ଅର୍ଥ ବ୍ୟବସ୍ଥା ଓ ଭାରତ

ଭାରତ ବିଶ୍ୱର ଏକ ଷଷ୍ଠମାଂଶକୁ ପ୍ରତିନିଧିତ୍ୱ କରିଥାଏ ଏବଂ କ୍ରୟଶକ୍ତି କ୍ଷମତା ଅନୁଯାୟୀ ଆଜିର ଦିନରେ ଭାରତ ତୃତୀୟ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି। ଏପରିକି ଡଲାରର ନାମମାତ୍ର ବା ସାଂକେତିକ ବିନିମୟ ମୂଲ୍ୟ ଅନୁଯାୟୀ ମଧ୍ୟ ଭାରତ ବିଶ୍ୱର ୬ଷ୍ଠ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ହୋଇଥାଏ। ଗତ ୪୦ ବର୍ଷ ଧରି ଏହା ବର୍ଷକୁ ହାରାହାରି ୭% ହାରରେ ବୃଦ୍ଧି ହୋଇ ଚାଲିଛି। ୧୯୮୦ର ସ୍ଥିତି ୧୮୯ ବିଲିୟନ ଡଲାରରୁ ବୃଦ୍ଧି ଘଟି ଏହା ଆଜି ପ୍ରାୟ ୩ ଟ୍ରିଲିୟନ ଡଲାରରେ ପହଞ୍ଚି ପାରିଛି। ଯେହେତୁ ଆମେ ନିକଟ ଅତୀତରେ ୭୬ତମ ସ୍ବାଧୀନତା ଦିବସ ପାଳନ କରିଛେ, ଏ ପରିପ୍ରେକ୍ଷୀରେ ସ୍ମୃତି ଉଜ୍ଜୀବିତ କରିବା ଉଚିତ ହେବ ଯେ ସ୍ବାଧୀନତା ପ୍ରାପ୍ତି ସମୟରେ ଭାରତ ଅତି ଗରିବ ଥିଲା।
ଖାଦ୍ୟ ଓ ବୈଦେଶିକ ମୁଦ୍ରା ପାଇଁ ଭାରତ ବୈଦେଶିକ ସାହାଯ୍ୟ ଉପରେ ନିର୍ଭରଶୀଳ ଥିଲା। ନିରକ୍ଷରତାର ସ୍ତର ଥିଲା ବହୁ ଊର୍ଦ୍ଧ୍ୱରେ । ବାସ୍ତବିକ ରୂପରେ ଭାରତ ପାଇଁ ଆର୍ଥିକ ରୂପାନ୍ତରଣର ସ୍ତର ସଂପୂର୍ଣ୍ଣ ତଳ ସ୍ତରରୁ ଉଠି ଶୀର୍ଷ ଆସନରେ ଅଧିଷ୍ଠିତ ହେବା ନିଶ୍ଚିତ ରୂପେ ଏକ ଅତ୍ୟନ୍ତ ଭବ୍ୟ, ପ୍ରଭାବଶାଳୀ ଓ ଅସାଧାରଣ ସାଫଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଭାରତବର୍ଷ ଖାଦ୍ୟଶସ୍ୟ ଉପତ୍ାଦନରେ କେବଳ ସ୍ବାବଲମ୍ବନଶୀଳ ହୋଇନାହିଁ ବରଂ ଏକ ଯୋଗ୍ୟ ରପ୍ତାନିକାରୀ ରାଷ୍ଟ୍ର ଭାବେ ମଧ୍ୟ ପ୍ରତିଷ୍ଠିତ ହୋଇଅଛି। ବୈଦେଶିକ ମୁଦ୍ରା ଗଚ୍ଛିତ କରିବାରେ ଭାରତ ୫ମ ସର୍ବବୃହତ୍‌ ଆସନ ଅଧିକାର କରିପାରିଛି ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିକୁ ମଧ୍ୟ ଭାରତ ନିର୍ଦ୍ଧାରିତ ଋଣ ପ୍ରଦାନ କରୁଅଛି।
ଗତ ତିନି ଦଶନ୍ଧି ମଧ୍ୟରେ ଉଦାରୀକରଣ ଅର୍ଥନୀତିର ସିଂହଦ୍ୱାର ଉନ୍ମୋଚନ ହୋଇଯିବା ପରେ ବିଦେଶୀ ନିବେଶକମାନେ ପୁଞ୍ଜିଭୂତ ରୂପରେ ଭାରତ ଅଣ୍ଟିରେ ଅଧା ଟ୍ରିଲିୟନ୍‌ ଡଲାରର ଅର୍ଥ ରାଶି ଅଜାଡ଼ି ଦେଇଛନ୍ତି। ଭାରତ ହେଉଛି ଏକ ଭିନ୍ନ ଏସୀୟ ରାଷ୍ଟ୍ର, ଯେ କି ଲଗାତାର ‘କରେଣ୍ଟ ଆକାଉଣ୍ଟ’ର ଅଭାବ ମଧ୍ୟରେ ଗତି କରିଥାଏ। ଯେହେତୁ ଆମଦାନୀ ସଦାସର୍ବଦା ରପ୍ତାନିଠାରୁ ଅଧିକ ହୋଇଥାଏ, ତଥାପି ବିଦେଶୀ ପୁଞ୍ଜି ନିବେଶକାରୀମାନେ ବ୍ୟାପାର ସଂକ୍ରାନ୍ତୀୟ କ୍ଷତି ଦ୍ୱାରା ବିଚଳିତ ନ ହୋଇ ଭାରତବର୍ଷର କଳ କାରଖାନା ଓ ବ୍ୟବସାୟିକ କାର୍ଯ୍ୟକଳାପରେ ପ୍ରଚୁର ପରିମାଣର ଡଲାର ଅର୍ଥରାଶି ନିବେଶ କରିବାକୁ ଲାଗିଲେ। ଏଥିସହ କ୍ୟାପିଟାଲ ମାର୍କେଟରେ ମଧ୍ୟ ସେମାନେ ପୁଞ୍ଜି ଲଗାଣ କଲେ, ଯାହା ଫଳରେ ଭାରତ ପାଇଁ କ୍ରମାଗତ ‘ବାଲାନ୍ସ ଅଫ୍‌ ପେମେଣ୍ଟ’ ବଳକା ହୋଇ ରହିଲା।
ବିଦେଶୀ ପୁଞ୍ଜି ଲଗାଣକାରୀମାନେ ଦୃଢ଼ ନିଶ୍ଚିତ ଥିଲେ ଯେ, ଉଭୟ ଯମଜ ରାଜକୋଷୀୟ କ୍ଷତି ଏବଂ ବାହ୍ୟ କ୍ଷତି ସତ୍ତ୍ୱେ ଜନସାଂକ୍ଷିକୀ ଓ ଗତିଶୀଳତା ଦ୍ୱାରା ପରିଚାଳିତ ହେଉଥିବା ଅର୍ଥନୀତିର ଅଭିବୃଦ୍ଧି ଏହି କ୍ଷତିକୁ ଭରଣା କରିପାରିବ। ଆମେ ଧନ୍ୟବାଦ ଦେବା ଭାରତବର୍ଷର ଏହି ନିରନ୍ତର ଅଭିବୃଦ୍ଧିର ଧାରାକୁ, ଯାହା ଫଳରେ କି ଚରମ ଦାରିଦ୍ର୍ୟ ସ୍ତରରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି, ଯାହାକି ପ୍ରାୟ ୫୦%ରୁ ସମ୍ଭବତଃ ଏକ ଅଙ୍କ ବିଶିଷ୍ଟ ରାଶିକୁ ଖସି ଆସିଛି ଏବଂ ୧୯୪୭ ଠାରୁ ଜୀବନ କାଳ ଦୁଇ ଗୁଣରୁ ଅଧିକ ବଢ଼ିଛି।
