Posted inଖେଳ

ଫିଫା ମହିଳା ବିଶ୍ୱକପ: ଫିଲିପାଇନ୍ସ, କଲମ୍ବିଆ ବିଜୟୀ

ଓ୍ବେଲିଂଟନ୍‌, ୨୬ା୭(ପି.ଟି.): ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ମଙ୍ଗଳବାର ଫିଲିପାଇନ୍ସ, କଲମ୍ବିଆ ବିଜୟ ହାସଲ କରିଥିବା ବେଳେ ସୁଇଜରଲାଣ୍ଡ ବିପକ୍ଷରେ ପଏଣ୍ଟ ବାଣ୍ଟିଛି ନରଓ୍ବେ। ଫିଲିପାଇନ୍ସ ବିଶ୍ୱକପ୍‌ ଇତିହାସରେ ଏହାର ପ୍ରଥମ ବିଜୟ ହାସଲ କରିଥିବା ବେଳେ ସରିନା ବୋଲ୍ଡେନ୍‌ ପ୍ରଥମ ଗୋଲ ସ୍କୋର କରିଥିଲେ।
ଫିଲିପାଇନ୍ସର ଐତିହାସିକ ବିଜୟ: ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍‌ ଖେଳୁଥିବା ଫିଲିପାଇନ୍ସ ଆୟୋଜକ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଫିଲିପାଇନ୍ସ ବିଶ୍ୱକପ ଇତିହାସରେ ପ୍ରଥମ ଗୋଲ ସ୍କୋର କରିବାର ସୌଭାଗ୍ୟ ହାସଲ କରିଛନ୍ତି ସରିନା ବୋଲ୍ଡେନ୍‌। ଉଦ୍‌ଘାଟନୀ ମ୍ୟାଚ୍‌ରେ ଶକ୍ତିଶାଳୀ ନରଓ୍ବେକୁ ପରାସ୍ତ କରିଥିବା ନ୍ୟୁଜିଲାଣ୍ଡ ଦୃଢ ଭାବରେ ଖେଳ ଆରମ୍ଭ କରିଥିଲା। ପ୍ରଥମ ୨୦ ମିନିଟର ଖେଳକୁ ଘରୋଇ ଦଳ ନିୟନ୍ତ୍ରଣରେ ରଖିଥିଲା। ନ୍ୟୁଜିଲାଣ୍ଡ ଦଳକୁ ସମର୍ଥନ କରି ୩୩ ହଜାର ଦର୍ଶକ ଷ୍ଟାଡିୟମରେ ରହିଥିବା ବେଳେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ ସରିନା। ୨୪ ତମ ମିନିଟରେ ସେ ସ୍କୋର କରିଥିବା ବେଳେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ପ୍ରଥମ ୨୦ ମିନିଟରେ ନ୍ୟୁଜିଲାଣ୍ଡ ୮୦ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା। ଏହି ସମୟ ମଧ୍ୟରେ ୫ ଶଟ୍‌ ଟାର୍ଗେଟ୍‌ରେ ରହିଥିବା ବେଳେ ଘରୋଇ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୨୦ତମ ମିନିଟରେ ଫିଲିପାଇନ୍ସକୁ ପ୍ରଥମ ଫ୍ରି କିକ୍‌ ମିଳିବା ପରେ ଖେଳର ଗତି ବଦଳି ଯାଇଥିଲା। ଭିକ୍‌ ଏସନ୍‌ ଏହାକୁ ରୋକିବାରେ ସଫଳ ହୋଇଥିଲେ। ଏହାର ୪ ମିନିଟ ପରେ ଆଉ ଏକ ଫ୍ରି କିକ୍‌ ମିଳିଥିଲା। ସାରା ଏଗେସ୍‌ଭିକ୍‌ଙ୍କ ଶଟ୍‌କୁ ଭିକ୍‌ ରୋକିଥିଲେ ମଧ୍ୟ ସରିନା ହେଡର ଜରିଆରେ ଏହାକୁ ଗୋଲରେ ପରିଣତ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଗୋଲ୍‌ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ ବିଫଳ ରହିଥିଲା।
କଲମ୍ବିଆ ବନାମ ଦକ୍ଷିଣ କୋରିଆ: ସିଡ୍‌ନୀରେ ଅନୁଷ୍ଠିତ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ୨-୦ରେ ପରାସ୍ତ କରିଛି କଳମ୍ବିଆ। କାଟାଲିନା ଉସ୍ମେ(୩୦ ମିନିଟ) ଓ କ୍ୟାନ୍ସରରୁ ଆରୋଗ୍ୟ ଲାଭ କରିଥିବା ଲିଣ୍ଡା କାଇସେଡୋ ୩୯ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ୧୫ ବର୍ଷ ବୟସରେ ଜରାୟୁ କ୍ୟାନ୍ସରରୁ ଆରୋଗ୍ୟ ଲାଭ କରିଥିବା ୧୮ ବର୍ଷୀୟ କାଇସେଡୋଙ୍କର ଏହା ବିଶ୍ୱକପରେ ପ୍ରଥମ ଗୋଲ୍‌। ୩୦ ତମ ମିନିଟରେ କୋରିଆ ଡି ମଧ୍ୟରେ ଶିମ୍‌ ସିଓ ୟେଅନ୍‌ ଏକ ଫାଉଲ୍‌ ମାରିଥିଲେ। କଲମ୍ବିଆକୁ ପେନାଲ୍ଟି କର୍ନର ମିଳିଥିବା ବେଳେ ଉସ୍ମେ ଏହାକୁ ଗୋଲରେ ପରିଣତ କରିଥିଲେ। ୩୯ତମ ମିନିଟରେ କାଇସେଡୋ କୋରିଆ ମିଡ୍‌ଫିଲ୍ଡରଙ୍କୁ ପରାସ୍ତ କରି ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧରେ କୋରିଆ ପକ୍ଷରୁ ଲି ଜିଉମ୍‌ ମିନ୍‌ ସ୍କୋର କରିବାର ନିକଟତର ହୋଇଥିଲେ ହେଁ ଗୋଲକିପର କାଟାଲିନା ପେରେଜ୍‌ ଚମତ୍କାର ସେଭ୍‌ କରିଥିଲେ।
ପଏଣ୍ଟ ବାଣ୍ଟିଲା ନରଓ୍ବେ
ହାମିଲଟନ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ହାମିଲଟନ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ପଏଣ୍ଟ ବାଣ୍ଟିଛି ନରଓ୍ବେ। ଷ୍ଟାର ଫରଓ୍ବାର୍ଡ ଖେଳାଳି ତଥା ବାଲନ୍‌ ଡି ଓର୍‌ ବିଜୟିନୀ ଆଡା ହେଗରବର୍ଗ ଆହତ କାରଣରୁ ଖେଳି ନ ଥିବା ବେଳେ ମ୍ୟାଚ୍‌ଟି ୦-୦ରେ ଅମୀମାଂସିତ ଭାବରେ ଶେଷ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିବା ନରଓ୍ବେ ପାଇଁ ଫିଲିପାଇନ୍ସ ବିପକ୍ଷ ଅନ୍ତିମ ମ୍ୟାଚ୍‌ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପାଲଟି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri