Posted inଖେଳ

ଫିଫା ବିଶ୍ୱକପ୍‌ର ଡେଙ୍ଗା ଦଳ ସର୍ବିୟା

କାତାର,୨୨।୧୧: କ୍ରୀଡାରେ ଉଚ୍ଚତାର ବିଶେଷ ଭୂମିକା ରହିଥାଏ। ବକ୍ସିଂ ପରି ଖେଳରେ ଉଚ୍ଚତାକୁ ହିଁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଏ। ଫୁଟବଲରେ ଯଦିଓ ଉଚ୍ଚତା ଅପେକ୍ଷା ଦକ୍ଷତା ଗୁରୁତ୍ୱ ବହନ କରିଥାଏ୍‌ ତେବେ ଉଚ୍ଚତା ଅଧିକ ଥିଲେ ଏହା ପଡିଆର ଉଭୟ ପାର୍ଶ୍ୱରୁ ଦଳକୁ ଫାଇଦା ପ୍ରଦାନ କରିଥାଏ। ପୂର୍ବରୁ ଅନେକ ବିଶ୍ୱକପ୍‌ରେ ଏହାର ନଜିର ଦେଖିବାକୁ ମିଳିଛି। ପୁରୁଷ ଫୁଟ୍‌ବଲ ମହାକୁମ୍ଭ ବିଶ୍ୱକପ୍‌ କାତାରରେ ରବିବାର ଆରମ୍ଭ ହୋଇସାରିଛି। ଆସନ୍ତୁ ବିଶ୍ୱକପ୍‌ର ସବୁଠୁ ଡେଙ୍ଗା ଓ ଗେଡା ଖେଳାଳିଙ୍କ ଉପରେ ନଜର ପକାଇବା।
ଡେଙ୍ଗା ଖେଳାଳି: ଚଳିତ ବିଶ୍ୱକପ୍‌ରେ ସବୁଠୁ ଡେଙ୍ଗା ଖେଳାଳିଙ୍କ ମଧ୍ୟରେ ପ୍ରଥମ ୩ ସ୍ଥାନ ଉପରେ ଗୋଲକିପରମାନେ ହିଁ କବ୍‌ଜା କରିଛନ୍ତି। ଗୋଲକିପରଙ୍କ ଉଚ୍ଚତା ଅଧିକ ରହିବା ଦ୍ୱାରା ପୋଷ୍ଟର ଉଭୟ ପାର୍ଶ୍ୱକୁ ସହଜରେ ଡାଇଭ ମାରିପାରନ୍ତି। ନେଦରଲାଣ୍ଡ୍ସ ଦଳର ଗୋଲକିପର ରହିଥିବା ଆଣ୍ଡ୍ରିସ୍‌ ନୋପର୍ଟ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ନୋପର୍ଟଙ୍କ ଉଚ୍ଚତା ୨୦୩ ସେମି ରହିଛି । ୨୦୨ ସେମିର ଉଚ୍ଚତା ସହ ସର୍ବିୟାର ଭାଞ୍ଜା ମିଲିନକୋଭିକ୍‌ ସାଭିକ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୦ ସେମିର ଉଚ୍ଚତା ସହିତ ବେଲଜିୟମର ଥିବାଉଟ କୋର୍ଟିଅସ୍‌ ତୃତୀୟ ସ୍ଥାନରେ ରହିଛନ୍ତି।
ଗେଡ଼ା ଖେଳାଳି: ମରକ୍କୋର ଇଲିଆସ୍‌ ଚେୟାର ଚଳିତ ବିଶ୍ୱକପ୍‌ର ସବୁଠୁ ଗେଡା ଖେଳାଳି ରହିଛନ୍ତି। କ୍ୱିନ୍ସ ପାର୍କର ରେଞ୍ଜରର ଆଟାକିଂ ମିଡ୍‌ଫିଲ୍ଡର ଇଲିଆସଙ୍କ ଉଚ୍ଚତା ୧୬୪ ସେମି ରହିଛି। ଜାପାନିଜ ଷ୍ଟ୍ରାଇକର ୟୁରି ସୋମାଙ୍କ ଉଚ୍ଚତା ୧୬୬ ସେମି ରହିଥିବା ବେଳେ ସେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଲେଜାଣ୍ଡ୍ରୋ ଗୋମେଜ(ଆର୍ଜେଣ୍ଟିନା), ୟୁରିଏଲ ଆଣ୍ଟୁନା(ମେକ୍ସିକୋ), ଆଣ୍ଡ୍ରେସ୍‌ ଗୁଆର୍ଡାଡୋ (ମେକ୍ସିକୋ) ଓ ନିକୋଲାସ ଡେ ଲା କ୍ରୁଜ୍‌ (ଉରୁଗୁଏ) ୧୬୭ ସେମିର ଉଚ୍ଚତା ସହିତ ମିଳିତ ଭାବରେ ୪ର୍ଥ ସ୍ଥାନରେ ରହିଛନ୍ତି।
ଡେଙ୍ଗା ଦଳ: ଦଳଗତ ହାରାହାରିକୁ ହିସାବକୁ ନେଲେ ୟୁରୋପୀୟ ଦଳଗୁଡିକ ଏହି ତାଲିକାରେ ନିଜର ଦବଦବା ବଜାୟ ରଖିଛନ୍ତି। ଟପ୍‌-୧୦ ମଧ୍ୟରେ ୮ଟି ଦଳ ୟୁରୋପ ମହାଦେଶରୁ ରହିଛନ୍ତି। ୧୮୭.୧ ସେମି ହାରାହାରି ଉଚ୍ଚତା ସହିତ ସର୍ବିୟା ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଡେନ୍‌ମାର୍କ(୧୮୬.୧ ସେମି) ଓ ଫ୍ରାନ୍ସ (୧୮୫.୪ ସେମି) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ଅଣ ୟୁରୋପୀୟ ଦେଶ ମଧ୍ୟରେ ସେନେଗାଲ ଦଳର ହାରାହାରି ଉଚ୍ଚତା ସର୍ବାଧିକ ରହିଛି। ୧୮୪.୪ ସେମି ସହିତ ଏହା ଟପ୍‌ ଟେନ୍‌ରେ ସପ୍ତମ ସ୍ଥାନରେ ରହିଛି। ଉଚ୍ଚତା ଯଦିଓ ଏତେଟା ପ୍ରଭାବ ପକାଇ ନ ଥାଏ ତେବେ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚଗୁଡିକରେ ଫରକ ନଜର ଆସିଥାଏ। ୨୦୧୮ ବିଶ୍ୱକପ୍‌ର ବେଲଜିୟମ ବନାମ ଜାପାନ କ୍ୱାର୍ଟର ଫାଇନାଲ ମୁକାବିଲା ଏହାର ଉଦାହରଣ। ବେଲ୍‌ଜିୟମ ଦଳରେ ରୋମେଲୁ ଲୁକାକୁ ଓ ମାରୌଆନେ ଫେଲାନିଙ୍କ ପରି ଖେଳାଳି ରହିଥିବା ବେଳେ ଲଙ୍ଗ ପାସ୍‌ ଦ୍ୱାରା କମ୍‌ ଉଚ୍ଚତା ବିଶିଷ୍ଟ ଜାପାନ ଦଳକୁ ଅସୁବିଧାରେ ପକାଇଥିଲେ।
ଗେଡ଼ା ଦଳ: କାତାର ବିଶ୍ୱକପ୍‌ରେ ସବୁଠାରୁ ଗେଡ଼ା ଦଳ ଭାବରେ ରହିଛି ମେକ୍ସିକୋ। ଉତ୍ତର ଆମେରିକା ଓ କାତାର ଦଳ ୧୭୮.୮ ସେମିର ଉଚ୍ଚତା ସହିତ ଏହି ତାଲିକାରେ ସବୁଠୁ ତଳେ ରହିଛନ୍ତି। ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳର ହାରାହାରି ଉଚ୍ଚତା ୧୮୦ ସେମିରୁ ତଳେ ରହିଥିବା ବେଳେ ୟୁରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ସ୍ପେନ(୧୮୦.୯)ର ହାରାହାରି ଉଚ୍ଚତା ସର୍ବନିମ୍ନ ରହିଛି।
ମହାଦେଶୀୟ ଭିନ୍ନତା: ଫୁଟବଲ ଖେଳୁଥିବା ମହାଦେଶମାନଙ୍କ ମଧ୍ୟରେ ୟୁରୋପ ମହାଦେଶର ହାରାହାରି ଉଚ୍ଚତା ଅଧିକ ରହିଛି। କାତାର ବିଶ୍ୱକପ୍‌ରେ ୟୁରୋପ ମହାଦେଶୀୟ ଦଳମାନଙ୍କ ହାରାହାରି ଉଚ୍ଚତା ୧୮୩ ସେମି ରହିଛି। ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକର ହାରାହାରି ଉଚ୍ଚତା ୧୮୦.୯ ରହିଥିବା ବେଳେ ଉତ୍ତର ଆମେରିକୀୟ ଦେଶଗୁଡିକର ହାରାହାରି ଉଚ୍ଚତା ୧୮୦.୭ ସେମି ରହିଛି। ଏସିଆ ମହାଦେଶର ଦଳଗୁଡିକର ହାରାହାରି ଉଚ୍ଚତା ୧୮୧.୪ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?