୧୨ଶହ କୋଟିର ଜାଲିଆତି ଧରାପଡ଼ିଲା

ନୂଆଦିଲ୍ଲୀ,୧୧।୭: ଆନ୍ଧ୍ରପ୍ରଦେଶର ଅଗ୍ରଣୀ ଘରୋଇ ସଂସ୍ଥା ରାମ୍‌କୀ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ ପ୍ରାୟ ୧୨୦୦ କୋଟିର ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଟିକସ ଫାଙ୍କିବା ପାଇଁ ବାଟ କରିଥିଲା। ସଂସ୍ଥାର ଏଭଳି ଆଚରଣ ଯୋଗୁ ଆୟକର ବିଭାଗ ସନ୍ଦେହ ପ୍ରକଟ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲା। ଆୟକର ବିଭାଗ ବିଶେଷ ସୂତ୍ରରୁ କିଛି ତଥ୍ୟ ସଂସ୍ଥା ସମ୍ପର୍କରେ ଜାଣିବାକୁ ପାଇଥିଲା। ଫଳରେ ବିଭାଗ ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିବା ଯୋଗୁ ଏହି ଗ୍ରୁପ୍‌ ପ୍ରାୟ ୧୨୦୦ କୋଟି ଟଙ୍କାର ଜାଲିଆତି କରିଥିବା ଜାଣିବାକୁ ପାଇଥିଲା। ସେହିପରି ଏହି କମ୍ପାନୀ ପ୍ରାୟ ୩୦୦ କୋଟି ଟଙ୍କାର ଆୟ ଲୁଚାଇଥିବା ମଧ୍ୟ ତଦନ୍ତରୁ ଜଣାପଡିଛି। ଏହି କମ୍ପାନୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନିକଟତମ ବ୍ୟକ୍ତି ତଥା ରାଜ୍ୟ ସଭା ସଦସ୍ୟ ଅଯୋଧ୍ୟା ରାମୀ ରେଡ୍ଡୀଙ୍କ ପାରିବାରିକ କମ୍ପାନୀ ବୋଲି ଜଣାପଡିଛି। ଉକ୍ତ କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛି, ଏପରିକି ଓଡ଼ିଶାର ଭୁବନେଶ୍ୱର ଓ କଟକରେ ମଧ୍ୟ ବର୍ଜ୍ୟବସ୍ତୁ ଉଠାଇବା ଦାୟିତ୍ୱ ନେଇଛି। ରାମ୍‌କୀ ନାଁରେ ବହୁ ଆଗରୁ ଠକେଇ ଓ ଜାଲିଆତି ଭଳି ଅଭିଯୋଗ ରହିଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜୁଲାଇ ୬ରେ ଆୟକର ବିଭାଗ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଏହି ସମୟରେ ରାମ୍‌କୀର ବିଭିନ୍ନ ଦସ୍ତାବିଜରୁ ଅନେକ ତଥ୍ୟ ମିଳିଥିଲା। ପରେ ଜାଲିଆତି ଓ ଆର୍ଥିକ ଠକେଇର ସମସ୍ତ ହିସାବ ଆୟକର ବିଭାଗ ପାଇଥିଲା। ଏଥିରୁ ଜଣାପଡ଼ିଛି ଯେ ରାମ୍‌କୀ ଗ୍ରୁପ୍‌ ଏପରିି ଅନେକ ଅନ୍‌ଲାଇନ ଟ୍ରାଞ୍ଜାକଶନ କରିଛି ଯାହାର ହିସାବ ନାହିଁ। ବେଆଇନ ଭାବେ ଅର୍ଥ ଟ୍ରାଞ୍ଜାକଶନର କାଗଜପତ୍ର ବିଭାଗକୁ କମ୍ପାନୀ ଦେବାରେ ସକ୍ଷମ ହୋଇପାରିନାହିଁ। ରାମ୍‌କୀ ଗ୍ରୁପ୍‌ ୨୦୧୮-୧୯ ଆର୍ଥିକ ବର୍ଷରେ ନିଜର କିଛି ଶେୟାର ସିଙ୍ଗାପୁରର ଏକ ଘରୋଇ କମ୍ପାନୀକୁ ବିକ୍ରିକରି ସେଥିରୁ ଅଧିକରୁ ଅଧିକ ଟଙ୍କା ଲାଭ କରିଥିବା ଜଣାପଡ଼ିଛି। କମ୍ପାନୀ ମୁଖ୍ୟତଃ ଆୟକର ଫାଙ୍କିବା ପାଇଁ ନିଜର ଶେୟାର କିଣାବିକାରେ ହେରଫେର କରିଛି ବୋଲି ଆୟକର ବିଭାଗ ତଦନ୍ତରୁ ଜାଣିପାରିଛି। ପୂର୍ବରୁ କମ୍ପାନୀ ଆୟକର ବିଭାଗକୁ ଦେଖାଇଥିଲା ଯେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଛି। ଏହି ଘଟଣାକୁ ଗୁରୁତ୍ୱ ଦେଇ ବିଭାଗ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରିବା ପରେ ଏହା ହୃଦ୍‌ବୋଧ କରିଛି। କେବଳ ସେତିକି ନୁହେଁ, ରାମ୍‌କୀ ମଧ୍ୟ ୨୮୮ କୋଟି ଟଙ୍କାର ଲୋନ୍‌ ନେଇଥିଲା ହେଲେ ଏହାକୁ ଭୁଲ୍‌ ଢଙ୍ଗରେ ଆୟକର ରିଟର୍ନ ଦାଖଲ କରିଥିବା ଦେଖାଇଛି ବୋଲି ଆୟକର ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri