ଦାଉ ସାଧିଲାଣି ସାର ଦର

କେନ୍ଦ୍ରାପଡ଼ା,୧୧ା୮(ଜଗନ୍ନାଥ ଧଳ): ଲଗାଣ ବର୍ଷା ପରେ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ବନ୍ୟା ଆସି ୧୧୮ ରାଜସ୍ବ ଗ୍ରାମରେ ଚାଷ ନଷ୍ଟ କରିଛି। ଜଳ ନିଷ୍କାସନ ସମସ୍ୟା ତୁଟି ନ ଥିଲେ ମଧ୍ୟ ଚାଷୀମାନେ ଏବେ ଖରିଫ ଚାଷ ପାଇଁ ଅଣ୍ଟା ଭିଡ଼ିଛନ୍ତି। ତେବେ ଏଥିରେ ବଜାରର ସାର ଦର ଦାଉ ସାଧିଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ଜିଲାରେ ସାରର କଳାବଜାର ଚାଲିଛି। ବିଭିନ୍ନ କୃଷି ସେବା ସମବାୟ ସମିତିକୁ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଖରିଫ ଚାଷ ଉପରେ ପ୍ରଭାବ ପକାଇବ ବୋଲି ଚାଷୀ ଓ କୃଷକନେତାମାନେ ମତ ଦେଇଛନ୍ତି।
କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ୧,୪୨,୧୬୫ ହେକ୍ଟର ଚାଷଜମିରୁ ଚଳିତବର୍ଷ ୧,୧୭,୫୫୪ ହେକ୍ଟର ଜମିରେ ଖରିଫ ଚାଷ ହେଉଛି। ଏଥିପାଇଁ କେବଳ ୟୁରିଆ ସାର ୯,୫୦୦ ମେଟ୍ରିକ ଟନ ଆବଶ୍ୟକ ଅଛି। କେନ୍ଦ୍ରାପଡ଼ା ବ୍ଲକରେ ୯୦୦ ମେଟ୍ରିକ ଟନ ୟୁରିଆ ଆବଶ୍ୟକ ଥିବାବେଳେ ଡେରାବିଶ ବ୍ଲକ ଅଞ୍ଚଳ ପାଇଁ ୫୮୫ ମେଟ୍ରିକ ଟନ୍‌ ଆବଶ୍ୟକ। ସେହିପରି ମାର୍ଶାଘାଇ ବ୍ଲକ ଅଞ୍ଚଳରେ ୩୧୮, ମହାକାଳପଡ଼ାରେ ୧୨୭୦, ଗରଦପୁରରେ ୪୨୦, ପଟ୍ଟାମୁଣ୍ଡାଇରେ ୫୪୫, ଆଳିରେ ୩୧୧, ରାଜକନିକାରେ ୧୦୩୦ ଓ ରାଜନଗରରେ ୧୧୨୧ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ଅଛି। ଏଥିସହ ମୋଟ ଉପରେ ୧୪,୪୦୦ ମେଟ୍ରିକ ଟନ ଅନ୍ୟାନ୍ୟ ସାର ଆବଶ୍ୟକ। ତେବେ ଅଦ୍ୟାବଧି ଜିଲାର ୧୧୪ଟି ପ୍ରାଥମିକ କୃଷି ସେବା ସମବାୟ ଓ ୩୧୧ଟି ପଞ୍ଜୀକୃତ ରାସାୟନିକ ସାର ବିକ୍ରୟ କେନ୍ଦ୍ରରେ ସାର ପହଞ୍ଚତ୍ ନାହିଁ। ଫଳରେ ଚଳିତ ବର୍ଷର ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। କୃଷକ ନେତା ଘନଶ୍ୟାମ ବେହେରା କହିଛନ୍ତି, ସାରର ଅଭାବ ବଜାର ଦରକୁ ଅଧିକ ବଢ଼ାଉଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷିକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଉପଯୁକ୍ତ ସମୟରେ ସାର, ବିହନ, ଔଷଧ ଯୋଗାଇ ଦେଉ ନ ଥିବା ସମୟରେ ପ୍ରଶିକ୍ଷଣ କେବଳ କାଗଜପତ୍ରରେ ସୀମିତ ହୋଇଛି। ଚଳିତବର୍ଷ ଚାଷ ଆରମ୍ଭରୁ ସାରର ଅଭାବ କୃଷକଙ୍କ ମନୋବଳ ଭାଙ୍ଗି ଦେଇଛି। ବଗଡ଼ା ଗ୍ରାମର ଚାଷୀ ମୃତ୍ୟୁଞ୍ଜୟ ସାମଲ କହିଛନ୍ତି, ଚଳିତବର୍ଷ ୩ ଏକର ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତ ହୋଇଛି। ଏଥିପାଇଁ ଋଣ ଅର୍ଥରେ ବିହନ କିଣାଯାଇ ତଳି ପ୍ରସ୍ତୁତି ହୋଇଛି। ତେବେ ସାରର ଅଭାବ ଯୋଗୁ ତଳି ରୁଆ ଯାଇ ପାରୁନାହିଁ। ୟୁରିଆ ଦର ସାଧାରଣରେ ୨୭୦ ଟଙ୍କା ଥିବା ବେଳେ ବଜାରରେ ବସ୍ତା ପିଛା ୪୮୦ ଟଙ୍କା ବ୍ୟବସାୟୀ କହୁଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ହିମାଂଶୁ ମୋହନ ମିଶ୍ରଙ୍କୁ ପଚାରବାରେ ସାର ପାଇଁ ଇଣ୍ଡେନ ଯାଇଛି। ଅଦ୍ୟାବଧି ୬ ମେଟ୍ରିକ ଟନ୍‌ ଜିଲାକୁ ଆସିଛି। ଆସନ୍ତା ସପ୍ତାହ ସୁଦ୍ଧା ସାରର ଅଭାବ ଦୂର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?