Posted inଖେଳ

କ୍ରିକେଟର୍‌ ସବୁଠୁ ‘ମହଙ୍ଗା ନୋ ବଲ୍‌’ର କାହାଣୀ ଜାଣନ୍ତୁ

୨୭ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନରେ ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଇତିହାସ ସୃଷ୍ଟି କରିଥିଲେ। କାରିବିଆନ ତାରକା ଲାରା ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦୧ ରନ ସ୍କୋର କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଆଜି ପର୍ଯ୍ୟନ୍ତ ଏହି ରେକର୍ଡ ଭାଙ୍ଗି ନାହିଁ। ତାଙ୍କ ଇନିଂସର ଦୁଇମାସ ପୂର୍ବରୁ ଲାରା ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ବିପକ୍ଷରେ ୩୭୫ ରନ ସଂଗ୍ରହ କରିଥିଲେ। ୬ ଜୁନ ୧୯୯୪ରେ, ବର୍ମିଂହାମରେ ଲାରା ଏହି ମହାନ ଇନିଂସ ଖେଳିଥିଲେ। ଲାରା କାଉଣ୍ଟି କ୍ରିକେଟରେ ଡରହମ ବିପକ୍ଷରେ ୱାର୍କସାୟାର୍‌ ପାଇଁ ଖେଳୁଥିଲେ। ୬୨ଟି ଚୌକା ଓ ୧୦ ଛକା ସହାୟତାରେ ଲାରା ମାତ୍ର ୪୨୭ ବଲରେ ୫୦୧ ରନ ସଂଗ୍ରହ କରିଥିଲେ।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଡରହମ ୮ ଉଇକେଟ ହରାଇ ୫୫୬ ରନ ସଂଗ୍ରହ କରିଥିଲା। ଏହା ପରେ ୱାର୍କସାୟାର୍‌ର ପ୍ରଥମ ଉଇକେଟ ମାତ୍ର ଆଠ ରନ ସ୍କୋରରେ ପଡିଥିଲା ଏବଂ ଲାରା ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳେ କେବଳ ୨୫ ବର୍ଷୀୟ ଲାରା ଡରହମ ବୋଲରମାନଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ତେବେ ଭାଗ୍ୟ ମଧ୍ୟ ଏହି ମ୍ୟାଚରେ ଲାରାଙ୍କ ସହ ଥିଲା। ୧୨ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଲାରା ନୋ ବଲରେ ବୋଲ୍ଡ ହୋଇଥିଲେ। ଏହା ପରେ ଲାରା ବୋଲରଙ୍କ ଉପରେ ଭାରୀ ପଡିଥିଲେ। ତେଣୁ ଏହା କ୍ରିକେଟର୍‌ର ମହଙ୍ଗା ନୋ’ ବଲ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହାପରେ ଲାରା ୫୦୧ ରନ୍‌ର ପାଳି ଖେଲିଥିଲେ। ଯଦି ସେ ୧୨ ରନ୍‌ରେ ଆଉ ହୋଇଯାଇଥାନ୍ତେ ତେବେ ଏହି ରେକର୍ଡ ଆଜି ତାଙ୍କ ନାଁରେ ନ ଥାନ୍ତା।

ସେ ୧୯୫୯ ମସିହାରେ କାଏଦେ-ଏ-ଆଜମ ଟ୍ରଫିରେ ୪୯୯ ରନ ସ୍କୋର କରିଥିବା ମହାନ ପାକିସ୍ତାନ ବ୍ୟାଟ୍ସମ୍ୟାନ ହନିଫ ମହମ୍ମଦଙ୍କ ରେକର୍ଡ ଭାଙ୍ଗିଥିଲେ। ଟେଷ୍ଟ କ୍ରିକେଟରେ ଲାରା ଦୁଇଥର ୩୫୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଲାରାଙ୍କ ୩୭୫ ରନ ରେକର୍ଡ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ ୩୮୦ ରନ ସ୍କୋର କରି ଭାଙ୍ଗିଛନ୍ତି। କିନ୍ତୁ ହେଡେନଙ୍କ ରେକର୍ଡ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲା। ଚାରିମାସ ପରେ ଲାରା ଇଂଲଣ୍ଡ ବିପକ୍ଷରେ ୪୦୦ ରନ ଇନିଂସ ସ୍କୋର କରିଥିଲେ।
ଲାରା ୱେଷ୍ଟଇଣ୍ଡିଜ ପାଇଁ ୧୩୩ ଟେଷ୍ଟ, ୨୯୯ ଟି ଏକଦିବସୀୟ ଖେଳିଥିଲେ। ଟେଷ୍ଟରେ ସେ ୩୪୬ ଶତକ ଏବଂ ୪୮ ଅର୍ଦ୍ଧଶତକ ସହ ୧୧୯୫୩ ରନ ସ୍କୋର କରିଥିଲେ। ସେ ଟେଷ୍ଟରେ କାରିବିଆନ ଦଳ ପାଇଁ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ଏକଦିବସୀୟରେ ମଧ୍ୟ ସେ ୧୦୪୦୫ ରନ ସ୍କୋର କରିଥିଲେ। ସେ ଏହି ଫର୍ମାଟରେ ୧୯ ଶତକ ସ୍କୋର କରିଥିଲେ। ଆନ୍ତର୍ଜାତୀୟ କ୍ରିକେଟ ରେ ତାଙ୍କ ନାମରେ ୫୩ ଶତକ ଏବଂ ୨୨୩୫୮ ରନ ଅଛି।
ବ୍ରାଏନ ଲାରା ଏବଂ ହନିଫ ମହମ୍ମଦଙ୍କ ବ୍ୟତୀତ ଡନ ବ୍ରାଡମ୍ୟାନଙ୍କ ନାମ ପ୍ରଥମ ଶ୍ରେଣୀ କ୍ରିକେଟ ର ଶ୍ରେଷ୍ଠ ଚାରିଟି ଇନିଂସରେ ତିନି ନମ୍ବର ସ୍ଥାନରେ ରହିଛି, ଯିଏ କି ୧୯୩୦ ମସିହାରେ କୁଇନ୍ସଲ୍ୟାଣ୍ଡ ବିପକ୍ଷରେ ଅପରାଜିତ ୪୫୨ ସ୍କୋର କରିଥିଲେ। ବିବି ନିମ୍ବଲକର ନାମ ଚତୁର୍ଥ ନମ୍ବରରେ ଆସେ। ୧୯୪୮ ମସିହାରେ, ମହାରାଷ୍ଟ୍ର ପାଇଁ କାଠିଆଓ୍ବାଡ୍‌ ବିପକ୍ଷରେ ଖେଳୁଥିବାବେଳେ ନିମ୍ବଲକର ୪୩୩ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?