ତ୍ରୁଟି ସୁଧାରି ଜବାବ ଦାଖଲ କର: ହାଇକୋର୍ଟ

କଟକ,୯ା୪ (କାର୍ତ୍ତିକ ସାହୁ): ଘରୋଇ ବିଦ୍ୟାଳୟର ୨୫% ସଂରକ୍ଷଣ ସିଟ୍ରେ ନାମ ଲେଖା ନିମନ୍ତେ ରୁଜୁ ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ହାଇକୋର୍ଟରେ ମଙ୍ଗଳବାର ହାଜର ହୋଇ ଜବାବ ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଆବେଦନ ନିମନ୍ତେ ହୋଇଥିବା ପ୍ରାର୍ଥନା ଉପରେ ପ୍ରାଥମିକ ଶିକ୍ଷା ମିଶ୍ର ନିର୍ଦ୍ଦେଶକ ସମ୍ମତି ଜଣାଇଛନ୍ତି। ଏଥିସହ ନାମଲେଖା ପ୍ରକ୍ରିୟାରେ କେତେକ ତ୍ରୁଟି ବାବଦରେ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ସଂରକ୍ଷିତ ସିଟ୍ରେ ନାମଲେଖା ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନେବା ସହ ତ୍ରୁଟି ସୁଧାରି ପରବର୍ତ୍ତି ଶୁଣାଣିରେ ଜବାବ ଦାଖଲ ପାଇଁ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ଆଡ୍ମିସନ ପ୍ରକ୍ରିୟା ଜୁନ ପର୍ଯ୍ୟନ୍ତ ଚାଲିବ ତେଣୁ ମାମଲା ଚାଲୁ ରହିବ। ଯୋଜନାର ଶତ ପ୍ରତିଶତ ରୂପାୟନ ସହ ଆର୍ଥିକ ଅନଗ୍ରସର ପିଲାମାନେ ଯେପରି ଘରୋଇ ବିଦ୍ୟାଳୟର ୨୫% ସିଟ୍ରେ ପାଠ ପଢ଼ିବାରେ ସମ୍ପୂର୍ଣ୍ଣ ସୁବିଧା ପାଇବେ ତାହା ଯୋଗାଇ ନିଆଯାଇଥିବା ପଦକ୍ଷେପ ଉପରେ ପରବର୍ତ୍ତୀ ଶୁଣାଣିରେ ନିର୍ଦ୍ଦେଶକଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ପରବର୍ତ୍ତି ଶୁଣାଣି ନିମନ୍ତେ ମେ ମାସ ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ପ୍ରକାଶ ଯେ, ହାଇକୋର୍ଟ ସୋମବାର ମାମଲାର ଶୁଣାଣି ବେଳେ ଏହା ପିଲାମାନଙ୍କ ପାଠପଢ଼ା ଭଳି ଜରୁରୀ ଓ ଅତ୍ୟାବଶ୍ୟକ ସମସ୍ୟା ହୋଇଥିବାରୁ ତ୍ୱରିତ ଶୁଣାଣି ପାଇଁ ମଙ୍ଗଳବାର ଗଣଶିକ୍ଷା ବିଭାଗର ମୁଖ୍ୟ ହାଜର ହୋଇ ଜବାବ ରଖିବାକୁ କହିଥିଲେ। ସୋମବାର ଶୁଣାଣି ବେଳେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ତଥା ରାଇଟ ଟୁ ଏଜୁକେଶନ (ଆରଟିଇ)ର ନୋଡାଲ ଅଫିସର ଜ୍ୟୋତି ରଞ୍ଜନ ମିଶ୍ର ହାଜର ହୋଇ ଜବାବ ରଖିଥିଲେ। ଶୁଣାଣି ବେଳେ ସେ ଦେଇଥିବା ତଥ୍ୟ ଅନୁସାରେ, ଗତବର୍ଷ ୪,୪୪୨ ବେସରକାରୀ ସ୍କୁଲ ପୋର୍ଟାଲରେ ପଞ୍ଜିକରଣ କରିଥିଲେ। ଏଗୁଡ଼ିକର ସିଟ ସଂଖ୍ୟା ୬୦,୦୦୦ରୁ ଊର୍ଦ୍ଧ୍ୱ ଥିଲା। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ବେଳେ ୨,୪୦୯ ସ୍କୁଲ ପୋର୍ଟାଲରେ ଦୃଶ୍ୟମାନ ଥିବା ବେଳେ ପ୍ରତିଦିନ ସ୍କୁଲ ସଂଖ୍ୟା ବଢ଼ି ଶେଷ ତାରିଖ ପର୍ଯ୍ୟନ୍ତ ୩,୩୩୧ ସ୍କୁଲ ପଞ୍ଜିକରଣ କରିଥିଲେ। ଏସବୁ ସ୍କୁଲ ମୋଟ ସିଟ ସଂଖ୍ୟା ମାତ୍ର ୩୩,୦୦୦ ହୋଇଥିଲା। ଅର୍ଥାତ୍ ପୂର୍ବ ବର୍ଷ ଅପେକ୍ଷା ୨୭,୦୦୦ ସିଟ କମ ହୋଇଗଲା। ଗତବର୍ଷ ପ୍ରି ପ୍ରାଇମେରୀ ବା ନର୍ସରୀ ଶ୍ରେଣୀରେ ମଧ୍ୟ ଆଡ୍ମିସନ ପାଇଁ ସୁବିଧା ଥିବା ବେଳେ ଏବର୍ଷ ବହୁ ସ୍କୁଲରେ ସେ ସୁବିଧା ନଥିବା ଏବଂ ସମାନ ସ୍କୁଲରେ ଗତବର୍ଷ ଯେତିକି ସିଟ ଥିଲା ଏବର୍ଷ ସିଟ ସଂଖ୍ୟା ପୋର୍ଟାଲରେ କମ ଦେଖାଉ ଥିଲା। ତେଣୁ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରିବାକୁ ସେ କହିଥିଲେ। ଏହି ଯୋଜନାରେ ତିନୋଟି ପର୍ଯ୍ୟାୟରେ ଆବେଦନ ଗ୍ରହଣ ସହ ଆଡ୍ମିସନ ସୁବିଧା ଥିବାରୁ ଏବର୍ଷ ତୃତୀୟ ପର୍ଯ୍ୟାୟ ଆଡ୍ମିସନ କରିବା ପାଇଁ ହାଇକୋର୍ଟଙ୍କୁ ଆବେଦନ କରାଯାଇଥିଲା। ଶୁଣାଣି ସମୟରେ ନିର୍ଦ୍ଦେଶକ ମିଶ୍ର ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ସମ୍ମତି ଦେଇଥିଲେ। ସ୍କୁଲରେ ଗତବର୍ଷ ଅପେକ୍ଷା ସିଟ ସଂଖ୍ୟା କମିଯିବାକୁ ସ୍କୁଲ ଅନୁଯାଇ ତର୍ଜମା କରି ପଦକ୍ଷେପ ନେବେ। ଯେଉଁ ସ୍କୁଲରେ ପ୍ରିପ୍ରାଇମେରୀରେ ଗତବର୍ଷ ସିଟ ଥିଲା ଏବର୍ଷ ଆଡ୍ମିସନ ଅସୁବିଧା ହୋଇଛି ତା’ ପାଇଁ ପଦକ୍ଷେପ ନେବେ। ଶୁଣାଣି ସମୟରେ ସ୍ବୀକୃତିପ୍ରାପ୍ତ ସ୍କୁଲ ସଂଖ୍ୟା ଓ ପୋର୍ଟାଲରେ ରେଜିଷ୍ଟ୍ରିଭୁକ୍ତ ସ୍କୁଲ ସଂଖ୍ୟାକୁ ନେଇ ଆସୁଥିବା ଦ୍ୱନ୍ଦ୍ୱ ଦୂର ପାଇଁ ବିଭାଗରେ ଏକ ସ୍ବତନ୍ତ୍ର ପଲିସୀ ବା ଫର୍ମାଟ ଆଣି ସମସ୍ୟା ଦୂର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ପକ୍ଷରୁ ରୁଜୁ ମାମଲାକୁ ଆଡଭୋକେଟ ଆଦିଶା ମହାନ୍ତି ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?