ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ ବଞ୍ଚିବା ପାଇଁ ଉତ୍କୃଷ୍ଟ ପରିବେଶ ପ୍ରଦାନ କରିଛି। କିନ୍ତୁ ବିଡ଼ମ୍ବନାର ବିଷୟ ମଣିଷ ଆଜି ନିଜର ସ୍ବାର୍ଥ ପାଇଁ ଦିନକୁ ଦିନ ଏହି ସୁନ୍ଦର ପରିବେଶକୁ ନଷ୍ଟ କରିବାରେ ଉଦ୍ୟତ। ମୂଳ କାରଣଟି ହେଉଛି ପରିବେଶ ପ୍ରତି ମଣିଷର ଉଦ୍ଭଟ ମାନସିକତା ଏବଂ ଜନସଂଖ୍ୟା ବୃଦ୍ଧି। ଯାହା ଫଳରେ ପରିବେଶ ସଂକ୍ରାନ୍ତୀୟ ଅନେକ ବିରାଟ ସମସ୍ୟା ମାନ ସୃଷ୍ଟି ହେବାରେ ଲାଗିଛି। ପରିବେଶ ପ୍ରଦୂଷଣକୁ ରୋକିବା ନିମନ୍ତେ ଅନେକ ଦେଶ, ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା, ସହସ୍ରାଧିକ ବିଶ୍ୱବିଦ୍ୟାଳୟ ପ୍ରତିଦିନ ଗବେଷଣା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟତ। ହେଲେ ଫଳାଫଳ ସେମିତି ଉତ୍କୃଷ୍ଟ ପରିଲକ୍ଷିତ ହୁଏନାହିଁ। ପୃଥିବୀ ବର୍ତ୍ତମାନ ବାୟୁ, ମୃତ୍ତିକା, ଜଳ, ଶବ୍ଦ ଆଦି ପ୍ରଦୂଷଣ ଦ୍ୱାରା ଜର୍ଜରିତ ହେଉଥିବା ବେଳେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ମୁଣ୍ଡ ବିନ୍ଧାର କାରଣ ଭାବେ ଜନ୍ମ ନେଇଛି।
ପୃଥିବୀରେ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ବର୍ଷକୁ ୩୫୦ ମିଲିୟନ ଟନରୁ ଅଧିକ ଥିବା ବେଳେ ଆମ ଭାରତରେ ୯.୩ ମିଲିୟନ ଟନ ସୃଷ୍ଟି ହେଉଛି। ଭାରତ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି କରିବାରେ ପୃଥିବୀରେ ପ୍ରଥମ ସ୍ଥାନ ହାସଲ କରିଛି । ଭାରତ ପଛକୁ ନାଇଜେରିଆ ୩.୫, ଇଣ୍ଡୋନେସିଆ ୩.୪, ଚାଇନା ୨.୮, ପାକିସ୍ତାନ ୨.୮ ମିଲିୟନ ଟନ ପ୍ଲାଷ୍ଟିକ ପ୍ରଦୂଷଣ ଆଦି ଅନେକ ଦେଶ ସୃଷ୍ଟି କରୁଛନ୍ତି। ଭାରତର ମୁଖ୍ୟତଃ ତାମିଲନାଡୁ ୭.୮୨ ଲକ୍ଷ ଟନ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି କରିବାରେ ପ୍ରଥମ ଥିବାବେଳେ ତେଲଙ୍ଗାନା ୫.୨୮, ମହାରାଷ୍ଟ୍ର ୩.୯୬, କର୍ନାଟକ ୩.୬୧, ପଶ୍ଚିମବଙ୍ଗ ୨.୯୫, ଗୁଜରାଟ ୨.୭୨ ଲକ୍ଷ ଟନ ପ୍ଲାଷ୍ଟିକ ପ୍ରଦୂଷଣ ବର୍ଷକୁ ସୃଷ୍ଟି କରନ୍ତି। ରାଜଧାନୀ ଦିଲ୍ଲୀରେ ବର୍ଷକୁ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ୪.୦୩ ଲକ୍ଷ ଟନ। ଆମ ଓଡ଼ିଶାରେ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ପ୍ରତିବର୍ଷ ପ୍ରାୟ ୪୦,୭୦୦ ଟନ ସୃଷ୍ଟି ହୋଇଥାଏ। ଖୋର୍ଦ୍ଧା ଜିଲା ଆମ ରାଜ୍ୟରେ ସର୍ବାଧିକ ପ୍ଲାଷ୍ଟିକ ପ୍ରଦୂଷଣ ୭୫୦୦ରୁ ୯୦୦୦ ଟନ ସୃଷ୍ଟି କରୁଥିବା ବେଳେ କଟକ ୪୦୦୦ରୁ ୫୫୦୦ ଟନ, ଗଞ୍ଜାମ ୨୮୦୦ରୁ ୩୫୦୦ ଟନ, ସୁନ୍ଦରଗଡ଼ ୨୫୦୦ରୁ ୩୨୦୦ ଟନ, ପୁରୀ ୨୨୦୦ରୁ ୩୦୦୦ ଟନ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି କରନ୍ତି। ସମୁଦ୍ର, ନଦୀ ଏବଂ ହ୍ରଦରେ ପ୍ରତିଦିନ ୨୦୦୦ ଟ୍ରକ ପ୍ଲାଷ୍ଟିକ ଆବର୍ଜନା ପଡ଼ିବା ଫଳରେ ସମୁଦ୍ର ଭିତରେ ଥିବା ଜୀବମାନଙ୍କ ପ୍ରତି ଅତ୍ୟନ୍ତ ବିପଦ ସୃଷ୍ଟି ହେଉଛି।
ଏସିଆ ମହାଦେଶର ସର୍ବବୃହତ ଅଳିଆ ଗଦା ମୁମ୍ବାଇର ଦେଓନାର ଯେଉଁଠାରେ ପ୍ରତିଦିନ ୨୩୫୦ରୁ ୯୦୦୦ ମେଟ୍ରିକ ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପଡ଼ିଥାଏ। ଯଦି ଅସାବଧାନତା ଯୋଗୁ ଉକ୍ତ ଅଳିଆ ଗଦାରେ ନିଆଁ ଲାଗେ ତେବେ ତାକୁ ଲିଭାଇବା ପାଇଁ ଏକ ମାସରୁ ଦୁଇ ମାସ ସମୟ ଲାଗିଯାଏ। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ଦେଖିବା ପାଇଁ ମିଳୁଛି। ମୁଖ୍ୟତଃ ସହରରେ ଗୋରୁମାନେ ଉପଯୁକ୍ତ ଖାଦ୍ୟ ଅଭାବ ଯୋଗୁ ପ୍ଲାଷ୍ଟିକ ପଲିଥିନ ଖାଇବା ଦ୍ୱାରା ମୃତ୍ୟୁବରଣ କରନ୍ତି। ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଦ୍ରୁତ ଶିଳ୍ପାୟନ, ସହରୀକରଣ ବୃଦ୍ଧି, ଜନସଂଖ୍ୟା ବୃଦ୍ଧି, ତ୍ରୁଟିପୂର୍ଣ୍ଣ ବର୍ଜ୍ୟ ପରିଚାଳନା ଇତ୍ୟାଦି। ବର୍ତ୍ତମାନ ସମୟରେ ଆମେ ବିନା ଶଙ୍କାରେ ପଲିଥିନ ସାହାଯ୍ୟରେ ଅନେକ ପ୍ରକାରର ଦ୍ରବ୍ୟ କିଣି ଘରକୁ ଆଣିଥାଉ।
ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ମଣିଷର ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ଯେପରି କି ପ୍ଲାଷ୍ଟିକ ବର୍ଜ୍ୟ ଜଳିବା ଦ୍ୱାରା ଯେଉଁ ଧୂଆଁ ହୁଏ ସେଥିରୁ ଶ୍ୱାସ ରୋଗ, ଫୁସଫୁସ ଜଳା ସୃଷ୍ଟି ହୁଏ। ମାଇକ୍ରୋ ପ୍ଲାଷ୍ଟିକ ପ୍ରଭାବରେ ପ୍ରଜନନ ସମସ୍ୟା, ଥାଇରଏଡ ସମସ୍ୟା, ପେଟ ଯନ୍ତ୍ରଣା, ଲିଭର ଏବଂ କିଡ୍‌ନୀ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଏ। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଚର୍ମ ରୋଗ, ଆଲର୍ଜି ଆଦି ମଧ୍ୟ ସୃଷ୍ଟି ହୋଇଥାଏ। ପ୍ଲାଷ୍ଟିକ ଜାତ ରାସାୟନିକ ପ୍ରଭାବରେ କର୍କଟ ରୋଗ ମଧ୍ୟ ମଣିଷ ଶରୀରରେ ସୃଷ୍ଟି ହେବାର ଅନେକ ଗବେଷଣାରୁ ପ୍ରକାଶିତ। ତେଣୁ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଏହି ପ୍ଲାଷ୍ଟିକ ପ୍ରଦୂଷଣ, ଯାହାକୁ ନିହାତି ପକ୍ଷେ ପ୍ରତିରୋଧ କରିବା ଆବଶ୍ୟକ। ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ପରିବେଶ ବିଜ୍ଞାନ ଏବଂ ଉକ୍ତ ପ୍ଲାଷ୍ଟିକ ପ୍ରଦୂଷଣ ବିଷୟରେ ଶିକ୍ଷାଦାନ କରାଯାଉଛି। କିନ୍ତୁ ଫଳାଫଳଗୁଡ଼ିକ ଯେପରି ଖୁବ୍‌ ନିମ୍ନ ମାନର ମନେହୁଏ। ପ୍ଲାଷ୍ଟିକ ପ୍ରଦୂଷଣ କେବଳ ପରିବେଶକୁ ନୁହେଁ, ମଣିଷର ସ୍ବାସ୍ଥ୍ୟକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରୁଛି। ତେଣୁ ପ୍ଲାଷ୍ଟିକ ବ୍ୟବହାର କମେଇବା, ପୁନଃ ବ୍ୟବହାର ଓ ପୁନଃ ଚକ୍ରାୟନ କରିବା ଅତ୍ୟାବଶ୍ୟକ ।
ମଣିଷର ମାନସିକତାରେ ନିହାତି ଭାବରେ ପ୍ଲାଷ୍ଟିକ ବ୍ୟବହାର ପ୍ରତି ବିରୋଧାଭାବ ସୃଷ୍ଟି ହେବା ଆବଶ୍ୟକ।

ଅରିଜିତ ମିଶ୍ର
ଅଧ୍ୟାପକ (ଭୂଗୋଳ ବିଭାଗ)
ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ, କଟକ
ମୋ: ୯୦୪୦୩୫୦୦୮୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?