ରାଜନୈତିକ କ୍ଷେତ୍ରରେ ମଧ୍ୟ ଭାରତବର୍ଷର ଅତ୍ୟନ୍ତ ଶକ୍ତିଶାଳୀ ଗଣତନ୍ତ୍ର ସମଗ୍ର ବିଶ୍ୱରେ ସଗର୍ବେ ମୁଣ୍ଡଟେକି ଠିଆ ହୋଇଛି। ପ୍ରଥମ ଜାତୀୟ ନିର୍ବାଚନ ପରଠାରୁ ଦେଶରେ ୧୬ ଥର କ୍ଷମତାର ହସ୍ତାନ୍ତର ପ୍ରକ୍ରିୟା ସୁଚାରୁ ରୂପେ ସଂଗଠିତ ହୋଇଛି ।
ଭାରତବର୍ଷର ସ୍ବାଧୀନତାର ପରବର୍ତ୍ତୀ ଅର୍ଥନୈତିକ ଷ୍ଟ୍ରାଟେଜି ଏହାକୁ ଉକତ୍ଟ ଦାରିଦ୍ର୍ୟର କଷାଘାତରୁ ମୁକୁଳେଇବା ପାଇଁ ପ୍ରୟାସ କରିଥିଲା ଏବଂ ତତ୍‌ସହ ବିକାଶର ଧାରାକୁ ଆଗକୁ ବଢ଼େଇନେବା ପାଇଁ ହାତରେ ସ୍ବଳ୍ପ ପୁଞ୍ଜି, ସ୍ବଳ୍ପ ଟିକସ ବ୍ୟବସ୍ଥା ଏବଂ ରପ୍ତାନିର ନିରାଶାବାଦ ଅବସ୍ଥା ସତ୍ତ୍ୱେ ଦେଶକୁ ଆଗକୁ ବଢ଼ାଇବାକୁ ପଡ଼ିଥିଲ। ଭାରତର ବାଣିଜ୍ୟ ଓ ଜିଡିପି ମଧ୍ୟରେ ଥିବା ଅନୁପାତ ରାଷ୍ଟ୍ରୀୟ ଉନ୍ମୁକ୍ତପଣିଆର ସୂଚକ, ଯାହାକି ଆମେରିକାଠାରୁ ଅଧିକ। ଆଜିର ଦିନରେ ଭାରତ ସଫ୍ଟୱେୟାରର ମୁଖ୍ୟ ରପ୍ତାନିକାରୀ ରାଷ୍ଟ୍ର ଭାବେ ବିଶ୍ୱବିଦିତ ହେବା ସହ ଏକ ‘ଆଉଟ୍‌ସୋର୍ସିଂ ପାୱାର ହାଉସ୍‌’ ବା ଶକ୍ତିକେନ୍ଦ୍ର ଭାବେ ମଧ୍ୟ ଉଭା ହୋଇଛି। ଭାରତ ବାହାରେ କାର୍ଯ୍ୟରତ ଭାରତୀୟ ଶ୍ରମଜୀବୀମାନେ ପ୍ରାୟ ୧୦୦ ବିଲିୟନ ଡଲାରର ମୁଦ୍ରାରାଶି ବର୍ଷକୁ ଭାରତକୁ ପ୍ରେରଣ କରିଥାନ୍ତି, ଯାହାକି ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିଥାଏ। ଅପ୍ରତ୍ୟକ୍ଷ ରୂପରେ ଦେଖିଲେ ଏହା ହେଉଛି ଭାରତବର୍ଷର ଶ୍ରମଶକ୍ତିର ରପ୍ତାନିଜନିତ ଆୟ , ଯାହା ସ୍ବାଧୀନତା ପରଠାରୁ ଆମେ ହାସଲ କରିଆସିଛେ।
ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ସେତିକିବେଳେ ଘଟିଥାଏ, ଯେତେବେଳେ ମୁଣ୍ଡପିଛା ଆୟ ୩୦୦୦ ଡଲାର ବା ୪୦୦୦ ଡଲାରରୁ ଅଧିକ ହୋଇଥାଏ। ଅନ୍ୟାନ୍ୟ ଶକ୍ତିର ସଂକେତ ହେଲା ଇ-କମର୍ସ, ଡିଜିଟାଲ ପେମେଣ୍ଟ ଏବଂ ସଂପ୍ରସାରିତ ଔଦ୍ୟୋଗିକ ଆଧାର। କୃଷି କ୍ଷେତ୍ର ମୌସମୀର ଅନିଶ୍ଚିତତା ଉପରେ ସ୍ବଳ୍ପ ନିର୍ଭରଶୀଳ ହୋଇଥାଏ ଏବଂ ଜଳବାୟୁ, ମୃତ୍ତିକା ଏବଂ ବଜାର ଅନୁକୂଳ ଫସଲ ଦିଗରେ ବିବିଧିକରଣ ବ୍ୟବସ୍ଥା ଆଗକୁ ବାଟ କଢ଼େଇ ନେଇଥାଏ। ପଶୁପାଳନ ଓ ଦୁଗ୍ଧ ଉପତ୍ାଦନ ଏହାର ଜ୍ୱଳନ୍ତ ଉଦାହରଣ। ଭାରତ ମଧ୍ୟ ଅଣପାରମ୍ପରିକ ଶକ୍ତି କ୍ଷେତ୍ରରେ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ଦ୍ରୁତ ଗତିରେ ଅଗ୍ରସର ହୋଇ ଚାଲିଛି। ବିଶେଷକରି ସୌରଶକ୍ତି ଉପତ୍ାଦନ କ୍ଷେତ୍ରରେ ଭାରତ ତା’ର ଧାର୍ଯ୍ୟ ଲକ୍ଷ୍ୟ ପାଖରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚତ୍ ପାରିଛି। ଶସ୍ତାରେ ସୌରଶକ୍ତିର ଉପତ୍ାଦନ ଆଜି ସମ୍ଭବ ହେଉଛି। ଏକ ବୃହତ୍‌ ଉଦ୍‌ଜାନ ଅର୍ଥନୀତି ଦିଗରେ ଭାରତ ମଧ୍ୟ ଆଜି ଗତିଶୀଳ। ଶସ୍ତାରେ ଉପଲବ୍ଧ ହେଉଥିବା ସୌରଶକ୍ତି ଓ ବୃହତ୍‌ ଉଦ୍‌ଜାନ ଅର୍ଥ ବ୍ୟବସ୍ଥାର ସଫଳ ମିଳନ ଅପୂର୍ଣ୍ଣ ଓ ଆମଦାନୀ ଉପରେ ନିର୍ଭରଶୀଳ ଅର୍ଥ ବ୍ୟବସ୍ଥାରୁ ଭାରତବର୍ଷକୁ ଏକ ବଳକା ଶକ୍ତି ରାଷ୍ଟ୍ର ଭାବେ ଉଦ୍‌ଭାସିତ କରିବ। ଭାରତ ଆଜି ଦ୍ରୁତତମ ଅଭିବୃଦ୍ଧିଶୀଳ ଏକ ବିଶାଳ ଅର୍ଥ ବ୍ୟବସ୍ଥା ଭାବେ ବିଶ୍ୱରେ ସଗର୍ବେ ମୁଣ୍ଡଟେକି ଠିଆ ହେବାକୁ ଯାଉଛି, ଯାହା ପଛରେ ରହିଛି ବିଭିନ୍ନ ସମୟରେ ବିଭିନ୍ନ ସରକାରଙ୍କ ଦୂରଦର୍ଶୀ ପଦକ୍ଷେପ। ଭାରତ ନିଜର ଲୋକତାନ୍ତ୍ରିକ ଆଧାରଶିଳାକୁ ନେଇ ଅତ୍ୟନ୍ତ ଗର୍ବ ଅନୁଭବ କରିଥାଏ। ପରନ୍ତୁ ପଥ ବହୁଦୂର ଓ ଅସୀମ କର୍ତ୍ତବ୍ୟର ଆହ୍ବାନରେ ଆମକୁ ଉଦ୍‌ବୁଦ୍ଧ ହେବାକୁ ପଡ଼ିବ।

  • ଡ. ଚିତ୍ତରଂଜନ ମିଶ୍ର
    ମୋ: ୯୩୩୮୨୦୪୯୯୩

Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri