Posted inଖେଳ

ଫେଡ୍‌କପ୍‌ ନାମ ବଦଳିଲା

ଲଣ୍ଡନ, ୧୮ା୯ (ଏପି)-ଫେଡ୍‌ କପ୍‌ ନାମ ବଦଳିଛି। ମହାନ ମହିଳା ଟେନିସ ଖେଳାଳି ବିଲି ଜିନ୍‌ କିଙ୍ଗ୍‌ଙ୍କ ନାମରେ ଏହା ନାମିତ କରାଯାଇଛି, ଯିଏକି ମହିଳାଙ୍କ ଲାଗି ସାମାଜିକ ନ୍ୟାୟ ଓ ସମାନ ଅଧିକାର ଲାଗି ପିଢି ପିଢି ଧରି ସଂଗ୍ରାମ ଚଳାଇ ଆସୁଛନ୍ତି। ଫେଡ୍‌ କପ୍‌ ଏଣିକି ଦି ବିଲି ଜିନ୍‌ କିଙ୍ଗ୍‌ କପ୍‌ ନାମରେ ପରିଚିତ ହେବ। କୌଣସି ବିଶ୍ୱ ଟିମ୍‌ ପ୍ରତିଯୋଗିତା ଜଣେ ମହିଳାଙ୍କ ନାମରେ ନାମିତ କରିବା ଏହା ପ୍ରଥମ ଦୃଷ୍ଟାନ୍ତ ବୋଲି ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌) ଗୁରୁବାର ପ୍ରକାଶ କରିଛି। କିଙ୍ଗ୍‌ଙ୍କୁ ଏବେ ୭୬ ବର୍ଷ ବୟସ। ସେ କହିଛନ୍ତି ଦୁଃଖର ବିଷୟ ଯେ, ଏବେ ସୁଦ୍ଧା ବିଶ୍ୱରେ ଅନେକ କ୍ଷେତ୍ରରେ ମହିଳାମାନେ ସାମାଜିକ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଆଇଟିଏଫ୍‌ ସଭାପତି ଡେଭିଡ୍‌ ହାଗର୍ଟି କହିଛନ୍ତି ଡେଭିସ୍‌ କପ୍‌ ସମେତ ସମସ୍ତ ଟିମ୍‌ ପ୍ରତିଯୋଗିତା ନାମ ପୁରୁଷ ବ୍ୟକ୍ତିଙ୍କ ନାମରେ ରହିଛି। ମହିଳା ବିଶ୍ୱକପ୍‌ ଟେନିସ ଆଇକନିକ୍‌ ବିଲି ଜିନ୍‌ କିଙ୍ଗ୍‌ଙ୍କ ନାମରେ କରାଯିବା ଯଥାର୍ଥ, ଯିଏକି କ୍ରୀଡ଼ାରେ ମହିଳାଙ୍କ ପ୍ରତି ରହିଥିବା ଚିନ୍ତାଧାରାକୁ ବଦଳାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ ଦଳରେ ନେମାର, ସିଲ୍‌ଭା ସାମିଲ

ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର...

ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଝଟ୍‌କା: ପାକିସ୍ତାନ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ଲାଙ୍ଗର

ମେଲବୋର୍ନ,୫।୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଲାଙ୍ଗର। ସେ ଶନିବାର ହଠାତ୍‌ ଦଳର ମୁଖ୍ୟ କୋଚ୍‌ ପଦରୁ...

୨୦୨୦ରେ ଏଫ୍‌ଆଇଏଚ୍‌ ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ଆରମ୍ଭ କରିବ

ଲଉସେନ,୧୪।୧୨(ପି.ଟି.)- ୨୦୨୦ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶୁକ୍ରବାର ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ଆରମ୍ଭ କରିବ। ତେବେ ଏହି ର଼୍ୟାଙ୍କିଙ୍ଗ୍‌ ମ୍ୟାଚ୍‌...

ଆଙ୍ଗୁଲୋଙ୍କ ଡବଲ ଗୋଲ: ଗୋଆ ବିଜୟୀ

ଭାସ୍କୋ, ୨୪।୧୨- ସ୍ଥାନୀୟ ତିଳକ ମଇଦାନରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଏଫ୍‌ସି ଗୋଆ ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି।...

ଐତିହାସିକ ପିଙ୍କ୍‌ବଲ ଟେଷ୍ଟ ଆରମ୍ଭ; ଈଶାନ୍ତ, ଉମେଶଙ୍କ ଚମତ୍କାର ବୋଲିଂ

କୋଲକାତା, ୨୨।୧୧- କୋଲକାତାର ଇଡେନ ଗାର୍ଡେନରେ ଶୁକ୍ରବାର ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର (ପିଙ୍କ୍‌ବଲ୍‌) କ୍ରିକେଟ ଟେଷ୍ଟ। ଚଳିତ ଭାରତ-ବାଂଲାଦେଶ କ୍ରିକେଟ ସିରିଜର ଏହା ହେଉଛି...

ସୋସିଆଲ ମିଡିଆରେ ଉଡିଲା କୋହଲିଙ୍କ ମଜାକ୍‌: ଜାଣନ୍ତୁ କାହିଁକି

ଲଣ୍ଡନ,୬।୮: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜେମ୍ସ ଆଣ୍ଡରସନଙ୍କ ଉପରେ ପ୍ରଶ୍ନ ପଚରାଯାଇଥିଲା।...

ହାତରେ ତ୍ରିରଙ୍ଗା ଧରି ଶୁଭେଚ୍ଛା ଜଣାଇଲେ ଭାରତୀୟ ଖେଳାଳି

ଆଜି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ଲାଲକିଲ୍ଲାରେ ତ୍ରିରଙ୍ଗା...

ନ୍ୟୁଜିଲାଣ୍ଡ ଗସ୍ତ: ଭାରତୀୟ ମହିଳା ହକି ଦଳର ଦ୍ୱିତୀୟ ବିଜୟ

ଅକ୍‌ଲାଣ୍ଡ, ୫।୨(ପି.ଟି.)- ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ମହିଳା ହକି ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଭାରତ...

Advertisement
Archives

Model This Week