୧୨ଶହ କୋଟିର ଜାଲିଆତି ଧରାପଡ଼ିଲା

ନୂଆଦିଲ୍ଲୀ,୧୧।୭: ଆନ୍ଧ୍ରପ୍ରଦେଶର ଅଗ୍ରଣୀ ଘରୋଇ ସଂସ୍ଥା ରାମ୍‌କୀ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ ପ୍ରାୟ ୧୨୦୦ କୋଟିର ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଟିକସ ଫାଙ୍କିବା ପାଇଁ ବାଟ କରିଥିଲା। ସଂସ୍ଥାର ଏଭଳି ଆଚରଣ ଯୋଗୁ ଆୟକର ବିଭାଗ ସନ୍ଦେହ ପ୍ରକଟ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲା। ଆୟକର ବିଭାଗ ବିଶେଷ ସୂତ୍ରରୁ କିଛି ତଥ୍ୟ ସଂସ୍ଥା ସମ୍ପର୍କରେ ଜାଣିବାକୁ ପାଇଥିଲା। ଫଳରେ ବିଭାଗ ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିବା ଯୋଗୁ ଏହି ଗ୍ରୁପ୍‌ ପ୍ରାୟ ୧୨୦୦ କୋଟି ଟଙ୍କାର ଜାଲିଆତି କରିଥିବା ଜାଣିବାକୁ ପାଇଥିଲା। ସେହିପରି ଏହି କମ୍ପାନୀ ପ୍ରାୟ ୩୦୦ କୋଟି ଟଙ୍କାର ଆୟ ଲୁଚାଇଥିବା ମଧ୍ୟ ତଦନ୍ତରୁ ଜଣାପଡିଛି। ଏହି କମ୍ପାନୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନିକଟତମ ବ୍ୟକ୍ତି ତଥା ରାଜ୍ୟ ସଭା ସଦସ୍ୟ ଅଯୋଧ୍ୟା ରାମୀ ରେଡ୍ଡୀଙ୍କ ପାରିବାରିକ କମ୍ପାନୀ ବୋଲି ଜଣାପଡିଛି। ଉକ୍ତ କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛି, ଏପରିକି ଓଡ଼ିଶାର ଭୁବନେଶ୍ୱର ଓ କଟକରେ ମଧ୍ୟ ବର୍ଜ୍ୟବସ୍ତୁ ଉଠାଇବା ଦାୟିତ୍ୱ ନେଇଛି। ରାମ୍‌କୀ ନାଁରେ ବହୁ ଆଗରୁ ଠକେଇ ଓ ଜାଲିଆତି ଭଳି ଅଭିଯୋଗ ରହିଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜୁଲାଇ ୬ରେ ଆୟକର ବିଭାଗ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଏହି ସମୟରେ ରାମ୍‌କୀର ବିଭିନ୍ନ ଦସ୍ତାବିଜରୁ ଅନେକ ତଥ୍ୟ ମିଳିଥିଲା। ପରେ ଜାଲିଆତି ଓ ଆର୍ଥିକ ଠକେଇର ସମସ୍ତ ହିସାବ ଆୟକର ବିଭାଗ ପାଇଥିଲା। ଏଥିରୁ ଜଣାପଡ଼ିଛି ଯେ ରାମ୍‌କୀ ଗ୍ରୁପ୍‌ ଏପରିି ଅନେକ ଅନ୍‌ଲାଇନ ଟ୍ରାଞ୍ଜାକଶନ କରିଛି ଯାହାର ହିସାବ ନାହିଁ। ବେଆଇନ ଭାବେ ଅର୍ଥ ଟ୍ରାଞ୍ଜାକଶନର କାଗଜପତ୍ର ବିଭାଗକୁ କମ୍ପାନୀ ଦେବାରେ ସକ୍ଷମ ହୋଇପାରିନାହିଁ। ରାମ୍‌କୀ ଗ୍ରୁପ୍‌ ୨୦୧୮-୧୯ ଆର୍ଥିକ ବର୍ଷରେ ନିଜର କିଛି ଶେୟାର ସିଙ୍ଗାପୁରର ଏକ ଘରୋଇ କମ୍ପାନୀକୁ ବିକ୍ରିକରି ସେଥିରୁ ଅଧିକରୁ ଅଧିକ ଟଙ୍କା ଲାଭ କରିଥିବା ଜଣାପଡ଼ିଛି। କମ୍ପାନୀ ମୁଖ୍ୟତଃ ଆୟକର ଫାଙ୍କିବା ପାଇଁ ନିଜର ଶେୟାର କିଣାବିକାରେ ହେରଫେର କରିଛି ବୋଲି ଆୟକର ବିଭାଗ ତଦନ୍ତରୁ ଜାଣିପାରିଛି। ପୂର୍ବରୁ କମ୍ପାନୀ ଆୟକର ବିଭାଗକୁ ଦେଖାଇଥିଲା ଯେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଛି। ଏହି ଘଟଣାକୁ ଗୁରୁତ୍ୱ ଦେଇ ବିଭାଗ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରିବା ପରେ ଏହା ହୃଦ୍‌ବୋଧ କରିଛି। କେବଳ ସେତିକି ନୁହେଁ, ରାମ୍‌କୀ ମଧ୍ୟ ୨୮୮ କୋଟି ଟଙ୍କାର ଲୋନ୍‌ ନେଇଥିଲା ହେଲେ ଏହାକୁ ଭୁଲ୍‌ ଢଙ୍ଗରେ ଆୟକର ରିଟର୍ନ ଦାଖଲ କରିଥିବା ଦେଖାଇଛି ବୋଲି ଆୟକର ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?