ଦୋକାନରେ ମଦ ବିକୁଥିଲେ ମହିଳା ୱାର୍ଡମେମ୍ବର: ଖବର ପ୍ରସାରଣ କରିଥିବା ସାମ୍ବାଦିଙ୍କୁ ମା’ଙ୍କ ସହ ମିଶି ରାସ୍ତା ମଝିରେ ଛେଚି ପକାଇଲେ…

ପାଟଣା,୨୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜଣେ କର୍ତ୍ତବ୍ୟରତ ଖବରଦାତାଙ୍କ ଉପରେ ଆକ୍ରମଣ ହୋଇଛି। ମଦ ବିକ୍ରି କରୁଥିବା ଥିବା ଜଣେ ମହିଳା ୱାର୍ଡ ମେମ୍ବର ଓ ତାଙ୍କ ମା’ ମିଶି ପାଟଣା ବଜାର ଉପରେ ଶୁକ୍ରବାର ଅପରାହ୍ନରେ ମାଡ ମାରିଥିବା ନେଇ ଖବରଦାତା ଦଶରଥ ବାରିକ ପାଟଣା ଥାନାରେ ଅଭିଯୋଗ କରିଛନ୍ତି ।
ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମର ଖବରଦାତା ଦଶରଥ ବାରିକ ଶୁକ୍ରବାର ଅପରାହ୍ନରେ ସାଧୁପଡ଼ା ଛକକୁ ବସ୍‌ରେ ଆସୁଥିବା ମାଆଙ୍କୁ ନେବାକୁ ଅପେକ୍ଷା କରି ଏରେଣ୍ଡେଇ ଗ୍ରାମର ଲଳିତ ଗିରିଙ୍କସହ କଥା ହେଉଥିବା ସମୟରେ ପାଟଣା ପଟୁ ନିଜ ମାଆଙ୍କ ସହ ସ୍କୁଟିରେ ଆସୁଥିବା ଏରେଣ୍ଡେଇ ଗ୍ରାମର ୱାର୍ଡ ମେମ୍ବର ବିଦ୍ୟୁତ୍‌ପ୍ରଭା ବେଜ ହଠାତ୍‌ଗାଡିରୁ ଓହ୍ଲାଇ ଦଶରଥଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ନିଜ ମା’ଙ୍କ ସହ ମିଶି ଆକ୍ରମଣ କରିଥିଲେ। ମଦ ବିକିବା ଖବର ପ୍ରସାରଣ କରିଥିଲୁ । ଉପରେ ମୋର ହାତ ଅଛି ଦେଖି ନେବି କହି ମହିଳା ଜଣକ ମାଡ଼ ମାରିଥିଲେ । ମା’ ଝିଅ ମାଡ଼ ମାରିବା ଦେଖି ସାଧୁପଡ଼ା ଛକର ଥିବା କିଛି ଲୋକ ହସ୍ତକ୍ଷେପ କରିବା ଓ ଦଶରଥ ପୋଲିସଙ୍କୁ ଡାକିବାରୁ ମହିଳା ୱାର୍ଡ ମେମ୍ବର ଜଣଙ୍କ ମା’ଙ୍କ ସହ ସ୍କୁଟିରେ ପଳାଇଥିଲେ। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବିଦ୍ୟୁତ୍‌ପ୍ରଭା ତେଜରାତି ଦୋକାନରେ ମଦ ବିକୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ସହ ଦଶରଥ ମଧ୍ୟ ଦାଇତ୍ୱ ସମ୍ପନ୍ନ ଖବର ଦାତା ଭାବରେ ଖବର ପ୍ରସାରଣ କରିଥିଲେ । ମାତ୍ର ଖବର ପ୍ରସାରଣ ପରେ ପାଟଣା ଅବକାରୀ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଚୋରା ମଦ କାରବାର କରୁଥିବା ମହିଳା ୱାର୍ଡ ମେମ୍ବରଙ୍କ ସାହସ ବଢ଼ି ଯାଇଥିଲା । ଫଳରେ ସେ ଖବର ଦାତାଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ । ଏନେଇ ଦଶରଥ ଅଭିଯୋଗ କରିବା ପରେ ପାଟଣା ଥାନାରେ ୮୩/୨୫ରେ ମାମଲା ରୁଜୁ କରି ଥାନା ଏଏସଆଇ ସୋରଜ କୁମାର ସେଠୀ ଘଟଣାର ତଦନ୍ତ କରୁଛନ୍ତି। ଖବର ଦାତାଙ୍କ ପ୍ରତି ଏପରି ଆକ୍ରମଣକୁ ଇଣ୍ଡିଆନ ଜର୍ନାଲିଷ୍ଟ ୟୁନିଅନ ପକ୍ଷରୁ ସାମ୍ବାଦିକ ଦିଲୀପ କୁମାର ସାହୁ, ସିଦ୍ଧେଶ୍ୱର ସାହୁ, ଶଶାଙ୍କ ନାଏକଙ୍କ ସହ ପାଟଣା ଖବରଦାତା ମହେଶ୍ୱର ପୃଷ୍ଟି, ନୃସିଂହ ନାଥ ସିଂ, ସନ୍ତୋଷ କୁମାର ପତି, କିଶୋର ଚନ୍ଦ୍ର ମହାନ୍ତ୍‌ , ବିଜୟ ରତ୍ନ ପତି ପ୍ରମୁଖ ଏହାର ତୀବ୍ର ନିନ୍ଦା ସହ ପୋଲିସ ତୁରନ୍ତ ମଦ ବେପାରୀଙ୍କୁ ଗିରଫ କରି ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏ ନେଇ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଖୁବ ଶୀଘ୍ର ଆକ୍ରମଣ କରିଥିବା ମା ଝିଅଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?