Posted inଖେଳ

ସୁନ୍ଦରଙ୍କ ପାଇଁ ବାପାଙ୍କ ବଳିଦାନ

ଚେନ୍ନାଇ,୨୦।୧୮: କରୋନା ଯୋଗୁ କ୍ରିକେଟରଙ୍କ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଖେଳାଳିଙ୍କୁ କଠିନ ବାୟୋ ବବୁଲରେ ରହିବାକୁ ପଡୁଛି। କରୋନା ଯୋଗୁ ଭାରତୀୟ କ୍ରିକେଟର ୱାଶିଂଟନ ସୁନ୍ଦରଙ୍କୁ ତାଙ୍କ ବାପାଙ୍କଠାରୁ ଦୂରରେ ରହିବାକୁ ପଡିଛି। ସୁନ୍ଦରଙ୍କ ପିତା କହିଛନ୍ତି ଯେ, କରୋନା ହେବାର ଆଶଙ୍କା ଥିବାରୁ ସେ ତାଙ୍କ ପୁଅଠାରୁ ଦୂରରେ ଅଛନ୍ତି। ୱାଶିଂଟନ ସୁନ୍ଦର ଇଂଲଣ୍ଡ ଯାଉଥିବା ଭାରତୀୟ ଦଳର ଏକ ଅଂଶ ଅଛନ୍ତି। ଇଂଲଣ୍ଡ ଯିବା ପୂର୍ବରୁ ସେ ମୁମ୍ବାଇରେ ପହଞ୍ଚିଛି। ସୁନ୍ଦରଙ୍କ ବାପା ଏମ ସୁନ୍ଦର ଚେନ୍ନାଇର ଆୟକର ବିଭାଗରେ କାର୍ଯ୍ୟ କରନ୍ତି, ଏଥିପାଇଁ ତାଙ୍କୁ ସପ୍ତାହରେ ଦୁଇ-ତିନି ଦିନ କାର୍ଯ୍ୟାଳୟ ଯିବାକୁ ପଡୁଛି।
ସୁନ୍ଦରଙ୍କ ପିତା ଚାହୁଁ ନ ଥିଲେ ଯେ ତାଙ୍କ ପୁଅ କରୋନା ହେବାର ଆଶଙ୍କା ମଧ୍ୟରେ ଚଳନ୍ତୁ। ସୁନ୍ଦରଙ୍କ କହିଛନ୍ତି, ଯେତେବେଳେ ଆଇପିଏଲ ପରେ ସୁନ୍ଦର ଘରକୁ ଆସିଲା, ମୁଁ ଏକ ଅଲଗା ଘରେ ରହୁଥିଲି। ମୋ ସ୍ତ୍ରୀ ଏବଂ ଝିଅ ସୁନ୍ଦରଙ୍କ ସହ ରହୁଥିଲେ, କାରଣ ଏମାନେ ଘରୁ ବାହାରକୁ ଆସନ୍ତି ନାହିଁ। ମୁଁ ସୁନ୍ଦରଙ୍କୁ ଏକ ଭିଡିଓ କଲରେ ଦେଖୁଛି। ମୋ କାରଣରୁ ସେ କରୋନାକୁ ବିପଦରେ ପକାଇବାକୁ ମୁଁ ଚାହୁଁ ନାହିଁ ବୋଲି ସେ କହିଛନ୍ତି। ସୁନ୍ଦରଙ୍କ ପିତା କହିଛନ୍ତି, ସୁନ୍ଦର ସର୍ବଦା ଲର୍ଡସ ଏବଂ ଇଂଲଣ୍ଡର ଅନ୍ୟାନ୍ୟ ସ୍ଥାନରେ ଖେଳିବାକୁ ଚାହୁଁଥିଲେ। ସେ କୌଣସି ମୂଲ୍ୟରେ ଏହି ଗସ୍ତକୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲେ।
ସୂଚନାଯୋଗ୍ୟ, ୱାଶିଂଟନ ସୁନ୍ଦର ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ଗସ୍ତରେ ବ୍ରିସବେନ ଟେଷ୍ଟରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ମ୍ୟାଚରେ ସୁନ୍ଦର ଉଭୟ ବ୍ୟାଟ୍‌ ଏବଂ ବଲ ସହିତ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ନିଜର ସ୍ଥାନ ପ୍ରମାଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସୁନ୍ଦର ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ଫର୍ମ ଜାରି ରଖିବାରେ ସଫଳ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ ଶକ୍ତ ଧକ୍କା

ଖ୍ରୀଷ୍ଟଚର୍ଚ୍ଚ,୨୮।୨- ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳ ଏବେ ସମସ୍ୟାରେ ଘେରି ହୋଇଯାଇଛି। ଆହତ ସମସ୍ୟା କାରଣରୁ ମୁଖ୍ୟ ବୋଲର ଈଶାନ୍ତ...

ଟୋକିଓ ଅଲିମ୍ପିକ୍ସ: ୨ ଓଡ଼ିଆଙ୍କୁ ଟିକେଟ

ନୂଆଦିଲ୍ଲୀ,୧୮।୬: ଟୋକିଓ ଅଲମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍‌ର ୧୬ଜଣିଆ ସ୍କ୍ବାଡ୍‌ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ସେମାନେ...

ଭୁଲ୍‌ କରିଦେଲେ କି କୋହଲି, ପନ୍ତ କହିଲେ ଏମିତି

ଲିଡ୍ସ,୨୬।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ଖେଳାଯାଉଛି। ଭାରତ ପ୍ରଥମ ଦିନ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ ଜିତିବା...

ଭାରତ-ଅଷ୍ଟ୍ରେଲିଆ ସିରିଜରେ ନଜର ଆସିବେ ନାହିଁ ଏହି ୫ କ୍ରିକେଟର, ନିରାଶ ହେବେ ପ୍ରଶଂସକ !

ନୂଆଦିଲ୍ଲୀ,୧୫।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ ଖେଳାଯିବ। ଏହାପୂର୍ବରୁ କିଛି ଖେଳାଳି ସିରିଜରୁ ବାଦ୍‌ ପଡ଼ିଛନ୍ତି। ଭାରତୀୟ...

ଦୋହା ଟ୍ରେନିଂ : ଓଡ଼ିଶା ଏଫ୍‌ସି ଯୁବ ଫୁଟବଲରଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି

ଭୁବନେଶ୍ୱର,୩।୩(ପି.ଟି.)- କାତାର ରାଜଧାନୀ ଦୋହାରେ ଟ୍ରେନିଂ ନେଇ ଫେରିଛନ୍ତି ଓଡ଼ିଶା ଏଫସି୍‌ର ଜୁନିୟର ଫୁଟବଲର। ଦେବେନ ସାହନୀ, ରେଉବେନ ଲେଟଖୋଟିନ୍‌ଚନ, ସିଭିଏଲ୍‌ ରେମଟଲୁଆଙ୍ଗା ଓ ଏସ୍‌....

ଭାରତ ବିପକ୍ଷ ସିରିଜରୁ ସୈଫୁଦ୍ଦିନ ଓହରିଲେ

ଢାକା, ୨୫।୧୦(ପି.ଟି.)-ପିଠିରେ ଯନ୍ତ୍ରଣା କାରଣରୁ ବାଂଲାଦେଶ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ଭାରତ ବିପକ୍ଷ ଟି୨୦ କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ...

ପିଏସ୍‌ଏଲ ବେଳେ କରାଯାଇଥିବା ସମସ୍ତ କୋଭିଡ୍‌-୧୯ ଟେଷ୍ଟ ନେଗେଟିଭ

କରାଚୀ,୨୦।୩- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ ଜଡ଼ିତ ଖେଳାଳି, ଷ୍ଟାଫ, ମ୍ୟାଚ୍‌ ଅଫିସିଆଲ, ଦଳ ମାଲିକ, ପ୍ରସାରଣକାରୀ କର୍ମକର୍ତ୍ତାଙ୍କ ସମେତ ମୋଟ ୧୨୮ ଜଣଙ୍କ କୋଭିଡ୍‌-୧୯...

ଲାବୁସେନ, ସ୍ମିଥ୍‌ଙ୍କ ଦ୍ୱିଶତକ

ପର୍ଥ, ୨ା୧୨ (ଏପି):ମାର୍ନସ ଲାବୁସେନ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦ୍ୱିଶତକ ଯୋଗୁ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪ ଉଇକେଟ...

Advertisement
Archives

Model This Week