ଜିଲାପାଳ, ଓବିସିସି, ଟାଟା ବିରୋଧରେ ମାମଲା ରୁଜୁ କର

ପୁରୀ ଅଫିସ,୧୨।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ବେଆଇନ ନିର୍ମାଣ ଓ ଖନନ କାର୍ଯ୍ୟ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରି ପୁରୀ ଜିଲାପାଳ, ଓଡ଼ିଶା ବ୍ରିଜ୍‌ ଆଣ୍ଡ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ (ଓବିସିସି) ଏବଂ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ବିରୋଧରେ ମାମଲା ରୁଜୁ ପାଇଁ ସିଂହଦ୍ୱାର ପୋଲିସକୁ ପୁରୀ ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ୩ ପକ୍ଷଙ୍କ ବିରୋଧରେ ଆବେଦନକାରୀ କରିଥିବା ଏତଲାକୁ ଗ୍ରହଣ କରିବା ସହ ତଦନ୍ତ ନିମନ୍ତେ ପୋଲିସକୁ କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଓକିଲ ସଂଘ ପକ୍ଷରୁ ପ୍ରଥମେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରାଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ପରେ ନିର୍ମାଣ କାର୍ଯ୍ୟ ବେଆଇନ ଭାବେ କରାଯାଉଥିବା ଅଭିଯୋଗ କରି ପୁରୀ ଜିଲାପାଳ, ଓବିସିସିର ଅଧିକାରୀ ଏବଂ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ର ପ୍ରୋଜେକ୍ଟ ମ୍ୟାନେଜରଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଗତ ମାର୍ଚ୍ଚ ୧୬ତାରିଖରେ ଏତଲା ଦିଆଯାଇଥିଲା। ହେଲେ ପୋଲିସ ଏତଲାକୁ ଗ୍ରହଣ ନ କରିବାରୁ ଏସ୍‌ଡିଜେଏମ୍‌ କୋର୍ଟରେ ଏନେଇ ଏକ ମାମଲା ଦାୟର ହୋଇଥିଲା। ଆନ୍‌ସିଏଣ୍ଟ ମନୁମେଣ୍ଟସ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍ସ ରିମେନ୍ସ(ଆମସାର୍‌) ଆକ୍ଟ-୧୯୫୮ ଧାରା ୩୦(ଏ) ଓ ଆଇପିସି ଧାରା ୧୬୬(ଏ)ରେ ତଦନ୍ତ କରିବାକୁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ଆମ୍‌ସାର୍‌ ଆକ୍ଟକୁ ଉଲ୍ଲଂଘନ କରି ବେଆଇନ ନିର୍ମାଣ କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିଲୁ। ଏତଲାକୁ ଗ୍ରହଣ କରା ନ ଯିବାରୁ ଗତ ଏପ୍ରିଲ ୧୩ରେ ଏସ୍‌ଡିଏଜେଏମ୍‌ଙ୍କ ନିକଟରେ ଏକ ଓ୍ବାନ୍‌ସିସି ମକଦ୍ଦମା (ନଂ.୧୦୨/୨୦୨୨) ଦାଖଲ କରିଥିଲୁ। ମାମଲାରେ ଉଲ୍ଲେଖ ରହିଥିଲା ଯେ, ଶ୍ରୀମନ୍ଦିର ଚାରିପାଖରେ ବେଆଇନ ନିର୍ମାଣ କାର୍ଯ୍ୟ ହେଉଥିବାବେଳେ ଏନେଇ ଏତଲା ଗ୍ରହଣ କରାଯାଉନାହିଁ। ଆମ୍‌ସାର୍‌ ଆକ୍ଟ-୧୯୫୮ ଅନୁଯାୟୀ, ୨ବର୍ଷ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କାର ଜରିମାନାର ପ୍ରାବଧାନ ରହିଛି। ଆମସାର୍‌ ଆକ୍ଟ- ୩୦(ଏ) ଦଣ୍ଡ ବିଧାନ ଅନୁଯାୟୀ ଦଫା ଲଗାଯାଇ ମକଦ୍ଦମା କରାଯାଇଥିଲା। ଏହା ବ୍ୟତୀତ ଆମ୍‌ସାର୍‌ ଆକ୍ଟ (୧୯୫୮)ର ୩୦(ବି), ୩୦(ସି) ଓ ୧୬୬ ଓ ୩୪ ଆଇପିସି ଧାରା ଆଧାରରେ ଥାନାରେ ମାମଲା ରୁଜୁ ହୋଇଥିବା ଏସ୍‌ଡିଜେଏମ୍‌ କୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏସଡିଜେଏମ୍‌ କୋର୍ଟରେ ମାମଲା ରୁଜୁ କରିଥିବା ଆବେଦନକାରୀ ତଥା ପୁରୀ ଜିଲା ଓକିଲ ସଂଘର ସମ୍ପାଦକ ବିଭୂତି ଶଙ୍କର ତ୍ରିପାଠୀ କହିଛନ୍ତି, ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ସ୍ବାଗତଯୋଗ୍ୟ। କୋର୍ଟ ନିଷ୍ପତ୍ତି କ୍ରମେ ପୋଲିସ ଏତଲା ପଞ୍ଜୀକୃତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri