ରବିଶଙ୍କର ଆରବିଆଇର ନୂଆ ଡେପୁଟି ଗଭର୍ନର

ମୁମ୍ବାଇ: କେନ୍ଦ୍ର ସରକାର ବରିଷ୍ଠ ବ୍ୟାଙ୍କର୍ସ ତଥା ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ କାର୍ଯ୍ୟ କରୁଥିବା ଟି. ରବିଶଙ୍କରଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଆଗାମୀ ଡେପୁଟି ଗଭର୍ନର ଭାବେ ମନୋନୀତ କରିଛନ୍ତି। ସେ ଏହି ନୂତନ ପଦବୀରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟି ଗଭର୍ନର ଭାବେ କେନ୍ଦ୍ର ସରକାରଙ୍କ ଏକ କମିଟି ଟି. ରବି ଶଙ୍କରଙ୍କୁ ମନୋନୀତ କରିଛି। ଏ ସମ୍ପର୍କରେ ‘ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସୋନେଲ୍‌ ଆଣ୍ଡ୍‌ ଟ୍ରେନିଙ୍ଗ୍‌’ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି। ୧୯୯୦ରେ ସେ କେନ୍ଦ୍ରୀୟ ବ୍ୟାଙ୍କର ଜଣେ ରିସର୍ଚ୍ଚ ଅଫିସର ଭାବେ ଯୋଗଦେଇଥିଲେ। ବନାରସ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ହାସଲ କରିିଥିବା ରବି ଶଙ୍କର ଋଣ ପରିଚାଳନା ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ପରିଚାଳନା କରୁଥିଲେ। ନିକଟରେ ଅବସର ଗ୍ରହଣ କରିଥିବା ଆରବିଆଇର ଡେପୁଟି ଗଭର୍ନର ବି.ପି.କାନୁନ୍‌ଗୋଙ୍କ ସ୍ଥାନରେ ସେ ଯୋଗଦେବେ ବୋଲି ଜଣାପଡିଛି। ଏପ୍ରିଲରେ


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri