ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରାୟତଃ ମାଛ ବିଲେଇର ପ୍ରିୟ ହୋଇଥାଏ। ସେଥିଲାଗି ସମସ୍ତେ ମାଛକୁ ବିଲେଇଠାରୁ ଦୂରେଇ ରଖନ୍ତି। ତେବେ ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ମାଛକୁ ଏତେ ପାଖରେ ପାଇ ବିଲେଇ ତାକୁ ଛୁଇଁବାକୁ ଚେଷ୍ଟା କରୁଛି। ଜାଣିବାକୁ ଚେଷ୍ଟା କରୁଛି ତାହା ଅସଲି କିମ୍ବା ନ କଲି। ସ୍ନେହପୂର୍ଣ୍ଣ ବାବରେ ସେ ତାହା ସହ ଖେଳିବାକୁ ଲାଗୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Sometimes your mind says NO
But ur heart says GO💕(Shared. Source of clip unknown) pic.twitter.com/1nUAwLVaxW
— Susanta Nanda IFS (Retd) (@susantananda3) September 23, 2020

