Posted inଖେଳ

‘ୟୁରୋପରେ ତାଲିମ ପାଇଁ ଆର୍ଥିକ ପ୍ରୋତ୍ସାହନ ସହାୟକ ହେବ’

ଭୁବନେଶ୍ୱର, ୨ା୧୧(କ୍ରୀଡ଼ା ପ୍ରତିନିଧି): ଅଦମ୍ୟ ଇଚ୍ଛାଶକ୍ତି ଏବଂ ନିଷ୍ଠା ବଳରେ ଆଗକୁ ବଢ଼ିବାର ପ୍ରୟାସ ଜାରି ରଖିଛନ୍ତି ଓଡ଼ିଶାର ‘ସ୍ନୋ ଗର୍ଲ’ ରଞ୍ଜିତା ବେହେରା। ତାଙ୍କୁ ଏବେ ସହାୟତାର ହାତ ବଢ଼ାଇଛି ଏଲ୍‌ଆଇସି ହାଉସିଂ ଫାଇନାନ୍ସ ନିଗମ। ସ୍ନୋ, ସ୍କି ପରି ବରଫ କ୍ରୀଡ଼ାରେ ପ୍ରଭାବୀ ପ୍ରଦର୍ଶନ କରି ପ୍ରଶଂସା ସାଉଁଟି ଚାଲିଥିବା ରଞ୍ଜିତାଙ୍କୁ ମଙ୍ଗଳବାର ଏଲ୍‌ଆଇସି ହାଉସିଂ ଫାଇନାନ୍ସ ନିଗମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ୨ ଲକ୍ଷ ଟଙ୍କାର ଚେକ୍‌ ଓ ଉପଢୌକନ ପ୍ରଦାନ କରାଯାଇଛି। ଏଥିରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ରଞ୍ଜିତା। ଆସନ୍ତା ଜାନୁୟାରୀରେ ସର୍ବିୟାରେ ଅନ୍ତର୍ଜାତୀୟ ଏବଂ ଫେବୃୟାରୀରେ ଜାତୀୟ ପ୍ରତିଯୋଗିତା ଅଛି। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବା ପୂର୍ବରୁ ମୁଁ ୟୁରୋପର ଆଲଭାସରେ ବ୍ୟୟ ବହୁଳ ତାଲିମ ପାଇଁ ଲକ୍ଷ୍ୟ ରଖିଛି। ତେଣୁ ଆର୍ଥିକ ପ୍ରୋତ୍ସାହନ ନିଶ୍ଚିତ ମୋତେ ତାଲିମ ପାଇଁ ସହାୟକ ହେବ। ଓଡ଼ିଶା ସରକାର କ୍ରୀଡ଼ା ପାଇଁ ବହୁତ କିଛି କରୁଛନ୍ତି। ରାଜ୍ୟ ସରକାରଙ୍କଠାରୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ଆଶା ରଖିଛି। ଏହା ହୋଇପାରିଲେ ମୁଁ ଉପଯୁକ୍ତ ତାଲିମ ନେଇ ଆଗାମୀ ଦିନରେ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିପାରିବି“ ବୋଲି ରାଉରକେଲାର ଅନ୍ନପୂର୍ଣ୍ଣା ଓ ରଘୁନାଥ ବେହେରାଙ୍କ କନ୍ୟା ରଞ୍ଜିତା ପ୍ରକାଶ କରିଛନ୍ତି।
ରଞ୍ଜିତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଏଲ୍‌ଆଇସି ହାଉସିଂ ଫାଇନାନ୍ସ ନିଗମର କ୍ଷେତ୍ରୀୟ ପ୍ରବନ୍ଧକ ରମେଶ ଚନ୍ଦ୍ର ଖୋରା କହିଛନ୍ତି ଯେ, ”ଓଡ଼ିଶାଭଳି ବରଫହୀନ ରାଜ୍ୟରେ ଜନ୍ମ ହୋଇଥିଲେ ମଧ୍ୟ ଏହା ତାଙ୍କ ପାଇଁ କୌଣସି ପ୍ରତିବନ୍ଧକ ନୁହେଁ ବୋଲି ରଞ୍ଜିତା ପ୍ରମାଣିତ କରିଛନ୍ତି। ତାଙ୍କ ପ୍ରଭାବୀ ପ୍ରଦର୍ଶନ ପାଇଁ ଆଜି ରାଜ୍ୟ ଗର୍ବିତ। ରଞ୍ଜିତା ଆଗାମୀ ଯୁବପୀଢ଼ିଙ୍କ ପାଇଁ ଏକ ରୋଲ୍‌ ମଡେଲ ଏବଂ ତାଙ୍କର ଏହି ବ୍ୟୟ ବହୁଳ କ୍ରୀଡ଼ା ପାଇଁ ସହାୟତା କରିବାଲାଗି ସରକାରଙ୍କ ସମେତ ବିଭିନ୍ନ ଉଦ୍ୟୋଗପତି ଏବଂ ଶିଳ୍ପାନୁଷ୍ଠାନ ଆଗେଇ ଆସିବା ଉଚିତ“। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନିଗମର ଆଞ୍ଚଳିକ ପ୍ରବନ୍ଧକ ଇନ୍ଦ୍ରନୀଳ ରାୟ, ଶାଖା ପ୍ରବନ୍ଧକ ସୁମନ୍ତ ପାଣିଗ୍ରାହୀ ଏବଂ ସ୍କି ଓ ସ୍ନୋ ବୋର୍ଡ ଆସୋସିଏଶନ ଅଫ୍‌ ଓଡ଼ିଶାର ସଭାପତି ଅନୁପ କୁମାର ନାୟକ, ସମ୍ପାଦକ ସୁଶାନ୍ତ ଦାସ, ଯୁଗ୍ମ ସମ୍ପାଦକ ସୁଜିତ ପଟ୍ଟନାୟକ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri