ହିତାଧିକାରୀଙ୍କ ଅଜାଣତରେ ଖୋଳାଯାଇଛି କ୍ଷେତ ପୋଖରୀ

ନୂଆଗାଁ,୭।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ନାମରେ କ୍ଷେତ ପୋଖରୀ (ଫାର୍ମ ପଣ୍ଡ) ଖୋଳାଯାଇଛ। ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ ପୋଖରୀ ଖୋଳା ଯାଇଛି ସେହି ହିତାଧିକାରୀ ପୋଖରୀ ଖୋଳା ବିଷୟରେ ଜାଣି ନାହାନ୍ତି। ଏ ବାବଦରେ ଅଭିଯୋଗ କରିବାର ୪୦ ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଅଭିଯୋଗକୁ ଚାପି ଦେବାକୁ ଚେଷ୍ଠା କରାଯାଉଥିବା ଅଭିଯୋଗ ହେଉଛି।
ନୂଆଗାଁ ବ୍ଲକ ଜଳ ବିଭାଜିକା ବିଭାଗ ତରଫରୁ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ଲକ୍ଷ୍ମଣ ବେହେରାଙ୍କ ନାମରେ ଏକ କ୍ଷେତ ପୋଖରୀ ଖୋଳା ଯାଇଥିବାର ସୂଚନା ଫଳକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ ଥିବା ପୋଖରୀ ହୁଡାରେ ଲାଗିଥିବା ଅଭିଯୋଗ ହୋଇଥିଲା । ତେବେ ଲକ୍ଷ୍ମଣ ବେହେରାଙ୍କୁ ପୋଖରୀ ବାବଦରେ ପଚାରିବାରେ ପୋଖରୀ ବିଷୟରେ ସେ ଜାଣି ନାହାନ୍ତି କିମ୍ବା କେବେ ପୋଖରୀ ଖୋଳି ନାହାନ୍ତି ବୋଲି ମନା କରିଥିଲେ । ପୋଖରୀ ଖୋଳାକୁ ତଦାରଖ କରିଥିବା ଜଳ ବିଭାଜିକା ବିଭାଗ କର୍ମଚାରୀ ଦୁଃଶାସନ ନାୟକଙ୍କୁ ପଚାରିବାରେ ସୂଚନା ଫଳକରେ ହିତାଧିକାରୀଙ୍କ ନାମ ଭୁଲ ହୋଇଯାଇଛି। ଉକ୍ତ ପୋଖରୀ ବିଭାଗର ପୂର୍ବତନ ପିଡିଙ୍କ ଜଣେ ସମ୍ପର୍କୀୟ ଖୋଳିଥିବାରୁ ପିଡିଙ୍କ ନିର୍ଦ୍ଦେଶକ୍ରମେ ବିଲ୍‌ କରାଯାଇଥିବା ଅଭିଯୋଗକାରୀଙ୍କ ସାମ୍ନାରେ କର୍ମଚାରୀ ନାୟକ ଯନ୍ତ୍ରୀ ହରପ୍ରସାଦ ରଥଙ୍କୁ କହିଥିଲେ । ହିତାଧିକାରୀଙ୍କ ଅଜାଣତରେ ପୋଖରୀ ଖୋଳି ୧ ଲକ୍ଷ ୬୦ ହଜାର ୮୪୮ ଟଙ୍କା ଉଠାଣ ହୋଇଥିବା ନେଇ ଗତ ଫେବୃଆରୀ ୨୨ରେ ବ୍ଲକରେ ଅନୁଷ୍ଠିତ ହୋଇଥିବା ସାମାଜିକ ସମୀକ୍ଷା ଜନଶୁଣାଣିରେ ଅଭିଯୋଗ ହେବା ପରେ ତୁରନ୍ତ ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ରୋଜିନା ଦାସ ନିଦ୍ଦେର୍ଶ ଦେଇଥିଲେ । ତେଣୁ ଏହାର ତଦନ୍ତ କରିବା ପାଇଁ ନୂଆଗାଁ ବିଡିଓ ବାସୁଦେବ ନାୟକ ନୂଆଗାଁ ବ୍ଲକ ସାମାଜିକ ସମୀକ୍ଷକ ସ୍ବର୍ଣ୍ଣଲତା ଦଳବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଭିଯୋଗ ହେବାର ୪୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ଅଧିକାରୀଙ୍କ ନୀରବତା ପରେ ନୟାଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର ପରିଡ଼ାଙ୍କୁ ଜଣାଇବାରେ ବିଚାର କରାଯିବ କହି ସେ ମଧ୍ୟ ନୀରବ ରହିଛନ୍ତି। ତେବେ ଜିଲା ସାମାଜିକ ସମୀକ୍ଷକ ବିଜୟ ବଳିୟାରସିଂଙ୍କୁ ପଚାରିବାରେ ଲକ୍ଷ୍ମଣ ବେହେରାଙ୍କ ପୋଖରୀର ତଦନ୍ତ ଦାୟିତ୍ୱ ଅଣ୍ଡୁସମ୍ୟାନ ନେଇଛନ୍ତି କହିଥିଲେ । ଅଣ୍ଡୁସମ୍ୟାନ ଗିରିଶ ଚନ୍ଦ୍ର ଦାସଙ୍କୁ ପଚାରିବାରେ ତଦନ୍ତ ପାଇଁ ସମୟ ଲାଗିବ ବୋଲି କହିଛନ୍ତି। ତେବେ କ୍ଷେତ ପୋଖରୀ ଖନନରେ ଅନିୟମିତତା ହୋଇଥିବା ଜାଣି ଅଧିକାରୀମାନେ ଅଭିଯୋଗକୁ ଚାପି ଦେବାର ପ୍ରୟାସ କରି ସମୟ ଗଡାଇ ଚାଲୁଛନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri