Posted inଖେଳ

ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସର୍ବାଧିକ ମହିଳା ଶୁଟର

ନୂଆଦିଲ୍ଲୀ, ୧୧।୭(ପି.ଟି.): ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଶୁଟିଂ ଇଭେଣ୍ଟରେ ପ୍ରଥମଥର ପାଇଁ ପୁରୁଷ ପ୍ରତିଯୋଗୀଙ୍କ ଅପେକ୍ଷା ସର୍ବାଧିକ ମହିଳା ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ମହିଳା ପ୍ରତିଯୋଗୀଙ୍କ ସଂଖ୍ୟା ୨୩୯ ଆଶା କରାଯାଉଥିବାବେଳେ ୨୦୮ ପୁରୁଷ ପ୍ରତିଯୋଗୀ ଭାଗନେବେ। ଶୁଟିଂ ଇଭେଣ୍ଟରେ ଟୋକିଓରେ ୧୦୦ ଦେଶର ପାଖାପାଖି ୩୫୬ ଆଥ୍‌ଲେଟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅନ୍ୟମାନେ ରିଜର୍ଭରେ ରହିବେ। ଏହା ମଧ୍ୟରେ ଭାରତର ୧୫ ଶୁଟର ସାମିଲ। ମହିଳା ୧୦ ମିଟର ଏୟାର ରାଇଫଲ ଏବଂ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସର୍ବାଧିକ ପ୍ରତିଯୋଗୀ ଏଣ୍ଟ୍ରି କରିଛନ୍ତି। ଜାପାନ ରାଜଧାନୀ ଟୋକିଓରେ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଉତ୍ସବର ପରବର୍ତ୍ତୀ ଦିନରୁ ହିଁ ଶୁଟିଂ ଇଭେଣ୍ଟ ଆରମ୍ଭ ହୋଇଯିବ। ଏହା ୧୦ ଦିନଧରି ଚାଲିବ। ତେବେ ଏଥର ଇଭେଣ୍ଟ ସ୍ଥଳରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ନାହିଁ। ୫ ମହାଦେଶର ୧୦୦ ନ୍ୟାଶନାଲ ଅଲିମ୍ପିକ୍‌ କମିଟିରୁ ୩୫୬ ଆଥଲେଟ୍‌ ଟୋକିଓ ଶୁଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଅନ୍ତର୍ଜାତୀୟ ଶୁଟିଂ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ପକ୍ଷରୁ ପ୍ରକାଶ କରାଯାଇଛି। ମହିଳା ୧୦ ମିଟର ଏୟାର ପିସ୍ତଲରେ ସର୍ବାଧିକ ୫୩ ଏବଂ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ୪୯ ପ୍ରତିଯୋଗୀ ସାମିଲ ଅଛନ୍ତି। ପୁରୁଷ ଇଭେଣ୍ଟ ମଧ୍ୟରେ ୧୦ ମିଟର ଏୟାର ରାଇଫଲରେ ସର୍ବାଧିକ ୪୭ ଓ ୫୦ ମିଟର ରାଇଫଲ ୩ ପୋଜିଶନରେ ୩୯ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି।
ଭାରତର ୧୩ ରାଇଫଲ ଏବଂ ପିସ୍ତଲ ଶୁଟର ସମ୍ପ୍ରତି କ୍ରୋଏସିଆର ଜାଗ୍ରେବରେ ଟ୍ରେନିଂ ନେଉଛନ୍ତି। ପୁରୁଷ ସ୍କିଟ୍‌ ଇଭେଣ୍ଟରେ ଭାଗ ନେବାକୁ ଯାଉଥିବା ୨ ଶୁଟର ଇଟାଲୀରେ ଅଭ୍ୟାସ ଚଳାଇଛନ୍ତି। ସମସ୍ତ ଶୁଟର ଜାଗ୍ରେବ ଏବଂ ଇଟାଲୀରୁ ଚଳିତ ମାସରେ ହିଁ ଟୋକିଓ ଯିବେ। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ) ପ୍ରତି ଇଭେଣ୍ଟ ପାଇଁ ୨ ଜଣ ଲେଖାଏ ରିଜର୍ଭ ଖେଳାଳିଙ୍କୁ ରଖିଛି। ଭାରତୀୟ ଶୁଟରମାନେ ଏନ୍‌ଆରଏଆଇର ଅଲିମ୍ପିକ୍‌ କ୍ୱାଲିଫାଇଂ ପର୍ଯ୍ୟାୟରୁ ପ୍ରଦର୍ଶନ ଭିତ୍ତିରେ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। ଏହା ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରୁ ଆରମ୍ଭ ହୋଇଥିଲା। ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌, ୪ ଶୁଟିଂ ବିଶ୍ୱକପ, ୨୦୧୯ ଏସିଆନ ଚାମ୍ପିୟନଶିପ୍‌ ଏବଂ ଚଳିତ ବର୍ଷ ହୋଇଥିବା ଚୟନ ଟ୍ରାଏଲ-୧ ଓ ୨ରୁ ଶୁଟର ଚୟନ ହୋଇଛନ୍ତି। ଭାରତୀୟ ଦଳରେ ୭ ମହିଳା ଓ ୮ ପୁରୁଷ ଶୁଟର ସାମିଲ ରହିବେ। ଭାରତୀୟ ଶୁଟିଂ ପ୍ରତିନିଧି ଦଳ ମେ’ ୧୧ରେ ଏକ ଚାର୍ଟାର୍ଡ ବିମାନରେ ଜାଗ୍ରେବ ଯାଇ ଅଲିମ୍ପିକ୍‌ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଉଛନ୍ତି। ସେତେବେଳେ ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପକ ରୂପ ନେଇଥିବାରୁ ଜାଗ୍ରେବକୁ ସୁରକ୍ଷିତ ସ୍ଥାନ ବିବେଚନା କରାଯାଇଥିଲା। ଜାଗ୍ରେବରେ ରହଣି କାଳରେ ଭାରତୀୟ ଶୁଟରମାନେ ମେ’ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ୟୁରୋପିଆନ ଚାମ୍ପିୟନଶିପ୍‌ ଏବଂ ଜୁନ୍‌ ୨୨ରୁ ଜୁଲାଇ ୩ ପର୍ଯ୍ୟନ୍ତ ବିଶ୍ୱକପରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri