ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଚରମ ନିଷ୍ପତ୍ତି

ଖଇରା,୧୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମର କିଛି ଅସାମାଜିକ ଯୁବକ ଗତ ୫ ଓ ୬ତାରିଖ ଦିନ ତୁଡ଼ିଗଡ଼ିଆ ବଜାରର ବ୍ୟବସାୟୀ, ବଜାର କମିଟିର କର୍ମକର୍ତ୍ତା ତଥା ଗ୍ରାହକମାନଙ୍କୁ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏନେଇ ସମସ୍ତ ବ୍ୟବସାୟୀ ଏକଜୁଟ୍‌ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ୫ଶହରୁ ଅଧିକ ବ୍ୟବସାୟୀ, ବଜାରକୁ ଆସୁଥିବା ଗ୍ରାହକ ତଥା ବଜାର ସଂଲଗ୍ନ ପଞ୍ଚାୟତଗୁଡ଼ିକର ଲୋକପ୍ରତିନିଧି ବୈଠକରେ ଏକଜୁଟ୍‌ ହୋଇ ପ୍ରତିବାଦର ସ୍ବର ଉଠାଇଛନ୍ତି। ଆକ୍ରମଣରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ବ୍ୟବସାୟୀମାନେ ସୋର-କୁପାରୀ ରାସ୍ତା ଅବରୋଧ ଭଳି ଚରମ ନିଷ୍ପତ୍ତି ନେବେ ବୋଲି ଚେତାବନୀ ଦେଇଛନ୍ତି।
ଅନୁଯାୟୀ, ୫ତାରିଖରେ ସୋର ଥାନା ହରିଡ଼ାପଦା ଗ୍ରାମର ସଞ୍ଜୟ କୁମାର ସାମଲଙ୍କ ବାଇକ୍‌ ଉପରେ ତୁଟୋ ଗ୍ରାମର ୨ଜଣ ଯୁବକ ବସିବାକୁ ନେଇ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ତୁଟୋ ଗ୍ରାମର ରଶ୍ମୀରଞ୍ଜନ ଦାସ, ରାଜେନ୍ଦ୍ର ଜେନା, ବାପୁନ ଜେନା ପ୍ରମୁଖ ସଞ୍ଜୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବଜାରବାସୀ ଏହାର ପ୍ରତିବାଦ କରିବାରୁ ଉପରୋକ୍ତ ୩ଜଣ ଓ ତାଙ୍କର ଅନ୍ୟ ୧୧ସହଯୋଗୀ ବ୍ୟବସାୟୀ, ସ୍ଥାନୀୟ ବାସିନ୍ଦା ଓ କର୍ମକର୍ତ୍ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ବଜାର କମିଟି ସମ୍ପାଦକ ବସନ୍ତ କୁମାର ସାହୁ, ସ୍ଥାନୀୟ ବାସିନ୍ଦା ସନ୍ତୋଷ ଘଡ଼େଇ, ଅଭିମନ୍ୟୁ ଘଡ଼େଇ ଓ ଅନିଲ ସାହୁ ପ୍ରମୁଖଙ୍କୁ ମାଡ଼ମାରି ଆହତ କରିଥିଲେ। ୬ ତାରିଖରେ ପୁଣି ୧୪ଜଣ ଯୁବକ ବାଇକ୍‌ରେ ବଜାରକୁ ଆସି ମାରଣାସ୍ତ୍ର ବୁଲାଇବା ସହ ହତ୍ୟାଧମକ ଦେଇ ପଳାଇଥିଲେ। ଉକ୍ତ ବଜାର ଉପରେ ଖଇରା ସମେତ ପଡୋଶୀ ସୋର ଏବଂ ଔପଦା ବ୍ଲକର ବହୁ ପଞ୍ଚାୟତ ନିର୍ଭର କରୁଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ଆଇଆଇସି ଗଣେଶ୍ୱର ପ୍ରଧାନ କୁହନ୍ତି, ଘଟଣାରେ ୨ଜଣ କୋର୍ଟ ଚାଲାଣ ହୋଇ ସାରିଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri