Posted inଖେଳ

ଆଜି ଅନ୍ତିମ ଦିନିକିଆ: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ଥପୁରମ୍‌,୧୫ା୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ରବିବାର ଥିରୁଭାନନ୍ଥପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିବା ସହିତ ସିରିଜ କ୍ଲିନ ସୁଇପ୍‌ ଲକ୍ଷ୍ୟରେ ରହିଛି ଭାରତ। ତେବେ ଏହି ମ୍ୟାଚରେ ଭାରତ ନିଜର ବୋଲିଂ ବେଞ୍ଚ ଷ୍ଟ୍ରେନ୍ଥ ପରୀକ୍ଷା କରିପାରେ। ଏହି ସିରିଜର ୩ ଦିନ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ ଆରମ୍ଭ ହେବ। ଏପରି ସ୍ଥିତିରେ ଭାରତ ନିଜ ବୋଲିଂ ଲାଇନ୍‌ଅପ୍‌କୁ ଅଧିକ ଶାଣିତ କରିବାକୁ ଏକ ପ୍ରୟାସ କରିପାରେ। ଓ୍ବାର୍କଲୋଡ ମ୍ୟାନେଜମେଣ୍ଟ ବର୍ତ୍ତମାନ ଭାରତୀୟ ଦଳ ପାଇଁ ଏକ ବଡ ସମସ୍ୟା ରହିଥିବା ବେଳେ ଟପ୍‌ ଅର୍ଡର ବ୍ୟାଟିଂରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଲୋକେଶ ରାହୁଲ ଫର୍ମକୁ ଫେରିଥିବା ବେଳେ ଓପନିଂରେ ଗିଲ୍‌ଙ୍କୁ ଆଉ ଏକ ସୁଯୋଗ ଦେଇପାରେ ଭାରତ। ତେବେ ଶ୍ରେୟସ୍‌ ଆୟାରଙ୍କ ସ୍ଥାନରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କୁ ଏକ ସୁଯୋଗ ଦେଇପାରେ। ନିଜ ଅନ୍ତିମ ଟି୨୦ ମ୍ୟାଚରେ ଶତକ ହାସଲ କରିଥିଲେ ହେଁ ସୂର୍ଯ୍ୟକୁମାର ପ୍ରଥମ ଦୁଇ ଦିନିକିଆ ଟିମ୍‌ରୁ ବାହାରେ ରହିଥିଲେ। ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ଆଉ ଏକ ସୁଯୋଗ ମିଳିବା ସ୍ପଷ୍ଟ ଥିବା ବେଳେ ଅକ୍ଷର ପଟେଲଙ୍କ ସ୍ଥାନରେ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ଏକ ସୁଯୋଗ ମିଳିପାରେ। ଭାରତୀୟ ଟେଷ୍ଟ ଦଳର ପ୍ରମୁଖ ପେସ୍‌ ବୋଲର ରହିଥିବା ମହମ୍ମଦ ଶାମିଙ୍କୁ ଏହି ମ୍ୟାଚରୁ ବିଶ୍ରାମ ମିଳିପାରେ। ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଶାମିଙ୍କୁ ବିଶ୍ରାମ ଦେଇପାରେ ମ୍ୟାନେଜମେଣ୍ଟ। ଗତ ଦୁଇ ମ୍ୟାଚ ପାଇଁ ବାହାରେ ଥିବା ଅର୍ଶଦୀପ ସିଂ ଏହି ମ୍ୟାଚ୍‌ ଖେଳି ପାରନ୍ତି। ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମ ବୋଲରଙ୍କୁ ସାମାନ୍ୟ ସହାୟତା ପ୍ରଦାନ କରିଥାଏ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ୪ର୍ଥ ସିମର ଭୂମିକାରେ ରହିବେ। ଗତ ମ୍ୟାଚରେ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ରହିଥିବା କୁଲଦୀପ ଯାଦବ ନିଜ ସ୍ଥାନ ବଜାୟ ରଖିବେ। ସେହିପରି ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରିଥିବା ଶ୍ରୀଲଙ୍କା ଓପନର ନୁଓ୍ବାନିଡୁ ଫର୍ନାଣ୍ଡୋଙ୍କ ଉପରେ ସମସ୍ତଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

ଆଜିର ରାଶିଫଳ: ସିଂହ ରାଶିରେ ବୁଧଙ୍କ ଗୋଚର, ଅଚାନକ ଏହି ୫ ରାଶିକୁ ମିଳିବ…

ବୈଦିକ ଜ୍ୟୋତିଷ ଅନୁସାରେ ବୁଧ କେବଳ ଏକ ଅତ୍ୟନ୍ତ ଶୁଭ ଗ୍ରହ ନୁହେଁ, ବରଂ ବୁଦ୍ଧି, ବାଣୀ, ତର୍କ, ବ୍ୟାପାର, ସଂଯୋଗ ଓ କୌଶଳର କାରକ ଏବଂ…

ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri