ଡରାଉଛି ସମ୍ଭାବ୍ୟ ବାତ୍ୟା

କେନ୍ଦ୍ରାପଡ଼ା ଅଫିସ,୪।୧୨: ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ଶନିବାରରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇବ। ପାଣିପାଗ ବିଶେଷଜ୍ଞ ଓ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଏପରି ସୂଚନା ପରେ ଜିଲାବାସୀ ସମ୍ଭାବ୍ୟ ଜଓ୍ବାଦକୁ ନେଇ ଆତଙ୍କିତ ହୋଇଛନ୍ତି। ଖରିଫ ଫସଲ ଅମଳ ହୋଇ ନ ଥିବା ସମୟରେ ଏହି ଝଡ଼ ଆର୍ଥିକ ପରିସ୍ଥିତିକୁ ଆହୁରି ଦୁର୍ବଳ କରିବ ବୋଲି ଆକଳନ କରୁଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦେଖି ଜିଲାର ୩୪୦୪ ବୋଟ ଓ ଟ୍ରଲର ତଟ ଅଞ୍ଚଳରେ ପହଞ୍ଚତ୍ଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ପ୍ରତି ପଞ୍ଚାୟତରେ ସଚେତନତା ସୃଷ୍ଟି ସହ ଶୂନ୍ୟ ମରଣ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଶନିବାରରୁ ଉପାନ୍ତ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଓ ଥଇଥାନ କରାଯିବ ବୋଲି ପ୍ରସ୍ତୁତିରେ ଅଛନ୍ତି।
ସମ୍ଭାବ୍ୟ ବାତ୍ୟା ଜଓ୍ବାଦକୁ ନେଇ ମହାକାଳପଡ଼ାର ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଲଗାଣ ବର୍ଷା ଓ ପବନ ଜିଲାର ଆର୍ଥିକ ମେରୁଦଣ୍ଡ ଉପରେ ପାହାର ଦେବ। କ୍ଷେତରେ ଏବେ ଖରିଫ ଧାନ ଅମଳକୁ ଅପେକ୍ଷା କରିଛି। ସେହିପରି ଶୀତଦିନିଆ ପରିବା ସହ ଅନ୍ୟ ଫସଲର ଚାଷ ଆରମ୍ଭ ହୋଇଛି। ଗତ ୟାସ୍‌ ବାତ୍ୟା ଖରିଫ ଧାନ ଫସଲ ଆରମ୍ଭରେ ହୋଇଥିବାରୁ ଚାଷୀ ପ୍ରଭାବିତ ହୋଇଥିଲେ। ଅମଳ ସମୟରେ ସମ୍ଭାବ୍ୟ ବାତ୍ୟା ଚାଷୀଙ୍କ ଋଣ ଶୁଝିବା ଚିନ୍ତାର କାରଣ ହେବ। ରାଜନଗର ବ୍ଲକ ଡାଙ୍ଗମାଳର ଶ୍ରୀକାନ୍ତ ଦାସ କହିଛନ୍ତି, ସମୁଦ୍ର ତଟ ଅଞ୍ଚଳରେ ଥିବା ରାଜନଗର ଓ ମହାକାଳପଡ଼ାବାସୀ ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ। ଏହି ସମ୍ଭାବ୍ୟ ବାତ୍ୟା ସମୟରେ ଅମାବାସ୍ୟା ତିଥି ରହିଥିବାରୁ ଜୁଆର ଅଧିକ ଉଚ୍ଚ ରହିବା ସମ୍ଭାବନା ଅଛି। ତଟ ବନ୍ଧଗୁଡିକ ଅନୂ୍ୟନ ୩ ମିଟର ପର୍ଯ୍ୟନ୍ତ ଜୁଆର ମାଡରୁ ରକ୍ଷା କରିପାରୁଛି। ଏହାଠୁ ଅଧିକ ଉଚ୍ଚରେ ଜୁଆର ଆସିଲେ ତଟ ଅଞ୍ଚଳ ସହ ଭିତରକନିକାର ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଉପରେ ବିପଦ ସୃଷ୍ଟି ହେବା ସମ୍ଭାବନା ଅଛି। ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତାଘାଟଠାରୁ ଆରମ୍ଭ କରି ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଆଦି ଅତ୍ୟାବଶ୍ୟକ ସେବା ମିଳିବା କଷ୍ଟ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ କାର୍ଯ୍ୟ କରିବା ଆବଶ୍ୟକ। ମହାକାଳପଡ଼ାର ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ବାତ୍ୟାର ଅଧିକ ପ୍ରଭାବ ଜିଲାରେ ପଡ଼ିଲେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବ। ବୃଦ୍ଧା, ବୃଦ୍ଧ ଓ ପ୍ରସୂତିଙ୍କୁ ତୁରନ୍ତ ଚିହ୍ନଟ କରି ସ୍ଥାନାନ୍ତର କରିବା କଥା। ସେହିପରି ଜିଲାର ୨୦ ଆଲର୍ଟ ସେଣ୍ଟରରୁ ମାତ୍ର ୧୧ଟି ଏବେ କାର୍ଯ୍ୟକ୍ଷମ ଅଛି। ଅବଶିଷ୍ଟ ସଜାଡ଼ିବାକୁ ଜିଲା ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ ଏହାର ସୁଫଳ ମିଳୁନାହିଁ। ବାତ୍ୟା ସମ୍ପର୍କରେ ଜିଲା ଜରୁରିକାଳୀନ ଅଧିକାରୀ ହେମଲତା ବାହାଲିଆ କହିଛନ୍ତି, ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଜିଲାକୁ ୩ଟି ଓଡ୍ରାଫ ଟିମ୍‌, ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଆସିବା ସହ ୧୪ଟି ଅଗ୍ନିଶମ ବାହିନୀ ଟିମ୍‌ ସଜାଗ ଅଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହାକୁ ପ୍ରଶାସନିକ ଅଧିକାରୀମାନେ ତଦାରଖ କରୁଛନ୍ତି। ୪ ତାରିଖ ପୂର୍ବାହ୍ନରୁ ଚିହ୍ନଟ ଗ୍ରାମରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା ଆଶ୍ରୟସ୍ଥଳକୁ ବାସ ଉପଯୋଗୀ କରାଯାଇଛି। ମୋଟ ୧୬୫ଟି ଆଲାସ୍କା ଲାଇଟ ସଂରକ୍ଷିତ ରହିଛି। ବାତ୍ୟା ଓ ପରବର୍ତ୍ତୀ ସମୟ ପାଇଁ ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟକୁ ସଜାଗ କରାଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri