Posted inଖେଳ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜର୍ସି ଉନ୍ମୋଚିତ

ଦୁବାଇ, ୧୮ା୯ (ପି.ଟି.)-କୋଭିଡ୍‌ ହିରୋଙ୍କୁ ସମ୍ମାନ ଜଣାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସାରା ସ୍ବତନ୍ତ୍ର ଜର୍ସି ବ୍ୟବହାର କରିବେ। ଜର୍ସିର ପଛ ପଟେ ଲେଖା ଥିବ ‘ମାଇଁ କୋଭିଡ୍‌ ହିରୋଜ୍‌’। ଏହା ମାଧ୍ୟମରେ ମହାମାରୀ ବିରୋଧରେ ଲଢେଇ କରୁଥିବା ଫ୍ରଣ୍ଟ୍‌ ଲାଇନ୍‌ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଚାହୁଁଛି ଆରସିବି। ପୁନଶ୍ଚ ସିଜନର ପ୍ରଥମ ମ୍ୟାଚ୍‌ରେ ଆରସିବିର ଖେଳାଳିମାନେ ଯେଉଁ ଜର୍ସି ବ୍ୟବହାର କରିବେ ଏହାକୁ ସେମାନେ ନିଲାମ ପାଇଁ ଚ୍ୟାରିଟି ସଂସ୍ଥା ଗିଭ୍‌ ଇଣ୍ଡିଆ ଫାଉଣ୍ଡେଶନକୁ ଦାନ କରିବେ। ଆରସିବି ଚେୟାରମ୍ୟାନ ସଞ୍ଜୀବ ଛୁରିଓ୍ବାଲା, ଅଧିନାୟକ ବିରାଟ କୋହଲି, ପାର୍ଥତ୍ବ ପଟେଲ ଏବଂ ଯୁବ ଓପନର ଦେବଦତ୍ତ ପାଡିକଲଙ୍କ ଉପସ୍ଥିତିରେ ଭର୍ଚୁଲା ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜର୍ସିରେ ବିଜ୍ଞାପନ ଭରି ରହିଥାଏ। ମାତ୍ର ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଥିବା କୋଭିଡ୍‌ ହିରୋଙ୍କୁ ସମ୍ମାନ ଜଣାଇବା ଉଚିତ ବୋଲି ଛୁରିଓ୍ବାଲା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗଲ୍ଫ ଖେଳାଳି କାବ୍ରେରାଙ୍କୁ ୨ବର୍ଷ ଜେଲ

ବୁଏନ୍ସଏୟାର୍ସ, ୯ା୭(ଏପି)-ପୂର୍ବତନ ମାଷ୍ଟର୍ସ ଓ ୟୁଏସ୍‌ ଓପନ୍‌ ଚାମ୍ପିୟନ ଆର୍ଜେଣ୍ଟିନା ଗଲ୍ଫ ଖେଳାଳି ଆଞ୍ଜେଲ କାବ୍ରେରାଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଛି। ୫୧ ବର୍ଷୀୟ କାବ୍ରେରା...

ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୮।୪: ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୬ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରିଛି...

ଜନ୍ମଦିନ, ଡେବ୍ୟୁ ମ୍ୟାଚ୍‌, ପ୍ରଥମ ବଲ୍‌ରେ ଛକା… ବିସ୍ଫୋରକ ବ୍ୟାଟିଂ କରି ଏକାଧିକ ରେକର୍ଡ କଲେ ଏହି କ୍ରିକେଟର

କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ଖେଲିବା ପୂର୍ବରୁ ଉଇକେଟକିପର ସଞ୍ଜୁ ସାମସନ୍‌ ଆହତ ହୋଇଥିଲେ। ଅଭ୍ୟାସ ସମୟରେ ଆହତ ହୋଇଥିବା ସାମସନ୍‌ ମ୍ୟାଚ୍‌...

ଆଇଏସଏଲ ୨୦୨୦: ଗୋଆ-ମୁମ୍ବାଇ ସିଟି ମୁକାବିଲା

ମାର୍ଗାଓ, ୨୫।୧୧(ପି.ଟି.)- ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ରେ ବୁଧବାର ଏଫସି ଗୋଆ ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ନିଜର ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ...

ଧୋନୀଙ୍କ ଗୋଟିଏ ଉପଦେଶକୁ ମନେ ପକାଇଲେ କୋହଲି

କେପଟାଉନ୍‌,୧୦।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଶେଷ ମ୍ୟାଚ ପୂର୍ବରୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ କରିଥିଲେ।...

ବକ୍ସିଂ ଡେ’ ଟେଷ୍ଟରୁ ଆରମ୍ଭ ହେବ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଟୁର୍‌

ଜୋହାନ୍ସବର୍ଗ, ୬ା୧୨- ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଟୁର୍‌ର ସଂଶୋଧିତ କାର୍ଯ୍ୟସୂଚୀ ସୋମବାର ପ୍ରକାଶ ପାଇଛି। ତଦନୁସାରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଡିସେମ୍ବର...

ପରାଜୟ ପରେ ବଡ଼ ନିଷ୍ପତ୍ତି ନେଲେ ଡିକକ୍‌

ସେଞ୍ଚୁରିଆନ,୩୧।୧୨: ପ୍ରଥମ ଟେଷ୍ଟରେ ଭାରତ ଠାରୁ ମିଳିଥିବା ୧୧୩ ରନ୍‌ର ପରାଜୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକାର ଉଇକେଟକିପର ବ୍ୟାଟର କୁଇଣ୍ଟନ ଡିକକ୍‌। ମ୍ୟାଚ୍‌ର...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଦୃଷ୍ଟିକୋଣରୁ ଦ୍ୱିତୀୟ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏଥର କାତାର ରାଜଧାନୀ ଦୋହାରେ...

Advertisement
Archives

Model This Week