କରୋନା ଭୟରେ ପରିବାର ଲୋକ ନେଲେନି ମୃତଦେହ: ସାମାଜିକ କର୍ମୀ କଲେ ସତ୍କାର

ବୌଦ୍ଧ, ୩୧ା୮(ସ୍ବ.ପ୍ର.)-କରୋନା ଭୟରେ ପରିବାର ଲୋକେ ଜଣେ ଯୁବକଙ୍କ ମୃତଦେହ ନେବାକୁ ମନା କରିଦେଲେ ା ଶେଷରେ ପ୍ରଶାସନ ପକ୍ଷରୁ ସାମାଜିକ କର୍ମୀଙ୍କ ସହାୟତାରେ ତାଙ୍କର ଶବ ସତ୍କାର କରାଗଲା ା ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ସହରର ଖଲିଆବଗିଚା ଅଞ୍ଚଳରେ ଦେଖିବାକୁ ମିଳିଛି ା
ପ୍ରକାଶ ଯେ, ଖଲିଆବଗିଚାର ଜଣେ ଯୁବକ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। କିଛିଦିନ ତଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ କରୋନା ପଜିଟିଭ ବାହାରିବାରୁ ତାଙ୍କୁ ସମ୍ବଲପୁର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ୮ ଦିନ ରହି ଚିକିତ୍ସିତ ହେବା ପରେ ତାଙ୍କୁ ଆମ୍ବୁଲାନସ ଯୋଗେ ବୌଦ୍ଧ ଅଣାଯାଇଥିଲା। ତେବେ ସାହିର ଲୋକେ ତାଙ୍କୁ ଘରେ ପୁରାଇବାକୁ ମନା କରିବାରୁ ରବିବାର ରାତିରେ ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ତାଙ୍କୁ ବୌଦ୍ଧ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଭିଡ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ା ମାତ୍ର ପରିବାର ଲୋକ ମୃତଦେହ ନେବାକୁ ମନା କରି ଦେବା ଫଳରେ ପ୍ରଶାସନ ପକ୍ଷରୁ ଗଙ୍ଗାଧର ସାମାଜିକ କର୍ମୀ ସଂଗଠନର ସଦସ୍ୟମାନଙ୍କ ସହାୟତାରେ ବୌଦ୍ଧ ଶ୍ମଶାନ ଘାଟଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଛି ପରିବା ଦର

ଭୁବନେଶ୍ୱର, ୮ା୪(ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ପନିପରିବା ରହିଛି। ଶଟ୍‌ଡାଉନ୍‌ ପରଠାରୁ ଏବେ ବଜାରରେ ସବୁଜ ପନିପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି।...

ନୂଆ ଆକାନ୍ତଙ୍କ ସଂଖ୍ୟା ୨ ଲକ୍ଷରୁ କମ୍‌: ମୃତ୍ୟୁ ସଂଖ୍ୟା ଯୋଗୁ ସ୍ଥିତି ଅସମ୍ଭାଳ…

ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ...

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ କହିଲେ ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୧୮।୧୧: ଛଠ୍‌ ପୂଜାକୁ ସାର୍ବଜନୀନ ଅନୁମତି ଦେବାକୁ ନେଇ ଭାଜପା ସଦସ୍ୟ ମନୋଜ ତିଓ୍ବାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି।...

ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି।...

ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗୋଟିଏ ଜିଲାର

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

୧୩ ପଞ୍ଚାୟତରେ ୧୩ ଆଇସୋଲେଶନ କେନ୍ଦ୍ର, ୪୩୫ ଶଯ୍ୟା ପ୍ରସ୍ତୁତ

ଗୁଡଭେଲା,୨୨ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ୧୩ଟି ପଞ୍ଚାୟତରେ ୧୩ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଥିବା...

ଘରେ ବସି ଦେଖିପାରିବେ ନନ୍ଦନକାନରର ଜୀବଜନ୍ତୁଙ୍କୁ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ମହାମାରୀ କରୋନା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସିପାରୁ ନ ଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଯଦି କେହି ନନ୍ଦନକାନନ ଆସିପାରୁ ନାହାନ୍ତି...

ସରକାରଙ୍କୁ ରିଷି କପୁରଙ୍କ ଅନୁରୋଧ: ସନ୍ଧ୍ୟାରେ ଖୋଲାଯାଉ ମଦ ଦୋକାନ

ମୁମ୍ବାଇ,୨୮।୩: କରୋନା ଭାଇରସର ଭୟାବହତାକୁ ଦେଖି ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଏହାକୁ ନେଇ ସମୟ ସମୟରେ ବଲିଉଡ୍‌ର ଭେଟେରାନ କଳାକାର ରିଷି କପୁର...

Advertisement
Archives

Model This Week