ମୋ ଧନକୁ ଖୋଜି ଆଣେ…ନହେଲେ ତମ ସମସ୍ତଙ୍କୁ ଦେଖିନେବି: ପୋଲିସକୁ ଧମକ ଦେଲେ ଯୁବତୀ

ଭୁବନେଶର,୧୦।୧୦: ଖଣ୍ଡଗିରି ଥାନା ପରିସରରେ ଜଣେ ଯୁବତୀଙ୍କ ସହ ପୋଲିସର ଯୁକ୍ତିତର୍କ ହୋଇଛି। ଯୁବତୀ ଜଣଙ୍କ ପୋଲିସ ସହ ଯୁକ୍ତିତର୍କ କରୁଥିବାର ଭିଡିଓ ଭାଇରାଲ ହେଉଛି । ତାଙ୍କ ଅଜବ ଯୁକ୍ତିରେ ପୋଲିସ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି। ପାଖରେ ପାଣି ବୋତଲ ଥିବା ସତ୍ତ୍ୱେ ଯୁବତୀଜଣଙ୍କ ପାଣି ବୋତଲ ଠିପି ଖୋଲି ତାଙ୍କୁ ଦେବାକୁ ଥାନାର ଜଣେ ସବ୍‌ଇନ୍‌ସ୍ପେକ୍ଟର(ଏସଆଇ)ଙ୍କୁ କହିଥିଲେ। ହେଲେ ଏସ୍‌ଆଇ ମନା କରିବାରୁ ଯୁବତୀ ଜଣଙ୍କ ରାଗରେ ପାଣି ବୋତଲକୁ ଫିଙ୍ଗିବା ସହ ଚେୟାର ଫୋପାଡ଼ି ଦେଇଛନ୍ତି। ଏପରିକି ଯୁବତୀ ଜଣଙ୍କ ଉକ୍ତ ସବ ଇନ୍‌ସ୍ପେକ୍ଟରଙ୍କ ପୋଷାକ ଓ ତାଙ୍କ ମୁଣ୍ଡକୁ ହାତ ମାରି ଓଲଟା ଦୁର୍ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।
ତୁ କିଏ ବେ ? ମୋ କାଟ୍‌ତି ଜାଣିନିି । ଜଲଦି ପିସିଆର ପଠା। ସହର ସାରା ଖୋଜ। ମୋ ଧନକୁ ଖୋଜି ଆଣେ। ନ ହେଲେ, ତମ ସମସ୍ତଙ୍କୁ ଦେଖିନେବି । ମାଲକାନଗିରି କି କୋରାପୁଟକୁ ବଦଳି କରିଦେବି। ଖଣ୍ଡଗିରି ଥାନାରେ ଉଚ୍ଚ ଗଳାରେ ପୋଲିସକୁ ଏଭଳି ନାଲି ଆଖି ଦେଖାଇଛନ୍ତି ଜଣେ ଯୁବତୀ। ମାତାଲ ଅବସ୍ଥାରେ ପ୍ରାୟ ୨ ଘଣ୍ଟା ଧରି ହଙ୍ଗାମା କରିଛନ୍ତି। ଏହି ଘଟଣା ପୋଲିସ କମିଶନରଙ୍କ କାନରେ ପଡ଼ିବା ପରେ ସେ ସମ୍ପୃକ୍ତ ମହିଳାଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ତେବେ ଏନେଇ ଖଣ୍ଡଗିରି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କୁ ପଚାରିବାରେ ଗତ ୬ତାରିଖ ରାତି ପ୍ରାୟ ସାଢ଼୧୨ଟାରେ ଜଣେ ଯୁବତୀ ଥାନାକୁ ଆସି ତାଙ୍କୁ ପୁରୁଷ ବନ୍ଧୁ ନିଖୋଜ ଥିବା କହି, ତାଙ୍କୁ ଖୋଜି ଆଣିବାକୁ ପୋଲିସକୁ ବାଧ୍ୟ କରିଥିଲେ। ଏପରି କି ଏହି ସମୟରେ ପୋଲିସ ସହ ବିଭିନ୍ନ ଯୁକ୍ତି କରିବା ସହ ଥାନାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ଉକ୍ତ ଯୁବତୀଙ୍କ ନାମରେ ଏକ ଷ୍ଟେଶନ ଡାଏରୀ କରି ତାଙ୍କୁ ଛଡ଼ା ଯାଇଥିଲା ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri