ଟିକା ଦେବା ପାଇଁ ପ୍ରବଳ ବର୍ଷାରେ ନଦୀ ପାରିହେଲେ ମହିଳା ସ୍ବାସ୍ଥ୍ୟକର୍ମୀ

ବୈପାରୀଗୁଡା,୧୨ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ବାଲଗାଁ ପଞ୍ଚାୟତରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଲୋକଙ୍କୁ ଟିକାଦେବାକୁ ଉଭୟ ପାଣି ଭର୍ତ୍ତି ଖରସ୍ରୋତା ନାଳ ପାରି ହୋଇ ଲୋକଙ୍କୁ ଟିକା ଦେଇ ନିଜ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି।

ଖବରରୁ ଜଣାପଡିଛି, ଶୁକ୍ରବାର ମୁଣ୍ଡାଗୁଡ଼ା ଗ୍ରାମବାସୀଙ୍କୁ କରୋନା ଟିକାଦେବାକୁ ସ୍ଥିର ହୋଇଥିଲା। ତେବେ ବର୍ଷା ଯୋଗୁ ଗ୍ରାମବାସୀ ଟିକାଦାନ କେନ୍ଦ୍ରକୁ ନାଳ ପାରି ହୋଇ ଆସିପାରି ନ ଥିଲେ। ମୁଣ୍ଡାଗୁଡ଼ା ଗ୍ରାମକୁ ଯିବା ରାସ୍ତାରେ ଏହି ନାଳ ପଡ଼ିଥାଏ। ଖରାଦିନେ ଉକ୍ତ ନାଳରେ ପାରିହୋଇ ଯିବା କୌଣସି ସମସ୍ୟା ନ ଥାଏ ା ମାତ୍ର ବର୍ଷା ଦିନେ ନାଳରେ ପାଣି ଉଛୁଳି ଥାଏ । ଶୁକ୍ରବାର ମୁଣ୍ଡାଗୁଡ଼ାବାସୀଙ୍କୁ କରୋନା ଟିକା ଦେବାକୁ ସ୍ଥିର ହୋଇଥିଲେ ମଧ୍ୟ ନାଳରେ ପାଣି ଅଧିକ ଆସିବାରୁ ନାଳ ଆରପଟ ଥିବା ଗ୍ରାମବାସୀ ଟିକା ନେବାକୁ ଟିକାଦାନ କେନ୍ଦ୍ରକୁ ଆସିପାରି ନ ଥିଲେ। ଏ ପରିସ୍ଥିତିରେ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ମହିଳା ସ୍ବାସ୍ଥ୍ୟକର୍ମୀ ସୁଧାମଣି ମାର୍ଣ୍ଡି ଓ ଅଙ୍ଗନୱାଡି କର୍ମୀ ସୁଲୋଚନା ନାୟକ ଅଣ୍ଟା ଭିଡ଼ିଲେ। ନିଜ ଜୀବନକୁ ବାଜି ଲଗାଇ ଉଭୟ ନାଳ ପାରହୋଇ ଆରପଟେ ପହଞ୍ଚତ୍ ଗ୍ରାମବାସୀଙ୍କୁ ଟିକା ଦେଇଥିଲେ। ଉଭୟ କର୍ମଚାରୀଙ୍କ ଏପରି ସାହସିକତାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri