ରାତି ପାହିଲେ ମାହାଙ୍ଗା, ସାଲେପୁର, ନିଆଳିରେ ଭୋଟଗ୍ରହଣ: ୮୩୬ ବୁଥରେ ମତଦାନ କରିବେ ୭,୬୮,୦୯୧ ଭୋଟର

କଟକ,୩୧ା୫ (କାର୍ତ୍ତିକ ସାହୁ) ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଜୁନ୍‌ ୧ରେ ଭୋଟଗ୍ରହଣ ନିମନ୍ତେ କଟକ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କଟକ ଜିଲାର ମାହାଙ୍ଗା, ସାଲେପୁର ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପାଇଁ ଆବଶ୍ୟକ ଅନୁଯାୟୀ ବୁଥ୍‌ ନିର୍ମାଣ କରାଯାଇଛି। ମାହାଙ୍ଗାରେ ୩୦୯, ସାଲେପୁରରେ ୨୫୩ ଓ ନିଆଳିରେ ୨୭୪ଟି ବୁଥ୍‌ ହୋଇଛି। ତେବେ ତିନୋଟି ଯାକ ନିର୍ବାଚନ ମଣ୍ଡଳୀରେ ମୋଟ ୮୩୬ଟି ବୁଥ୍‌ରେ ପ୍ରାୟ ୭,୬୮,୦୯୧ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି।
ସୂଚନା ଅନୁସାରେ, ମତଦାନ ନିମନ୍ତେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଅଭିନବ ପ୍ରୟାସ କରାଯାଇଛି। ମତଦାନ କେନ୍ଦ୍ରଗୁଡ଼ିକୁ ଆକର୍ଷଣୀୟ ଢଙ୍ଗରେ ସଜାଯିବା ସହ ସେଥିରେ ଓଆର୍‌ଏସ୍‌ ଓ ପାନୀୟ ଜଳ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍‌ ରଖାଯାଇଛି। ଏପରିକି ମଡେଲ ମତଦାନ କେନ୍ଦ୍ର ମଧ୍ୟରେ ସ୍ବାଗତ ତୋରଣ ସାଙ୍ଗକୁ ବେଲୁନ୍‌ ସଜ୍ଜା ଓ ଭୋଟରମାନେ କେନ୍ଦ୍ର ମଧ୍ୟକୁ ପ୍ରବେଶ କଲାବେଳେ ପ୍ରବେଶ ପଥରେ ସେମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି।
ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସବୁଜିମାଭରା ପୁରୁଷ ବୁଥ ୬ଟି, ପୁରୁଷ ଏଥନିକ୍‌ ବୁଥ ୨ଟି, ଥିମ୍‌ ଆଧାରିତ ୭ଟି, ଅନ୍ୟାନ୍ୟ ଥିମ୍‌ ଆଧାରିତ ୧୭ଟି, ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଇକୋ ଫ୍ରେଣ୍ଡଲି ବୁଥ୍‌ ୨ଟି, ସଖି ବୁଥ୍‌ ୧୨ଟି, ଯୁବବର୍ଗଙ୍କ ପରିଚାଳିତ ବୁଥ୍‌ ୨ଟି, ମଡେଲ ବୁଥ ୫୯ଟି ଓ ଜଟିଳ ବୁଥ ୧୨୫ଟି ସମେତ ଅନ୍ୟାନ୍ୟ ପ୍ରକାରର ବୁଥ୍‌ ମଧ୍ୟ ରହିଛି। ସାଲେପୁର ନିର୍ବାଚନମଣ୍ଡଳୀରେ ଅନ୍ୟ ଥିମ୍‌ ଆଧାରିତ ପୁରୁଷ ବୁଥ୍‌ ୭ଟି, ଅନ୍ୟାନ୍ୟ ଥିମ୍‌ ଆଧାରିତ ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ବୁଥ୍‌ ୩୧ଟି, ସଖି ବୁଥ୍‌ ୪ଟି, ଯୁବବର୍ଗଙ୍କ ପରିଚାଳିତ ବୁଥ ୨ଟି, ମଡେଲ ବୁଥ ୫୦ଟି ଓ ଜଟିଳ ବୁଥ ୧୧୦ଟି ସମେତ ଅନ୍ୟାନ୍ୟ ପ୍ରକାରର ବୁଥ୍‌ ମଧ୍ୟ ରହିଛି। ସେହିପରି ନିଆଳି ନିର୍ବାଚନମଣ୍ଡଳୀରେ ସବୁଜିମାଭରା ପୁରୁଷ ବୁଥ ୩ଟି, ଅନ୍ୟ ଥିମ୍‌ ଆଧାରିତ ବୁଥ ୩ଟି, ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଇକୋ ଫ୍ରେଣ୍ଡଲି ବୁଥ୍‌ ୬ଟି, ସଖି ବୁଥ୍‌ ୧୪ଟି, ଯୁବବର୍ଗଙ୍କ ପରିଚାଳିତ ବୁଥ୍‌ ୨ଟି, ମଡେଲ ବୁଥ ୫୨ଟି ଓ ଜଟିଳ ବୁଥ ୧୧୯ଟି ସମେତ ଅନ୍ୟାନ୍ୟ ପ୍ରକାରର ବୁଥ୍‌ ମଧ୍ୟ ରହିଛି।
ନିଆଳିରେ ମୋଟ ଭୋଟର ସଂଖ୍ୟା ୨,୪୮,୩୭୭ ମଧ୍ୟରୁ ପୁରୁଷ ୧,୨୬,୯୭୬, ମହିଳା ୧,୨୧,୩୭୪ ଓ ଅନ୍ୟାନ୍ୟ ୨୭, ସାଲେପୁରରେ ମୋଟ ଭୋଟର ସଂଖ୍ୟା ୨,୪୮,୬୧୧ ମଧ୍ୟରୁ ପୁରୁଷ ୧,୨୬,୬୬୭, ମହିଳା ୧,୨୧,୯୨୧ ଓ ଅନ୍ୟାନ୍ୟ ୨୩, ମାହାଙ୍ଗାରେ ମୋଟ ଭୋଟର ସଂଖ୍ୟା ୨,୭୧,୧୦୩ ମଧ୍ୟରୁ ପୁରୁଷ ୧,୪୦,୧୨୧, ମହିଳା ୧,୩୦,୯୬୬ ଓ ଅନ୍ୟାନ୍ୟ ୧୬ ଅଛନ୍ତି। ଏଥିସହ ଶାରୀରିକ ଭିନ୍ନକ୍ଷମ ଭୋଟର ନିଆଳିରେ ୪୨୬୮, ସାଲେପୁରରେ ୬୦୦୩, ମାହାଙ୍ଗାରେ ୫୬୯୬ ଜଣ ଅଛନ୍ତି। ସେହିପରି ୮୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର ନିଆଳିରେ ୩୯୯୭, ସାଲେପୁରରେ ୩୧୧୫, ମାହାଙ୍ଗାରେ ୪୩୭୯ ଜଣ ଅଛନ୍ତି।
ତେବେ କଟକ ସଦର ସବ୍‌ଡିଭିଜନ ଅନ୍ତର୍ଗତ ଉପରୋକ୍ତ ତିନି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୋଲିଂ ପାର୍ଟିମାନଙ୍କୁ ଭିଭିପାଟ ଓ ଇଭିଏମ୍‌ ସମେତ ଭୋଟ ଗ୍ରହଣ ସଂକ୍ରାନ୍ତୀୟ ସାମଗ୍ରୀ ପ୍ରଦାନ କାର୍ଯ୍ୟ ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ନରାଜସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା।
ସେଠାରୁ ପୋଲିଂ ପାର୍ଟିମାନେ ଭୋଟଗ୍ରହଣ ପାଇଁ ବିଭିନ୍ନ ସାମଗ୍ରୀ ସାଙ୍ଗରେ ନେଇ ନିର୍ଦ୍ଧାରିତ ଯାନରେ ବୁଥ ଅଭିମୁଖେ ଯାତ୍ରା କରିଥିଲେ। ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ସେହିପରି ବାଙ୍କୀ ଓ ଆଠଗଡ଼ ସବ୍‌ଡିଭିଜନରେ ପୃଥକ ଭାବେ ପୋଲିଂ ପାର୍ଟିଗୁଡ଼ିକ ଭୋଟ ସାମଗ୍ରୀ ଧରି ଗନ୍ତବ୍ୟ ବୁଥ୍‌ରେ ପହଞ୍ଚିଛନ୍ତି। ଶୁକ୍ରବାର ରାତି ସୁଦ୍ଧା ବୁଥ୍‌ଗୁଡ଼ିକରେ ସମସ୍ତ ପ୍ରକ୍ରିୟା ଶେଷ କରି ମତଦାନ ନିମନ୍ତେ ପ୍ରସ୍ତୁତ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?