Posted inଖେଳ

ଅନ୍ତର୍ଜାତୀୟ ଦିନିକିଆରୁ ଫିଞ୍ଚ୍‌ଙ୍କ ଅବସର

କେର୍ନସ (ଅଷ୍ଟ୍ରେଲିଆ), ୧୧ା୯(ଏପି): ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ପିଞ୍ଚ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେବେ। ୩୫ ବର୍ଷୀୟ ଫିଞ୍ଚ୍‌ କିଛି ଦିନ ହେଲା ଭଲ ଫର୍ମରେ ନାହାନ୍ତି। ବର୍ତ୍ତମାନ ତାଙ୍କ ଆଭରେଜ ୩.୭ ରହିଛି। ଜୁନ୍‌ରେ ଶ୍ରୀଲଙ୍କା ବିପକ୍ଷ ଏକ ଅନ୍ତର୍ଜାତୀୟ ଦିନିକିଆରେ ୬୨ ରନ ସ୍କୋର କରିବା ପରଠାରୁ ସେ ୬୨ ରନ କରିଛନ୍ତି। ସେ ୩ଥର ବିନା କୌଣସି ରନରେ ଆଉଟ ହୋଇଛନ୍ତି। ଏଣେ କ୍ରିକେଟ ଅଷ୍ଟ୍ରେଲିଆ ଶନିବାର କହିଛି ଫିଞ୍ଚ୍‌ ଅଷ୍ଟ୍ରେଲିଆ ଟି୨୦ ଦଳର ଅଧିନାୟକ ପଦ ବଜାୟ ରଖିବେ। ସେ ଅଷ୍ଟ୍ରେଲିଆରେ ଅକ୍ଟୋବର ଓ ନଭେମ୍ବରରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଟି୨୦ ଦଳର ନେତୃତ୍ୱ ନେବେ। ଫିଞ୍ଚ୍‌ ଇତିମଧ୍ୟରେ ୧୪୫ ଅନ୍ତର୍ଜାତୀୟ ଦିନିକିଆ ଖେଳି ସାରିଛନ୍ତି। ତନ୍ମଧ୍ୟରୁ ୫୪ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି। ଫିଞ୍ଚ୍‌ଙ୍କୁ ଏକଦା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବିଧ୍ୱଂସକାରୀ ଓପନିଂ ବ୍ୟାଟର ଭାବେ ବିବେଚନା କରାଯାଉଥିଲା। ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ସେ ପାଖାପାଖି ୪୦ ଆଭରେଜରେ ୫,୪୦୧ ରନ ସଂଗ୍ରହ କରିଥିଲେ। ତନ୍ମଧ୍ୟରେ ତାଙ୍କର ୧୭ଟି ଶତକ ଅନ୍ତର୍ଭୁକ୍ତ। ଗତ ୭ଟି ଇନିଂସରେ ସେ ୨୦ ରନ ଅତିକ୍ରମ କରିବାରେ ସଫଳ ହୋଇପାରି ନାହାନ୍ତି। ତେଣୁ ଦଳରେ ସ୍ଥାନ ବଜାୟ ରଖିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଫିଞ୍ଚ୍‌ଙ୍କ ଏହି ନିଷ୍ପତ୍ତି ଫଳରେ ଅଷ୍ଟ୍ରେଲିଆ ଆସନ୍ତାବର୍ଷ ଭାରତରେ ହେବାକୁଥିବା ୫୦ଓଭର ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଜଣେ ନୂଆ ଅଧିନାୟକ ବାଛିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?