ଧରାପଡ଼ିଲା ଚାଇନା ଚାଲାକି, ଶେଷରେ ମାଗିଲା କ୍ଷମା

ବେଜିଂ,୭ା୯: କମଳା ଜୁସ୍‌ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପାନୀୟ ମଧ୍ୟରୁ ଅନ୍ୟତମ। କିନ୍ତୁ ଆଜିକାଲ ଏଥିରେ ରଙ୍ଗ ଏବଂ କେମିକାଲ ମିଶାଯାଉଥିବାରୁ ଏହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି। ବାସ୍ତବରେ ଚାଇନା ରେଷ୍ଟୁରାଣ୍ଟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଗ୍ରାହକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଜୁସ୍‌ରେ ମଇଳା ପାଣି ମିଶ୍ରଣ କରୁଥିବା ଦେଖିଥିଲେ। ଯେଉଁଠାରେ ଏହି ଅପମିଶ୍ରଣ କରାଯାଉଥିଲା, ସେହି ସ୍ଥାନ ରୋଷେଇ ଘର ପାଖରେ ଥିଲା ଏବଂ ସାଧାରଣତଃ ସେଠାରେ ମଇଳା ଜିନିଷ ଫିଙ୍ଗି ଦିଆଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ତାଇୟାନି ରେଷ୍ଟୁରାଣ୍ଟ ପୂର୍ବ ଚାଇନାର ଜେଜିଆଙ୍ଗ ପ୍ରଦେଶର ଓ୍ବେନ୍‌ଜୋ ଅଞ୍ଚଳରେ ଅବସ୍ଥିତ। ଜଣେ କର୍ମଚାରୀ ସିଙ୍କରେ ବାଲ୍‌ଟି ପରି ପାତ୍ରରେ ଟ୍ୟାପ ପାଣି ଢାଳୁଥିବା ଦେଖିବାକୁ ମିଳିଛି। ସେଠାରେ ସଫା କରିବା ଓ୍ବାଇପ୍‌ ରଖାଯାଇଥିଲା। ସମାନ ସିଙ୍କ୍‌ରେ ଏକ ପ୍ଲାଷ୍ଟିକ ବ୍ରମ ଏବଂ ଏକ ମଇଳା ଡଷ୍ଟବିନ ମଧ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ କର୍ମଚାରୀମାନେ ଅନୁଭବ କଲେ ସେମାନଙ୍କର ଭିଡିଓ କରାଯାଉଛି, ସେମାନେ ତୁରନ୍ତ କମଳା ଜୁସ୍‌ର ପାତ୍ରଟି ଅନ୍ୟ ସ୍ଲାବକୁ ସ୍ଥାନାନ୍ତର କରିଦେଲେ ଏବଂ ଗ୍ରାହକଙ୍କୁ ଭିଡିଓ ବନ୍ଦ କରିବାକୁ କହିଥିଲେ। ଏହା ପରେ ଗ୍ରାହକ ହୋ-ହଲ୍ଲା କରିଥିଲେ।

ଉକ୍ତ ରେଷ୍ଟୁରାଣ୍ଟ ଏହି ଘଟଣା ପାଇଁ କ୍ଷମା ମାଗିଛି। ମନିଟରିଂ ଅଭାବରୁ ଏହି ଘଟଣା ଘଟିଛି ବୋଲି କହିଛନ୍ତି। କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ତେବେ ଲୋକମାନେ ଏହାକୁ ଘୃଣ୍ୟ ବୋଲି କହିଥିଲେ। ଜଣେ ୟୁଜର କହିଛନ୍ତି, ରେଷ୍ଟୁରାଣ୍ଟରେ ଏହା କିପରି ହୋଇପାରେ। ସେଠାରେ କୌଣସି ସିସିଟିଭି କ୍ୟାମେରା ନ ଥିଲା କି? ଅନ୍ୟ ଜଣେ କହିଛନ୍ତି, ଖର୍ଚ୍ଚ ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ଆଶ୍ଚର୍ଯ୍ୟଜନକ।

 


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri