Posted inଖେଳ

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌: କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୨।୧୦: ଭାରତରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଆଉ ୧୦ ଦିନ ବାକି ରହିଥିବାବେଳେ ଶନିବାର ପ୍ରତିଯୋଗିତାର ୩ ଭେନ୍ୟୁ ଭୁବନେଶ୍ୱର, ଗୋଆ ଓ ନଭି ମୁମ୍ବାଇରେ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଟିକେଟ ମୂଲ୍ୟ ମାତ୍ର ୧୦୦ ଓ ୨୦୦ (୧୧ ତାରିଖ ପର୍ଯ୍ୟନ୍ତ ରିହାତି ଦଳରେ ଏହା ୯୦ ଓ ୧୮୦ ଟଙ୍କାରେ ଉପଲବ୍ଧ) ଟଙ୍କା ରଖାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟିକେଟ ଗେଟ୍‌ ନମ୍ବର-୪ ନିକଟସ୍ଥ କାଉଣ୍ଟରରେ ଉପଲବ୍ଧ। ସେହିପରି ଗୋଆ ଫତୋର୍ଦା ସ୍ପୋଟର୍‌ସ କମ୍ପ୍ଲେକ୍ସ ସୁଇମିଂ ପୁଲ୍‌ ନିକଟରେ ଏବଂ ନଭି ମୁମ୍ବାଇର ଭୀମଶଙ୍କର ପାର୍କିଂ ଗ୍ରାଉଣ୍ଡ ନିକଟରେ ଟିକେଟ ଉପଲବ୍ଧ ହେଉଛି। ମ୍ୟାଚ ନ ଥିବା ଦିନ କାଉଣ୍ଟରରେ ଟିକେଟ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ଏବଂ ମ୍ୟାଚ୍‌ ଦିବସଗୁଡିକରେ ପୂର୍ବାହ୍ନ ୧୧ଟାରୁ ୨ୟ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ପର୍ଯ୍ୟନ୍ତ ମିଳି ପାରିବ। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ପ୍ରତ୍ୟେକ ଦିନ ୨ଟି ଲେଖାଏ ମ୍ୟାଚ ଖେଳାଯିବ। ପ୍ରଥମ ଗେମ୍‌ ଅପରାହ୍ନ ୪.୩୦ ମିନିଟ୍‌ରେ ଏବଂ ୨ୟ ମ୍ୟାଚ୍‌ ରାତି ୮ଟାରେ ଆରମ୍ଭ ହେବ।

ପ୍ରକାଶଯୋଗ୍ୟ ଯେ, fifa.com/tickets.ରେ ଟିକେଟ୍‌ଗୁଡିକର ଅନ୍‌ଲାଇନ୍‌ ବିକ୍ରି ମଧ୍ୟ ଜାରି ରହିଛି। ଟିକେଟ୍‌ କିଣିବା ପାଇଁ ଫିଫାର ଅଫିସିଆଲ ପେମେଣ୍ଟ ସର୍ଭିସ ପାର୍ଟନର୍‌ ହେଉଛି ଭିସା। ତେବେ ପେମେଣ୍ଟ କାର୍ଡ, ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ ଓ ନଗଦ (ବକ୍ସ-ଅଫିସ୍‌ରେ କେବଳ ଅଫ୍‌ଲାଇନ୍‌ କ୍ରୟ ପାଇଁ) ଗ୍ରହଣ କରାଯିବ। ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ସର୍ବାଧିକ ୧୦ଟି ଟିକେଟ୍‌ କ୍ରୟ କରାଯାଇପାରିବ।
ଦର୍ଶକଙ୍କ ପାଇଁ ୩ଟି ଷ୍ଟାଡିୟମ (ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, ଗୋଆର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ, ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ)ରେ ଗେଟ୍‌ଗୁଡିକ ପ୍ରଥମ ମ୍ୟାଚ ଆରମ୍ଭ ହେବାର ୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୨.୩୦ ମିନିଟ୍‌ରୁ ଖୋଲା ରହିବ। ଭେନ୍ୟୁରେ ଥିବା ସମୟରେ ୧୮ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ସହ ଜଣେ ବୟସ୍କ ବ୍ୟକ୍ତି ରହିଥିବା ଜରୁରୀ ଏବଂ ୨ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ଷ୍ଟାଡିୟମରେ ପ୍ରବେଶ ଲାଗି ଟିକେଟ୍‌ର ଆବଶ୍ୟକତା ନାହିଁ। ଆକ୍‌ସେସିବିଲିଟି ଟିକେଟ୍‌ଗୁଡିକ ମଧ୍ୟ ସମସ୍ତ ୩ଟି ଷ୍ଟାଡିୟମରେ ଦୁଇଟି ବର୍ଗରେ ଉପଲବ୍ଧ ରହିଛି। ତାହା ହେଲା ହ୍ବିଲ୍‌ଚେୟାର ବ୍ୟବହାରକାରୀ (ଏକ ହ୍ବିଲ୍‌ଚେୟାର ଉପରେ ନିର୍ଭର କରୁଥିବା ପ୍ରଶଂସକଙ୍କ ପାଇଁ) ଏବଂ ଇଜି ଆକ୍‌ସେସ୍‌ ଷ୍ଟାଣ୍ଡାର୍ଡ (ହ୍ବିଲ୍‌ଚେୟାର ଉପରେ ନିର୍ଭର କରୁ ନ ଥିବେ କିନ୍ତୁ ସର୍ବନିମ୍ନ ଷ୍ଟେପ୍‌ ଆକ୍‌ସେସ୍‌ ସହ ବସିବାର ଆବଶ୍ୟକ କରୁଥିବା ପ୍ରଶଂସକଙ୍କ ପାଇଁ)। ଆକ୍‌ସେସିବିଲିଟି ଟିକେଟ୍‌ ପାଇଁ +୯୧-୮୬୫୭୦ ୧୯୩୫୯ ରେ କଲ୍‌ କରି କିମ୍ବା ଇମେଲ୍‌ (contact@india2022wwc.com) ମାଧ୍ୟମରେ ଫାଷ୍ଟ କମ୍‌ ଫାଷ୍ଟ ସର୍ଭ ଆଧାରରେ ଅନୁରୋଧ କରାଯାଇପାରିବ ଏବଂ ଏଥିପାଇଁ ଯୋଗ୍ୟତା ପ୍ରମାଣପତ୍ରର ଆବଶ୍ୟକତା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri