Posted inଖେଳ

ସୁନ୍ଦରଙ୍କ ପାଇଁ ବାପାଙ୍କ ବଳିଦାନ

ଚେନ୍ନାଇ,୨୦।୧୮: କରୋନା ଯୋଗୁ କ୍ରିକେଟରଙ୍କ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଖେଳାଳିଙ୍କୁ କଠିନ ବାୟୋ ବବୁଲରେ ରହିବାକୁ ପଡୁଛି। କରୋନା ଯୋଗୁ ଭାରତୀୟ କ୍ରିକେଟର ୱାଶିଂଟନ ସୁନ୍ଦରଙ୍କୁ ତାଙ୍କ ବାପାଙ୍କଠାରୁ ଦୂରରେ ରହିବାକୁ ପଡିଛି। ସୁନ୍ଦରଙ୍କ ପିତା କହିଛନ୍ତି ଯେ, କରୋନା ହେବାର ଆଶଙ୍କା ଥିବାରୁ ସେ ତାଙ୍କ ପୁଅଠାରୁ ଦୂରରେ ଅଛନ୍ତି। ୱାଶିଂଟନ ସୁନ୍ଦର ଇଂଲଣ୍ଡ ଯାଉଥିବା ଭାରତୀୟ ଦଳର ଏକ ଅଂଶ ଅଛନ୍ତି। ଇଂଲଣ୍ଡ ଯିବା ପୂର୍ବରୁ ସେ ମୁମ୍ବାଇରେ ପହଞ୍ଚିଛି। ସୁନ୍ଦରଙ୍କ ବାପା ଏମ ସୁନ୍ଦର ଚେନ୍ନାଇର ଆୟକର ବିଭାଗରେ କାର୍ଯ୍ୟ କରନ୍ତି, ଏଥିପାଇଁ ତାଙ୍କୁ ସପ୍ତାହରେ ଦୁଇ-ତିନି ଦିନ କାର୍ଯ୍ୟାଳୟ ଯିବାକୁ ପଡୁଛି।
ସୁନ୍ଦରଙ୍କ ପିତା ଚାହୁଁ ନ ଥିଲେ ଯେ ତାଙ୍କ ପୁଅ କରୋନା ହେବାର ଆଶଙ୍କା ମଧ୍ୟରେ ଚଳନ୍ତୁ। ସୁନ୍ଦରଙ୍କ କହିଛନ୍ତି, ଯେତେବେଳେ ଆଇପିଏଲ ପରେ ସୁନ୍ଦର ଘରକୁ ଆସିଲା, ମୁଁ ଏକ ଅଲଗା ଘରେ ରହୁଥିଲି। ମୋ ସ୍ତ୍ରୀ ଏବଂ ଝିଅ ସୁନ୍ଦରଙ୍କ ସହ ରହୁଥିଲେ, କାରଣ ଏମାନେ ଘରୁ ବାହାରକୁ ଆସନ୍ତି ନାହିଁ। ମୁଁ ସୁନ୍ଦରଙ୍କୁ ଏକ ଭିଡିଓ କଲରେ ଦେଖୁଛି। ମୋ କାରଣରୁ ସେ କରୋନାକୁ ବିପଦରେ ପକାଇବାକୁ ମୁଁ ଚାହୁଁ ନାହିଁ ବୋଲି ସେ କହିଛନ୍ତି। ସୁନ୍ଦରଙ୍କ ପିତା କହିଛନ୍ତି, ସୁନ୍ଦର ସର୍ବଦା ଲର୍ଡସ ଏବଂ ଇଂଲଣ୍ଡର ଅନ୍ୟାନ୍ୟ ସ୍ଥାନରେ ଖେଳିବାକୁ ଚାହୁଁଥିଲେ। ସେ କୌଣସି ମୂଲ୍ୟରେ ଏହି ଗସ୍ତକୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲେ।
ସୂଚନାଯୋଗ୍ୟ, ୱାଶିଂଟନ ସୁନ୍ଦର ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ଗସ୍ତରେ ବ୍ରିସବେନ ଟେଷ୍ଟରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ମ୍ୟାଚରେ ସୁନ୍ଦର ଉଭୟ ବ୍ୟାଟ୍‌ ଏବଂ ବଲ ସହିତ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ନିଜର ସ୍ଥାନ ପ୍ରମାଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସୁନ୍ଦର ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ଫର୍ମ ଜାରି ରଖିବାରେ ସଫଳ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri