Posted inଖେଳ

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ବେଙ୍ଗାଲୁରୁ,୩।୫(ପି.ଟି.): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ତୃତୀୟ ସଂସ୍କରଣରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଆସନ୍ତା ବର୍ଷ ଫେବୃୟାରୀ ୫ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ବୋଲି ଏଫ୍‌ଆଇଏଚ୍‌ ତରଫରୁ ସୂଚନା ଦିଆଯାଇଛି। ଭାରତ ମଧ୍ୟ ଫେବୃୟାରୀରେ ଅଷ୍ଟ୍ରେଲିଆ ଓ ସ୍ପେନକୁ ଭେଟିବ। ଭାରତ ତା’ର ୫ଟି ମ୍ୟାଚ୍‌ ବିଦେଶରେ ଖେଳିବ। ଏହାପରେ ଭାରତ ଘରୋଇ ପରିବେଶରେ ଜର୍ମାନୀ ଓ ଆର୍ଜେଣ୍ଟିନା ବିପକ୍ଷରେ ଅବତୀର୍ଣ୍ଣ ହେବ।
ନ୍ୟୁଜିଲାଣ୍ଡକୁ ଭେଟିବା ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃୟାରୀ ୧୨ ଓ ୧୩ରେ ମ୍ୟାଚ୍‌ ଖେଳିବ। ସେହିପରି ଫେବୃୟାରୀ ୨୬ ଓ ୨୭ ତାରିଖରେ ଭାରତ ସ୍ପେନ୍‌କୁ ଭେଟିବ। ଘରୋଇ ପରିବେଶରେ ଭାରତ ମାର୍ଚ୍ଚ ୧୨ ଓ ୧୩ ତାରିଖରେ ଜର୍ମାନୀକୁ ଓ ପରେ ମାର୍ଚ୍ଚ ୧୯ ଓ ୨୦ ତାରିଖରେ ଆର୍ଜେଣ୍ଟିନାକୁ ଭେଟିବ। ଏହାପରେ ଏପ୍ରିଲ୍‌ରେ ଭାରତ ନିଜ ମାଟିରେ ୨ ଓ ୩ ତାରିଖରେ ଇଂଲଣ୍ଡକୁ ଭେଟିବ। ସେହିପରି ଜୁନ୍‌ ୧୧ ଓ ୧୨ ତାରିଖରେ ଭାରତ ଆଓ୍ବେ ଗେମ୍ସରେ ବେଲ୍‌ଜିୟମକୁ ଓ ଜୁନ୍‌ ୧୮ ଓ ୧୯ ତାରିଖରେ ନେଦରଲାଣ୍ଡ୍ସକୁ ଭେଟିବ। ୨୦୨୨ ସେସନ ଭାରତ ପାଇଁ ବ୍ୟସ୍ତବହୁଳ ରହିବ।
ପ୍ରସ୍ତୁତିରେ ଏହି ମ୍ୟାଚଗୁଡିକ ସହାୟ ହେବ। ତେବେ ବର୍ତ୍ତମାନ ଆମେ ଟୋକିଓ ଅଲିମ୍ପିକ୍ସରେ କିପରି ଭଲ ପ୍ରଦର୍ଶନ କରିବୁ ତାହା ଉପରେ ମନୋନିବେଶ କରୁଛୁ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ସେମାନଙ୍କ ଘରୋଇ ପରିବେଶରେ ଖେଳିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ। ବିଶ୍ୱର କେତୋଟି ଶ୍ରେଷ୍ଠ ଦଳ ବିପକ୍ଷରେ ଖେଳିବାକୁ ଦଳ ଉତ୍ସାହ ପ୍ରକଟ କରିଛି ବୋଲି ଭାରତୀୟ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି। ଉଲ୍ଲେଖଥାଉ କି ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣ (୨୦୨୦-୨୧) ଚାଲୁ ରହିଥିବା ବେଳେ ଭାରତ ଚଳିତ ମାସ ଶେଷ ଆଡକୁ ସ୍ପେନ୍‌ ଓ ଜର୍ମାନୀକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

ଗୌତମ ଗମ୍ଭୀରଙ୍କ ଚାକିରି ବିପଦରେ! ବିଗୁଡୁଛି ଡ୍ରେସିଂ ରୁମର ମାହୋଲ

ନୂଆଦିଲ୍ଲୀ,୪।୮: ଗୌତମ ଗମ୍ଭୀର ହେଡ କୋଚ୍‌ ହେବା ପରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ମଧ୍ୟ, ସତ୍ୟ ଏହା ଯେ…

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ଦୁବାଇ,୩ା୮: ୟୁଏସ୍‌ଏ ଖେଳାଳି ବୋଦୁଗମ ଅଖିଳେଶ ରେଡ୍ଡୀ ଏକ ମ୍ୟାଚ୍‌ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୮ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ…

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri