Posted inଖେଳ

ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କଲା ଫିଫା

ଜେନେଭା, ୩୧ା୧୦: ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ (ଫିଫା) ସୋମବାର ସ୍ପେନ ଫୁଟ୍‌ବଲ ମହାସଂଘର ପୂର୍ବତନ ସଭାପତି ଲୁଇସ ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କରିଛି। ମହିଳା ବିଶ୍ୱକପ୍‌ ଫାଇନାଲ ପରେ ଟ୍ରଫି ପ୍ରଦାନ ଉତ୍ସବ ବେଳେ ସେ ଜଣେ ଖେଳାଳିଙ୍କ ଓଠକୁ ବଳପୂର୍ବକ ଚୁମ୍ବନ କରିଥିଲେ। ଫିଫାର ଶୃଙ୍ଖଳା କମିଟି ଏହି ଘଟଣାର ତଦନ୍ତ କରିଥିଲେ। କମିଟି ଦେଇଥିବା ରାୟର ବିଶଦ ବିବରଣୀ ଫିଫା ପ୍ରକାଶ କରି ନାହିଁ। ରୁବେଲ୍ସଙ୍କ ବିରୋଧରେ ସ୍ପେନରେ ମଧ୍ୟ ଏକ ଅପରାଧିକ ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଅଗଷ୍ଟ ୨୦ରେ ଇଂଲଣ୍ଡ ବିପକ୍ଷରେ ସ୍ପେନର ୧-୦ ଗୋଲ୍‌ରେ ବିଜୟ ପରେ ଉଲ୍ଲସିତ ହୋଇ ଜେନ୍ନି ହର୍ମୋସୋ ନାମ୍ନି ଖେଳାଳିଙ୍କୁ ଚୁମ୍ବନ କରିଥିଲେ। ସେତେବେଳେ ଏହି ଘଟଣା ନିକଟରେ ସ୍ପେନ ରାଣୀ ଲିଟିଜା ଏବଂ ୧୬ ବର୍ଷୀୟା ଯୁବରାଣୀ ଛିଡା ହୋଇଥିଲେ। ତଦନ୍ତ କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କାରେ ଫିଫାର ଜଜ୍‌ମାନେ ରୁବେଲ୍ସଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରିଥିଲେ। ସ୍ପେନ ଫୁଟ୍‌ବଲ ମହାସଂଘର ପୂର୍ବତନ ସଭାପତିଙ୍କ ବିରୋଧରେ ଅନ୍ୟ ଜଣେ ଖେଳାଳି ଆଥେନେଆ ଡେଲ୍‌ କାଷ୍ଟିଲୋ ମଧ୍ୟ ଏକ ଅଭିଯୋଗ ଆଣିଥିଲେ। ମ୍ୟାଚ ପରେ ବିଜୟ ହର୍ଷ ଉଲ୍ଲାସ ଚାଲିଥିବା ବେଳେ ରୁବେଲ୍ସ ତାଙ୍କୁ କାନ୍ଧରେ ପକାଇ ନେଇଥିଲେ। ସ୍ପାନିଶ ସରକାର ଏବଂ ଜାତୀୟ ଦଳର ଖେଳାଳିଙ୍କ ଚାପର ବଶବର୍ତ୍ତୀ ହୋଇ ରୁବେଲ୍ସ ସେପ୍ଟେମ୍ବରରେ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri