ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ ବଞ୍ଚିବା ପାଇଁ ଉତ୍କୃଷ୍ଟ ପରିବେଶ ପ୍ରଦାନ କରିଛି। କିନ୍ତୁ ବିଡ଼ମ୍ବନାର ବିଷୟ ମଣିଷ ଆଜି ନିଜର ସ୍ବାର୍ଥ ପାଇଁ ଦିନକୁ ଦିନ ଏହି ସୁନ୍ଦର ପରିବେଶକୁ ନଷ୍ଟ କରିବାରେ ଉଦ୍ୟତ। ମୂଳ କାରଣଟି ହେଉଛି ପରିବେଶ ପ୍ରତି ମଣିଷର ଉଦ୍ଭଟ ମାନସିକତା ଏବଂ ଜନସଂଖ୍ୟା ବୃଦ୍ଧି। ଯାହା ଫଳରେ ପରିବେଶ ସଂକ୍ରାନ୍ତୀୟ ଅନେକ ବିରାଟ ସମସ୍ୟା ମାନ ସୃଷ୍ଟି ହେବାରେ ଲାଗିଛି। ପରିବେଶ ପ୍ରଦୂଷଣକୁ ରୋକିବା ନିମନ୍ତେ ଅନେକ ଦେଶ, ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା, ସହସ୍ରାଧିକ ବିଶ୍ୱବିଦ୍ୟାଳୟ ପ୍ରତିଦିନ ଗବେଷଣା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟତ। ହେଲେ ଫଳାଫଳ ସେମିତି ଉତ୍କୃଷ୍ଟ ପରିଲକ୍ଷିତ ହୁଏନାହିଁ। ପୃଥିବୀ ବର୍ତ୍ତମାନ ବାୟୁ, ମୃତ୍ତିକା, ଜଳ, ଶବ୍ଦ ଆଦି ପ୍ରଦୂଷଣ ଦ୍ୱାରା ଜର୍ଜରିତ ହେଉଥିବା ବେଳେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ମୁଣ୍ଡ ବିନ୍ଧାର କାରଣ ଭାବେ ଜନ୍ମ ନେଇଛି।
ପୃଥିବୀରେ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ବର୍ଷକୁ ୩୫୦ ମିଲିୟନ ଟନରୁ ଅଧିକ ଥିବା ବେଳେ ଆମ ଭାରତରେ ୯.୩ ମିଲିୟନ ଟନ ସୃଷ୍ଟି ହେଉଛି। ଭାରତ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି କରିବାରେ ପୃଥିବୀରେ ପ୍ରଥମ ସ୍ଥାନ ହାସଲ କରିଛି । ଭାରତ ପଛକୁ ନାଇଜେରିଆ ୩.୫, ଇଣ୍ଡୋନେସିଆ ୩.୪, ଚାଇନା ୨.୮, ପାକିସ୍ତାନ ୨.୮ ମିଲିୟନ ଟନ ପ୍ଲାଷ୍ଟିକ ପ୍ରଦୂଷଣ ଆଦି ଅନେକ ଦେଶ ସୃଷ୍ଟି କରୁଛନ୍ତି। ଭାରତର ମୁଖ୍ୟତଃ ତାମିଲନାଡୁ ୭.୮୨ ଲକ୍ଷ ଟନ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି କରିବାରେ ପ୍ରଥମ ଥିବାବେଳେ ତେଲଙ୍ଗାନା ୫.୨୮, ମହାରାଷ୍ଟ୍ର ୩.୯୬, କର୍ନାଟକ ୩.୬୧, ପଶ୍ଚିମବଙ୍ଗ ୨.୯୫, ଗୁଜରାଟ ୨.୭୨ ଲକ୍ଷ ଟନ ପ୍ଲାଷ୍ଟିକ ପ୍ରଦୂଷଣ ବର୍ଷକୁ ସୃଷ୍ଟି କରନ୍ତି। ରାଜଧାନୀ ଦିଲ୍ଲୀରେ ବର୍ଷକୁ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ୪.୦୩ ଲକ୍ଷ ଟନ। ଆମ ଓଡ଼ିଶାରେ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ପ୍ରତିବର୍ଷ ପ୍ରାୟ ୪୦,୭୦୦ ଟନ ସୃଷ୍ଟି ହୋଇଥାଏ। ଖୋର୍ଦ୍ଧା ଜିଲା ଆମ ରାଜ୍ୟରେ ସର୍ବାଧିକ ପ୍ଲାଷ୍ଟିକ ପ୍ରଦୂଷଣ ୭୫୦୦ରୁ ୯୦୦୦ ଟନ ସୃଷ୍ଟି କରୁଥିବା ବେଳେ କଟକ ୪୦୦୦ରୁ ୫୫୦୦ ଟନ, ଗଞ୍ଜାମ ୨୮୦୦ରୁ ୩୫୦୦ ଟନ, ସୁନ୍ଦରଗଡ଼ ୨୫୦୦ରୁ ୩୨୦୦ ଟନ, ପୁରୀ ୨୨୦୦ରୁ ୩୦୦୦ ଟନ ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି କରନ୍ତି। ସମୁଦ୍ର, ନଦୀ ଏବଂ ହ୍ରଦରେ ପ୍ରତିଦିନ ୨୦୦୦ ଟ୍ରକ ପ୍ଲାଷ୍ଟିକ ଆବର୍ଜନା ପଡ଼ିବା ଫଳରେ ସମୁଦ୍ର ଭିତରେ ଥିବା ଜୀବମାନଙ୍କ ପ୍ରତି ଅତ୍ୟନ୍ତ ବିପଦ ସୃଷ୍ଟି ହେଉଛି।
ଏସିଆ ମହାଦେଶର ସର୍ବବୃହତ ଅଳିଆ ଗଦା ମୁମ୍ବାଇର ଦେଓନାର ଯେଉଁଠାରେ ପ୍ରତିଦିନ ୨୩୫୦ରୁ ୯୦୦୦ ମେଟ୍ରିକ ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପଡ଼ିଥାଏ। ଯଦି ଅସାବଧାନତା ଯୋଗୁ ଉକ୍ତ ଅଳିଆ ଗଦାରେ ନିଆଁ ଲାଗେ ତେବେ ତାକୁ ଲିଭାଇବା ପାଇଁ ଏକ ମାସରୁ ଦୁଇ ମାସ ସମୟ ଲାଗିଯାଏ। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ଦେଖିବା ପାଇଁ ମିଳୁଛି। ମୁଖ୍ୟତଃ ସହରରେ ଗୋରୁମାନେ ଉପଯୁକ୍ତ ଖାଦ୍ୟ ଅଭାବ ଯୋଗୁ ପ୍ଲାଷ୍ଟିକ ପଲିଥିନ ଖାଇବା ଦ୍ୱାରା ମୃତ୍ୟୁବରଣ କରନ୍ତି। ପ୍ଲାଷ୍ଟିକ ପ୍ରଦୂଷଣ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଦ୍ରୁତ ଶିଳ୍ପାୟନ, ସହରୀକରଣ ବୃଦ୍ଧି, ଜନସଂଖ୍ୟା ବୃଦ୍ଧି, ତ୍ରୁଟିପୂର୍ଣ୍ଣ ବର୍ଜ୍ୟ ପରିଚାଳନା ଇତ୍ୟାଦି। ବର୍ତ୍ତମାନ ସମୟରେ ଆମେ ବିନା ଶଙ୍କାରେ ପଲିଥିନ ସାହାଯ୍ୟରେ ଅନେକ ପ୍ରକାରର ଦ୍ରବ୍ୟ କିଣି ଘରକୁ ଆଣିଥାଉ।
ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ମଣିଷର ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ଯେପରି କି ପ୍ଲାଷ୍ଟିକ ବର୍ଜ୍ୟ ଜଳିବା ଦ୍ୱାରା ଯେଉଁ ଧୂଆଁ ହୁଏ ସେଥିରୁ ଶ୍ୱାସ ରୋଗ, ଫୁସଫୁସ ଜଳା ସୃଷ୍ଟି ହୁଏ। ମାଇକ୍ରୋ ପ୍ଲାଷ୍ଟିକ ପ୍ରଭାବରେ ପ୍ରଜନନ ସମସ୍ୟା, ଥାଇରଏଡ ସମସ୍ୟା, ପେଟ ଯନ୍ତ୍ରଣା, ଲିଭର ଏବଂ କିଡ୍‌ନୀ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଏ। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଚର୍ମ ରୋଗ, ଆଲର୍ଜି ଆଦି ମଧ୍ୟ ସୃଷ୍ଟି ହୋଇଥାଏ। ପ୍ଲାଷ୍ଟିକ ଜାତ ରାସାୟନିକ ପ୍ରଭାବରେ କର୍କଟ ରୋଗ ମଧ୍ୟ ମଣିଷ ଶରୀରରେ ସୃଷ୍ଟି ହେବାର ଅନେକ ଗବେଷଣାରୁ ପ୍ରକାଶିତ। ତେଣୁ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଏହି ପ୍ଲାଷ୍ଟିକ ପ୍ରଦୂଷଣ, ଯାହାକୁ ନିହାତି ପକ୍ଷେ ପ୍ରତିରୋଧ କରିବା ଆବଶ୍ୟକ। ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ପରିବେଶ ବିଜ୍ଞାନ ଏବଂ ଉକ୍ତ ପ୍ଲାଷ୍ଟିକ ପ୍ରଦୂଷଣ ବିଷୟରେ ଶିକ୍ଷାଦାନ କରାଯାଉଛି। କିନ୍ତୁ ଫଳାଫଳଗୁଡ଼ିକ ଯେପରି ଖୁବ୍‌ ନିମ୍ନ ମାନର ମନେହୁଏ। ପ୍ଲାଷ୍ଟିକ ପ୍ରଦୂଷଣ କେବଳ ପରିବେଶକୁ ନୁହେଁ, ମଣିଷର ସ୍ବାସ୍ଥ୍ୟକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରୁଛି। ତେଣୁ ପ୍ଲାଷ୍ଟିକ ବ୍ୟବହାର କମେଇବା, ପୁନଃ ବ୍ୟବହାର ଓ ପୁନଃ ଚକ୍ରାୟନ କରିବା ଅତ୍ୟାବଶ୍ୟକ ।
ମଣିଷର ମାନସିକତାରେ ନିହାତି ଭାବରେ ପ୍ଲାଷ୍ଟିକ ବ୍ୟବହାର ପ୍ରତି ବିରୋଧାଭାବ ସୃଷ୍ଟି ହେବା ଆବଶ୍ୟକ।

ଅରିଜିତ ମିଶ୍ର
ଅଧ୍ୟାପକ (ଭୂଗୋଳ ବିଭାଗ)
ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ, କଟକ
ମୋ: ୯୦୪୦୩୫୦୦୮୯


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri