Posted inଖେଳ

ଫିଫା ବିଶ୍ୱକପ୍‌: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଟାଇଟଲ ଟକ୍କର

ଦୋହା, ୧୮।୧୨: ଚଳିତ ଫିଫା ବିଶ୍ୱକପ୍‌ର ମେଗା ଫାଇନାଲ ରବିବାର ଲୁସେଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟାଇଟଲ ଲଢ଼େଇରେ ପରସ୍ପରର ସମ୍ମୁଖୀନ ହେବେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ ଗତଥରର ଚାମ୍ପିୟନ ଫ୍ରାନ୍ସ। ଫ୍ରାନ୍ସ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ କ୍ୟାରିୟରର ସାୟାହ୍ନରେ ପହଞ୍ଚତ୍ଥିବା ମେସି ନିଜ ସ୍ବପ୍ନ ସାକାର କରିବା ଆଶାରେ ରହିଛନ୍ତି। ସେମିଫାଇନାଲରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆକୁ ହରାଇଥିବାବେଳେ ଫ୍ରାନ୍ସ ୨-୦ ଗୋଲରେ ମରକ୍କୋକୁ ମାତ୍‌ ଦେଇ ଫାଇନାଲରେ ପହଞ୍ଚତ୍ଛି। ଉଭୟ ଦଳ ୨ ଥର ଲେଖାଏ ବିଶ୍ୱକପ୍‌ ଜିତି ସାରିଥିବାରୁ ତୃତୀୟ ଟାଇଟଲ ଆଶାରେ ରହିଛନ୍ତି। ତେଣୁ ଲୁସେଲ ଷ୍ଟାଡିୟମରେ କଡ଼ା ଟକ୍କର ଅପେକ୍ଷାରେ ରହିଛନ୍ତି ଫୁଟବଲ ପ୍ରଶଂସକ।

ରେକର୍ଡ: ଆର୍ଜେଣ୍ଟିନା ୬, ଫ୍ରାନ୍ସ ୩ ଉଭୟ ଦେଶ ମଧ୍ୟରେ ଏହା ହେବ ୧୩ତମ ବିଶ୍ୱକପ ମୁକାବିଲା। ପୂର୍ବରୁ ହୋଇଥିବା ୧୨ ମ୍ୟାଚ ମଧ୍ୟରୁ ଆର୍ଜେଣ୍ଟିନା ୬ଟିରେ ବିଜୟ ହାସଲ କରି ଆଗରେ ରହିଛି। ଫ୍ରାନ୍ସ ୩ ମ୍ୟାଚ ଜିତିଥିବାବେଳେ ଅନ୍ୟ ୩ଟି ମ୍ୟାଚ ଡ୍ର ରହିଛି। ପ୍ରଥମଥର ପାଇଁ ୧୯୩୦ (ଉରୁଗୁଏ) ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ। ସେତେବେଳେ ଆର୍ଜେଣ୍ଟିନା ୧-୦ ଗୋଲରେ ବିଜୟୀ ହୋଇଥିଲା। ବିଜୟୀ ଦଳ ପକ୍ଷରୁ ଲୁଇସ ମୋଣ୍ଟି ୮୧ତମ ମିନିଟରେ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ତେବେ ଶେଷ ଥର ପାଇଁ ରୁଷିଆ (୨୦୧୮) ବିଶ୍ୱକପର ରାଉଣ୍ଡ ଅଫ୍‌ ୧୬ରେ ହୋଇଥିବା ମୁକାବିଲାରେ ଫ୍ରାନ୍ସ ୪-୩ ଗୋଲରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଫ୍ରାନ୍ସ ପକ୍ଷରୁ ଆଣ୍ଟୋନି ଗ୍ରିଜ୍‌ମାନ, ବେଞ୍ଜାମିନ୍‌ ପାଭାର୍ଡ ଗୋଟିଏ ଲେଖାଏ ଏବଂ କିଲିଆନ ଏମ୍‌ବାପେ ୨ଟି ଗୋଲ ଦେଇଥିଲେ। ଆର୍ଜେଣ୍ଟିନାର ଆଞ୍ଜେଲ ଡି’ ମାରିଆ ଓ ଗାବ୍ରିଏଲ ମେର୍କାଡୋ ଗୋଲ ସ୍କୋର କରିଥିଲେ।

