Posted inଖେଳ

ଆସିଲା ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ, ଷଷ୍ଠରେ ପୁରୁଷ ହକି ଦଳ, ନବମରେ ମହିଳା

ନୂଆଦିଲ୍ଲୀ,୧୨ା୩: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପୁରୁଷ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଖସି ଆସିଥିବା ବେଳେ ଏଫଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଜର୍ମାନୀ ତୃତୀୟ ସ୍ଥାନ ଦଖଲ କରିଛି।

ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତି ଭାରତ(୨୭୬୧) ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଛି। ତେଣୁ ଦଳକୁ ନିକଟରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲିଫାୟର୍ସରେ ଭାଗ ନେବାକୁ ପଡ଼ି ନ ଥିଲା। ଅନ୍ୟପକ୍ଷରେ ଓମାନରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲିଫାୟର୍ସରେ ଜର୍ମାନୀ (୨୭୮୬) ଅପରାଜିତ ରହିଥିଲା। ସାଣ୍ଟିଆଗୋ ଡେଲ୍‌ ଏଷ୍ଟିରୋ ମିନି ଟୁର୍ନାମେଣ୍ଟ ଏଫଆଇଏଚ୍‌ ପ୍ରୋ-ଲିଗ୍‌ରେ ଦଳ ଦୁଇଟି ବିଜୟ ବ୍ୟତୀତ ଆର୍ଜେଣ୍ଟିନା ଏବଂ ବେଲଜିୟମର ଯୁବ ଦଳ ବିପକ୍ଷ ମ୍ୟାଚ ଡ୍ର ରଖିଥିଲା। ଫଳରେ ଜର୍ମାନୀ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତକୁ ଅତିକ୍ରମ କରିଥିଲା। ନେଦରଲାଣ୍ଡ୍ସ (୩୦୬୦) ପୂର୍ବ ଭଳି ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷରେ ରହିଛି।

ସ୍ପେନର ଭାଲେନ୍‌ସିଆରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲି ଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ ପାଇଁ ବେଲଜିୟମ (୨୮୪୮) ର଼୍ୟାଙ୍କିଙ୍ଗ ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିପାରିଛି।

ଭାରତରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ମିନି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ (୨୭୫୭) ଇଂଲଣ୍ଡ (୨୭୨୦)କୁ ଅତିକ୍ରମ କରି ୫ମ ସ୍ଥାନ ଅଧିକାର କରିଛି। ଆର୍ଜେଣ୍ଟିନା (୨୫୨୪) ଓ ସ୍ପେନ (୨୨୯୬) ଯଥାକ୍ରମେ ୭ମ ଓ ୮ମ ସ୍ଥାନ ବଜାୟ ରଖିଛନ୍ତି। ଫ୍ରାନ୍ସ (୨୦୮୫) ୯ମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଓମାନଠାରେ ଅନୁୁଷ୍ଠିତ ଅଲିମ୍ପିକ କ୍ୱାଲିଫାୟର୍ସରେ ଉତ୍ତମ ପ୍ରଦର୍ଶନ କରି ଟପ୍‌ ଟେନ୍‌କୁ ଫେରିଛି। ଏହି ଟୁର୍ନାମେଣ୍ଟରେ ଦଳ ବ୍ରୋଞ୍ଜ ପଦକ ମୁକାବିଲାରେ ପାକିସ୍ତାନକୁ ହରାଇ ଦେଇଥିଲା।

ମହିଳା ର଼୍ୟାଙ୍କିଙ୍ଗରେ ନେଦରଲାଣ୍ଡ୍ସ ପ୍ରଥମ ସ୍ଥାନରେ ରହିଥିବା ବେଳେ ପ୍ୟାରିସ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରି ନ ଥିବା ଭାରତ (୨୨୧୫)କୁ ୯ମ ସ୍ଥାନ ମିଳିଛି।

ନେଦରଲାଣ୍ଡ୍ସ ପ୍ରୋ ଲିଗ୍‌ ସିଜନ ୫ରେ ଏହାର ସମସ୍ତ ୧୨ଟି ଯାକ ମ୍ୟାଚ ଜିତିିଛି। ସାଣ୍ଟିଆଗୋ ଡେଲ୍‌ ଏଷ୍ଟିରୋ ମିନି ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା (୨୮୨୭) ଓ ଜର୍ମାନୀ (୨୭୩୨) ଅଷ୍ଟ୍ରେଲିଆକୁ ଅତିକ୍ରମ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛି।

ଅଷ୍ଟ୍ରେଲିଆ(୨୬୭୮)ଚତୁର୍ଥ ସ୍ଥାନରେ ରହିଥିବା ବେଳେଏଫଆଇଏଚ୍‌ ପ୍ରୋ-ଲିଗ୍‌ରେ କ୍ରମାଗତ ପରାଜୟ ଯୋଗୁ ବେଲଜିୟମ ଗୋଟିଏ ସ୍ଥାନ ତଳଖୁ ଖସିଆସିଛି। ଇଂଲଣ୍ଡ (୨୩୦୪)ଷଷ୍ଠ ସ୍ଥାନରେ ରହିଥିବାବେଳେ ଏହାପଛକୁ ସ୍ପେନ (୨୨୪୪) ସପ୍ତମ ସ୍ଥାନରେ ରହିଛି। ଫେବୃଆରୀରେ ଭାରତରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଚାଇନା ପ୍ରଭାବୀ ପ୍ରଦର୍ଶନ ସହ ଦ୍ୱିତୀୟ ସ୍ଥାନରେ ରହିବା ଦ୍ୱାରା ଭାରତ (୨୨୧୫)କୁ ପଛରେ ପକାଇ ଚାଇନା (୨୨୨୬) ୮ମ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri