେପରୁ ମଧ୍ୟ ସଙ୍କେତ ମିଳେ ଯେ, ତାଙ୍କୁ ଏହି ଭୂମିକା ପାଇଁ ପ୍ରସ୍ତୁତ କରାଯାଇଛି। ଇବ୍ରାହିମ ରେଇସି ନ୍ୟାୟପାଳିକାରେ ଅନେକ ଗୁରୁଦାୟିତ୍ୱ ସମ୍ଭାଳି ସାରିଛନ୍ତି। ବର୍ତ୍ତମାନ ସେ ଆସେମ୍ବ୍ଲି ଅଫ୍‌ ଏକ୍ସପଟର୍‌ସର ଉପାଧ୍ୟକ୍ଷ ଅଛନ୍ତି। ରେଇସିଙ୍କ ମାନବାଧିକାରକୁ ନେଇ ଟ୍ରାକ୍‌ ରେକର୍ଡ ଭଲ ନୁହେଁ। ବିଶେଷକରି ୧୯୮୮ରେ ରାଜନୈତିକ ବନ୍ଦୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ସେ ଲୋକପ୍ରିୟ ନୁହନ୍ତି। କିନ୍ତୁ ୨୦୧୭ ନିର୍ବାଚନରେ ହାରିବା ସତ୍ତ୍ୱେ ସୁପ୍ରିମ ଲିଡର ତାଙ୍କୁ ନ୍ୟାୟପାଳିକା ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ପଦରେ ରହିବା ପରେ ଗଣମାଧ୍ୟମରେ ବି ତାଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ସେ ଦୁର୍ନୀତି ବିରୋଧରେ ମଧ୍ୟ ତଥାକଥିତ ଯୁଦ୍ଧ ଲଢ଼ିଛନ୍ତି। ଖାମେନେଇଙ୍କ ଭଳି ରେଇସି ମଧ୍ୟ ୨୦୧୫ ଆଣବିକ ଚୁକ୍ତିକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି। ସେ ରିଭୋଲ୍ୟୁଶନାରି ଗାର୍ଡର ଜଣେ ଦୃଢ଼ ସମର୍ଥକ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri