Posted inଖେଳ

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବିଶ୍ୱକପ୍‌ରେ କେଉଁ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ କେବେ କାହାକୁ ଭେଟିବ, ତାହା ସ୍ପଷ୍ଟ ହୋଇଛି।

ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ୪୮ ଦେଶ ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ଫାଇନାଲ ସମେତ ୧୦୪ ମ୍ୟାଚ୍‌ ଖେଳାଯିବ। କେନେଡି ସେଣ୍ଟରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେଇବାଉମ ଓ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାରନି ଯୋଗ ଦେଇଥିଲେ।

୩ ଥରର ଚାମ୍ପିୟନ ଆର୍ଜେଣ୍ଟିନା ଜୁନ ୧୬ ତାରିଖରେ ଆଲଜେରିଆକୁ ଭେଟିବ। ଟାଇଟଲ ଡିଫେଣ୍ଡିଂ ଲକ୍ଷ୍ୟରେ ଥିବା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଗ୍ରୁପ୍‌-ଜେ’ର ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ଅଷ୍ଟ୍ରିଆ ଓ ଜୋର୍ଡାନକୁ ଭେଟିବ।

ଟୁର୍ନାମେଣ୍ଟ ବେଳେ ୩୯ ବର୍ଷରେ ପାଦ ଦେବାକୁ ଯାଉଥିବା ମେସି ଏଥିରେ ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଆୟୋଜକ ଆମେରିକା ଗ୍ରୁପ୍‌ ଡି’ରେ ସ୍ଥାନ ପାଇଛି ଏବଂ ଏହି ଦଳ ଜୁନ ୧୨ ପାରାଗୁଏକୁ ତା’ର ପ୍ରଥମ ମ୍ୟାଚ୍‌ ଭେଟିବ। ୧୯୬୬ରେ ଏକମାତ୍ର ବିଶ୍ୱକପ୍‌ ଜିତିଥିବା ଇଂଲଣ୍ଡ ଗ୍ରୁପ୍‌-ଏଲ୍‌ରେ କ୍ରୋଏସିଆ, ଘାନା ଓ ପାନାମା ଭଳି ଦଳ ସହିତ ରହିଛି। ସେହିଭଳି ଗ୍ରୁପ୍‌ ସି’ରେ ପାଞ୍ଚ ଥରର ଚାମ୍ପିୟନ ବ୍ରାଜିଲ, ମରକୋ, ହାଇତି ଓ ସ୍କଟଲାଣ୍ଡ ସ୍ଥାନ ପାଇଥିବାବେଳେ ଟପ୍‌ ର଼୍ୟାଙ୍କ ସ୍ପେନ ସହିତ କେପ ଭର୍ଡି, ସାଉଦି ଆରବିଆ, ଉରୁଗୁଏ ଗ୍ରୁପ୍‌-ଡି’ରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri