ଅର୍ଥନୀତିକୁ ଯୁଦ୍ଧ ଭୟ

ମୁମ୍ବାଇ/ନ୍ୟୁୟର୍କ,୪ା୧୦: ପାର୍ବଣ ଋତୁରେ ସାଧାରଣତଃ ଭାରତୀୟ ଶେୟାର ବଜାର ଫୁଲିଉଠିଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅକ୍ଟୋବର ଆରମ୍ଭରୁ ଷ୍ଟକ୍‌ ମାର୍କେଟ ତଳମୁହଁା ହେବା ଆରମ୍ଭ କଲାଣି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବଢ଼ିବା ଆଶଙ୍କା ଯୋଗୁ ପୁଞ୍ଜିବଜାର ଧରାଶାୟୀ ହୋଇଯିବ ବୋଲି ଅନେକେ ମତ ଦେଲେଣି।
ଲେବାନନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ସମେତ ଅନେକ ୟୁରୋପୀୟ ବଜାର ୨ ସପ୍ତାହର ସର୍ବନିମ୍ନ ସ୍ତରକୁ ଖସିଥିଲା। ଗୁରୁବାର ଭାରତୀୟ ବଜାରରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ନିଫ୍ଟି୫୦ ୫୪୬.୮୦ ପଏଣ୍ଟ (୨.୧୨%) ଖସି ୨୫,୨୫୦ରେ ରହିଥିବାବେଳେ ସେନ୍‌ସେକ୍ସ ୨.୧୦% ବା ୧,୭୬୯.୧୯ ତଳକୁ ଖସି ୮୨,୪୯୭ରେ କାରବାର ଶେଷ ହୋଇଛି। ଅନୁରୂପ ଭାବେ ବ୍ୟାଙ୍କ ନିଫ୍ଟି ମଧ୍ୟ ୧,୦୭୭ ପଏଣ୍ଟ ଅର୍ଥାତ୍‌ ୨%ରୁ ଊର୍ଦ୍ଧ୍ୱ ତଳକୁ ଯାଇ ୫୧,୮୪୫ରେ ସ୍ଥିର ରହିଛି। ଏଥିଯୋଗୁ ଦିନକରେ ଭାରତୀୟ ନିବେଶକମାନେ ୧୦ ଟ୍ରିଲିୟନ୍‌ରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି। ଅଗଷ୍ଟ ୫ ପରେ ଏହାକୁ ସବୁଠୁ ବଡ଼ ମାର୍କେଟ କ୍ରାଶ୍‌ ବୋଲି କୁହାଯାଉଛି।
ଇରାନର ତୈଳ ଭଣ୍ଡାର ଓ ଡିପୋଗୁଡ଼ିକ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିବା ଆଶଙ୍କା ବଢ଼ିବାରେ ଲାଗିଛି। ଏନେଇ ଆଲୋଚନା ଚାଲିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏପରି ହେଲେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍‌ ଅଏଲ୍‌ ମୂଲ୍ୟ ବଢ଼ିପାରେ। ତୈଳ ଉତ୍ପାଦନ ଓ ରପ୍ତାନି ହ୍ରାସ ପାଇଲେ ଏହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟ ନୁହେଁ, ବରଂ ସାରା ବିଶ୍ୱରେ ଅନୁଭୂତ ହେବ। ବିଶେଷକରି ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ଭାରତୀୟ ବଜାରରେ ସବୁ ସାମଗ୍ରୀର ଦରଦାମ୍‌ ବଢ଼ିବା ଅନୁମାନ କରାଯାଉଛି।

ଲୋହିତ ସାଗରରେ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ହୁଟି ବିଦ୍ରୋହୀ ଇ-ମେଲ୍‌ ଜରିଆରେ ଆକ୍ରମଣ ଧମକ ଦେଉଛନ୍ତି। ଏଥେନ୍ସରେ ଗ୍ରୀସ୍‌ର ଏକ ଶିପିଂ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ତାଙ୍କ ନିକଟକୁ ଆସିଥିବା ଏପରି ଏକ ଇ-ମେଲ୍‌ ପାଇଛନ୍ତି। କମ୍ପାନୀ ମ୍ୟାନେଜରଙ୍କ ବିଜ୍‌ନେସ୍‌ ଇ-ମେଲ୍‌ ଆଡ୍ରେସ୍‌କୁ ମଧ୍ୟ ଅନୁରୂପ ଧମକପୂର୍ଣ୍ଣ ମେସେଜ୍‌ ପଠାଯାଇଛି। ସେଥିରେ ଲେଖାଅଛି, ଇରାନ୍‌ ସମର୍ଥିତ ୟେମେନ୍‌ର ହୁଟି ମିଲିସିଆ ଲୋହିତ ସାଗରରେ ଯାତ୍ରା କରୁଥିବା ଆପଣଙ୍କ ଜାହାଜକୁ ଆକ୍ରମଣ କରିପାରନ୍ତି। ନିଷିଦ୍ଧ ଘୋଷଣା ସତ୍ତ୍ୱେ ରେଡ୍‌ ସି’ରେ ଜାହାଜ ଚଳାଚଳ କଲେ ଆକ୍ରମଣ କରାଯିବ ଏବଂ ଏଥିପାଇଁ ଆପଣ ଉତ୍ତରଦାୟୀ ରହିବେ। ଗତ ଫେବୃୟାରୀରେ ପ୍ରତିଷ୍ଠିତ ହୁଟି ବଳ ଓ ବ୍ୟବସାୟିକ ଶିପିଂ ଅପରେଟରଙ୍କ ମଧ୍ୟସ୍ଥ ସଂସ୍ଥା ୟେମେନ୍‌ଭିତ୍ତିକ ହ୍ୟୁମାନିଟାରିଆନ୍‌ ଅପରେଶନ୍ସ କୋ-ଅର୍ଡିନେଶନ ସେଣ୍ଟର (ଏଚ୍‌ଓସିସି) ପକ୍ଷରୁ ଏହି ମେଲ୍‌ ପ୍ରେରଣ କରାଯାଉଛି। ଇସ୍ରାଏଲ୍‌-ଗାଜା ଯୁଦ୍ଧ ପରେ ନଭେମ୍ବରରୁ ଅଦ୍ୟାବଧି ହୁଟି ଲୋହିତ ସାଗରରେ ପ୍ରାୟ ୧୦୦ ଜାହାଜକୁ ଆକ୍ରମଣ କରିସାରିଲାଣି। ଏହି ଧାରା ଆଗକୁ ଲାଗି ରହିଲେ ଜଳପଥରେ ବାଣିଜ୍ୟକ କାରବାର ବାଧାପ୍ରାପ୍ତ ହେବା ସହ ସବୁ ସାମଗ୍ରୀର ଦରଦାମ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

କାତାର ଜରିଆରେ ଆମେରିକାକୁ ଏକ ବାର୍ତ୍ତା ପ୍ରେରଣ କରିଛି। ସମ୍ପୃକ୍ତ ଅଞ୍ଚଳରେ ତେହରାନ୍‌ ଯୁଦ୍ଧ ଚାହୁଁନାହିଁ। ଏକତରଫା ଆମତ୍ସଂଯମ ପର୍ଯ୍ୟାୟ ଶେଷ ହୋଇଯାଇଛି। ଇସ୍ରାଏଲ୍‌ ପଟୁ ଆକ୍ରମଣ କରାଗଲେ ଅଣପାରମ୍ପରିକ ଶୈଳୀରେ ଏହାର ଜବାବ ଦିଆଯିବ। ଏଥିରେ ଇସ୍ରାଏଲୀ ଭିତ୍ତିଭୂମିକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଧମକ ଦିଆଯାଇଛି।
ସୈନ୍ୟ ଦକ୍ଷିଣ ଲେବାନନ୍‌ର ମାରୋଉନ୍‌ ଅଲ୍‌-ରାସ୍‌ ଗ୍ରାମକୁ ପ୍ରବେଶ କରୁଥିବାବେଳେ ହେଜ୍‌ବୋଲ୍ଲା ପକ୍ଷରୁ ଆକ୍ରମଣ କରାଯାଇଛି।
ଏୟାରଷ୍ଟ୍ରାଇକ୍‌ରେ ସେଣ୍ଟ୍ରାଲ ବେରୁଟ୍‌ରେ ଅନୂ୍ୟନ ୧୫ ହେଜ୍‌ବୋଲ୍ଲା ଫାଇଟରଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ଆହତ ହୋଇଛନ୍ତି। ଇସ୍ରାଏଲ୍‌ ଲେବାବନ୍‌ ରାଜଧାନୀର ଦକ୍ଷିଣ ଉପକଣ୍ଠରେ ଥିବା ଦହିୟେହରେ ମଧ୍ୟ ୩ଟି ମିଶାଇଲ ମାଡ଼ କରିଛି।
ପକ୍ଷରୁ ବଫର ଜୋନ୍‌ ଘୋଷିତ ଦକ୍ଷିଣ ଲେବାନନ୍‌ର ଉତ୍ତର ଭାଗକୁ ତୁରନ୍ତ ଖାଲି କରିବାକୁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେଇଛି।
ସେନା କହିଛି, ଏହାର ପ୍ରତି ଆକ୍ରମଣରେ ଦକ୍ଷିଣ ଲେବାନନ୍‌ରେ ୨ ଇସ୍ରାଏଲୀ ସୈନ୍ୟ ନିହତ ହୋଇଛନ୍ତି।
୪୮ ଘଣ୍ଟାରେ ଗାଜାରେ ମଧ୍ୟ ଇସ୍ରାଏଲ୍‌ ଆକ୍ରମଣକୁ ଜୋର୍‌ଦାର କରିଛି। ଏଥିରେ ଅନେକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?