Posted inଖେଳ

ଦୀପ୍‌ଗ୍ରେସଙ୍କ ଗୋଲ୍‌ରେ ଅନ୍ତିମ ମ୍ୟାଚ୍‌ ଡ୍ର

ଆଡିଲେଡ୍‌,୨୨ା୫(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ମହିଳା ହକି ଟେଷ୍ଟ ସିରିଜ୍‌ରେ କ୍ରମାଗତ ଦୁଇଟି ପରାଜୟ ପରେ ତୃତୀୟ ମ୍ୟାଚ୍‌ ଡ୍ର ରଖିଛି ଭାରତ। ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ସଂଘର୍ଷ କରି ୧-୧ରେ ମ୍ୟାଚ୍‌ ଡ୍ର ରଖିଥିଲା। ଅଷ୍ଟ୍ରେଲିଆ ପକ୍ଷର ମାଡିସନ୍‌ ବ୍ରୁକ୍‌ସ ୨୫ ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଓଡ଼ିଆ ଝିଅ ଦୀପ୍‌ଗ୍ରେସ ଏକ୍କା ୪୨ ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ଏହା ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ପରାଜିତ ହୋଇଛି। ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚକୁ ମଧ୍ୟ ୪-୨ ଓ ଦ୍ୱିତୀୟ ମ୍ୟାଚ୍‌ ୩-୨ରେ ଜିତି ନେଇଥିଲା। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆକୁ କଡା ଟକ୍କର ଦେଇଥିଲା ଭାରତ। ପ୍ରଥମ କ୍ୱାର୍ଟରରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ଭାବରେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମାଡିସନ୍‌ ଘରୋଇ ଦଳ ପକ୍ଷରୁ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଭାରତୀୟ ଦଳ ଏକାଧିକ ଥର ଅଷ୍ଟ୍ରେଲିଆ ଡିଫେନ୍ସକୁ ଭେଦ କରିଥିଲେ ମଧ୍ୟ ଗୋଲ କରିବାରେ ଅସମର୍ଥ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ୧-୦ରେ ପଛୁଆ ରହିବା ପରେ ଭାରତ ତୃତୀୟ କ୍ୱାର୍ଟରକୁ ନିୟନ୍ତ୍ରଣରେ ରଖିଥିଲା। ୪୨ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଦୀପ୍‌ଗ୍ରେସ। ମ୍ୟାଚ୍‌ ୧-୧ରେ ସମାନ୍ତର ରହିବା ପରେ ଉଭୟ ଦଳ ପକ୍ଷରୁ ଗୋଲ ସ୍କୋର ପାଇଁ ଆପ୍ରାଣ ଉଦ୍ୟମ କରାଯାଇଥିଲା। ଚତୁର୍ଥ କ୍ୱାର୍ଟରରେ କୌଣସି ଦଳ ଗୋଟିଏ ବି ଗୋଲ ସ୍କୋର କରିବାରେ ସମର୍ଥ ହୋଇ ନ ଥିଲେ। ଭାରତ ଆସନ୍ତା ଗୁରୁବାରଠାରୁ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଦୁଇଟି ମ୍ୟାଚ୍‌ ଖେଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ କମିଟି ସହ ମ୍ୟାନ୍‌ମାର ପୂର୍ବତନ ନେତ୍ରୀ ସୁ ଚୀଙ୍କ ବୈଠକ

ବ୍ୟାଙ୍କକ୍‌,୪ା୮: ୨୦୨୧ର ସେନା ବିଦ୍ରୋହ ବଳରେ କ୍ଷମତାଚ୍ୟୁତ ହୋଇଥିବା ମ୍ୟାନ୍‌ମାରର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀ ସୋମବାର ରାଜଧାନୀ ବ୍ୟାଙ୍କକ୍‌ରେ ରେଡ୍‌କ୍ରସ ଅନ୍ତର୍ଜାତୀୟ କମିଟି…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri