ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ମୁମ୍ବାଇ: ନିକଟରେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ତୈମୁରଙ୍କୁ ନେଇ ନିର୍ମାତା ନିର୍ଦ୍ଦେଶକ ମଧୁର ଭଣ୍ଡାରକର କୁଆଡେ ଫିଲ୍ମର ଟାଇଟଲ ରେଜିଷ୍ଟର କରି ସାରିଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ହେଲେ ନିକଟରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭଣ୍ଡାରକର ଏହା ଉପରୁ ପରଦା ହଟାଇଛନ୍ତି। ସେ କହିଛନ୍ତି ତୈମୁରଙ୍କୁ ନେଇ ସେ କୌଣସି ଫିଲ୍ମ କରୁ ନାହାଁନ୍ତି। ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି। ଶୈଫ ଅଲ୍ଲି ଖାଁ ଓ କରିନା କପୁର ଖାଁଙ୍କ ଷ୍ଟାର କିଡ୍‌ ତୈମୁର ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏମିତିକି ଖୁବ୍‌ ଛୋଟ ବୟସରୁ ସବୁଠାରୁ ଅଧିକ ପାରିଶ୍ରମିକ ନେଇ ବଲିଉଡରେ ଡେବ୍ୟୁ କରିବେ ବୋଲି ଶୁଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?