ଦୁର୍ବଳ ଦଳ ନିକଟରୁ ହାରିଛନ୍ତି
ଫାଇନାଲରେ ପ୍ରବେଶ ପଥରେ ଉଭୟ ଆର୍ଜେଣ୍ଟିନା ଓ ଫ୍ରାନ୍ସ ଗୋଟିଏ ଲେଖାଏ ଗ୍ରୁପ୍‌ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଦଳ ନିକଟରୁ ପରାଜିତ ହୋଇଛନ୍ତି। ତେବେ ଏହା ସେମାନଙ୍କୁ ନିଜ ନିଜ ଗ୍ରୁପ୍‌ ଚାମ୍ପିୟନ ହେବାରେ ରୋକି ପାରିନାହିଁ। ଗ୍ରୁପ୍‌ ‘ସି’ରେ ଆର୍ଜେଣ୍ଟିନା ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ୧-୨ ଗୋଲରେ ହାରି ଅତ୍ୟନ୍ତ ନିରାଶର ସହ ଅଭିଯାନ ଆରମ୍ଭ କରିଥିଲା। ମାତ୍ର ପରବର୍ତ୍ତୀ ମ୍ୟାଚରେ ମେକ୍ସିକୋକୁ ୨-୦ ଗୋଲରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଶେଷ ଲିଗ୍‌ରେ ପୋଲାଣ୍ଡକୁ ୨-୦ ଗୋଲରେ ହରାଇ ଦଳ କେବଳ ନକ୍‌ଆଉଟରେ ପ୍ରବେଶ କରି ନ ଥିଲା ଗ୍ରୁପ୍‌ ଚାମ୍ପିୟନ ମଧ୍ୟ ହୋଇଥିଲା। ରାଉଣ୍ଡ ଅଫ୍‌ ୧୬ରେ ଅଷ୍ଟ୍ରେଲିଆକୁ ୨-୧, ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସକୁ ପେନାଲ୍ଟି ଶୁଟ୍‌ଆଉଟ ୪-୩ ଏବଂ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲରେ ହରାଇ ଦଳ ମେଗା ଫାଇନାଲରେ ପ୍ରବେଶ କରିଛି। ସେହିପରି ଗ୍ରୁପ୍‌ ‘ଡି’ରେ ଅଷ୍ଟ୍ରେଲିଆକୁ ୪-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଫ୍ରାନ୍ସ ଦ୍ୱିତୀୟ ମ୍ୟାଚରେ ଡେନ୍‌ମାର୍କକୁ ୨-୧ ଗୋଲରେ ପରାସ୍ତ କରି ନକ୍‌ଆଉଟ ପ୍ରବେଶ ପକ୍କା କରିଥିଲା। ତେବେ ଶେଷ ଲିଗ୍‌ରେ ଦଳ ଅପ୍ରତ୍ୟାଶିତଭାବେ ଦୁର୍ବଳ ଟ୍ୟୁନିସିଆ ନିକଟରୁ ୦-୧ ଗୋଲରେ ହାରି ଯାଇଥିଲା। ରାଉଣ୍ଡ ଅଫ୍‌ ୧୬ରେ କିନ୍ତୁ ଏହି ଦଳ ପୋଲାଣ୍ଡକୁ ୩-୧, କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ୨-୧ ଓ ସେମିଫାନାଲରେ ମରକ୍କୋକୁ ୨-୦ ଗୋଲରେ ହରାଇ ଫାଇନାଲ ଟିକେଟ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?