Advertisement
Posted inଜାତୀୟ

ଅବିବାହିତା ଝିଅଙ୍କୁ ଉଚ୍ଚଶିକ୍ଷା ଦେବା ପିତାଙ୍କ ଦାୟିତ୍ୱ…

ନୂଆଦିଲ୍ଲୀ,୧୪।୧୧ : ଦିଲ୍ଲୀର କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଅବିବାହିତ ଝିଅଙ୍କର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବା ପିତାଙ୍କ ଦାୟିତ୍ୱ। ଏ ସମ୍ପର୍କରେ ଜଣେ ଝିଅ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ।

ତାଙ୍କ ଉଚ୍ଚଶିକ୍ଷାର ଖର୍ଚ୍ଚ ତାଙ୍କ ପିତା ବହନ କରିବାକୁ ସେ ଦାବି କରିଥିଲେ। ୧୯ ବର୍ଷ ବୟସ୍କା ଝିଅ କୋର୍ଟରେ ଦାଖଲ କରିଥିବା ତାଙ୍କ ପିଟିଶନରେ କହିଛନ୍ତି ଯେ, ମାଆ ତାଙ୍କର ଅଧ୍ୟୟନ ଖର୍ଚ୍ଚ ବହନ କରିବାକୁ ସକ୍ଷମ ନୁହଁନ୍ତି ଏବଂ ବାପା ଜାଣିଶୁଣି ଖର୍ଚ୍ଚ ବହନ କରୁ ନାହାନ୍ତି ।

ଖବର ଅନୁଯାୟୀ, କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଯଦି ଝିଅ ଅବିବାହିତ ଏବଂ ସେ ଅଧିକ ଅଧ୍ୟୟନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଉତ୍ସାହିତ କରାଯିବା ଉଚିତ। ତାଙ୍କର ପାଠପଢ଼ାର ସମସ୍ତ ଦାୟିତ୍ୱ ପିତା ବହନ କରିବା ଆବଶ୍ୟକ। ତେବେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସେ ଝିଅକୁ ଅଧିକ ଶିକ୍ଷା ଦେଇ ପାରିବେ କି ନାହିଁ ସେନେଇ ପିତାଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦେଖିବା ଜରୁରୀ। ଯେତେବେଳେ କୋର୍ଟ ଏହି ପ୍ରସଙ୍ଗରେ ରିପୋର୍ଟ ମାଗିଥିଲେ, ସେତେବେଳେ ଜଣାପଡ଼ିଥିଲା ଯେ ଆବେଦନକାରୀଙ୍କ ପିତା ଜଣେ ବ୍ୟବସାୟୀ।
ରିପୋର୍ଟରେ ଦର୍ଶାଯାଇଛି ଯେ ସ୍ବାମୀ-ସ୍ତ୍ରୀ ଅଲଗା ରହୁଛନ୍ତି ଏବଂ ଝିଅ ତାଙ୍କ ମାଙ୍କ ସହ ରୁହନ୍ତି। ଏହି କାରଣରୁ ପିତା ନିଜ ଝିଅର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବାକୁ ରାଜି ନୁହନ୍ତି।

କୋର୍ଟ କହିଛନ୍ତି ଯେ ଝିଅର ଶିକ୍ଷା ଖର୍ଚ୍ଚ ନଦେବା ପାଇଁ ଏହା ଏକ ଆଧାର ନୁହେଁ। ସ୍ବାମୀ-ସ୍ତ୍ରୀଙ୍କୁ ଅଲଗା ରହିବାକୁ ପଡୁଛି, ଏହାର କିଛି କାରଣ ଥାଇପାରେ। କିନ୍ତୁ ଏହି କାରଣରୁ ଝିଅ ଶିକ୍ଷାରୁ ବଞ୍ଚିତ ହୋଇପାରିବେ ନାହିଁ। ତେଣୁ ପିତାଙ୍କୁ ଅବିବାହିତ ଝିଅର ଉଚ୍ଚଶିକ୍ଷା ଖର୍ଚ୍ଚ ବହନ କରିବାକୁ ପଡିବ ।

ଚଳିତ ବର୍ଷ ଜାନୁଆରୀରେ ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଜଣେ ଅବିବାହିତା ଝିଅର ଭରଣପୋଷଣ ଦାୟିତ୍ୱ ଜଣେ ପିତାଙ୍କର କର୍ତ୍ତବ୍ୟ । ଏହାମଧ୍ୟରେ ଝିଅଙ୍କର ଶିକ୍ଷା ଏବଂ ବିବାହ ପାଇଁ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଭିପିନ ସାଙ୍ଗି ଏବଂ ଜସମିତ ସିଂଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ କହଥିଲେ ଯେ କନ୍ୟାଦାନ କରିବା ଏକ ହିନ୍ଦୁ ପିତାଙ୍କ ପବିତ୍ର ତଥା ଧାର୍ମିକ ଦାୟିତ୍ୱ। ଏଥିରୁ ସେ ପଛକୁ ଯାଇ ପାରିବେ ନାହିଁ। ଯଦିଓ ଜଣେ ଅବିବାହିତ ଝିଅ ଚାକିରୀ କରି ରୋଜଗାର କରୁଥାନ୍ତି, ତେବେ ଏହା ଅନୁମାନ କରାଯାଇପାରିବ ନାହିଁ ଯେ ସେ ବୈବାହିକ ଖର୍ଚ୍ଚ ପୂରଣ କରିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବେକ ଓବରୟଙ୍କ ଘର ଉପରେ ଚଢାଉ

ମୁମ୍ବାଇ,୧୫ ।୧୦: ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଚଢାଉ କରାଯାଇଛି । ବେଙ୍ଗାଲୁରୁ ପୋଲିସର ୨ ଜଣ ଇନସ୍‌ପେକ୍ଟର ଗୁରୁବାର...

ଟ୍ରେନ ଚାଳକଙ୍କୁ କଚୋରି ପ୍ରେମ ପଡ଼ିଲା ମହଙ୍ଗା

ଜୟପୁର,୨୩।୨: ଜଣେ ଲୋକୋ ପାଇଲଟ୍‌ ଟ୍ରେନ ସହ ଏକ ରେଲଓ୍ବେ କ୍ରସିଂରେ ବାଧକ ସାଜନ୍ତି। ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥାନ୍ତି ଶତାଧିକ ଯାତ୍ରୀ। ଜଣେ ବ୍ୟକ୍ତି...

ମୌସୁମୀ ବର୍ଷା ନେଇଛି ୨ହଜାର ୩ଶହ ୯୧ ଜୀବନ: ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୧: ମୌସୁମୀ ବର୍ଷାରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଦେଶରେ ୨ହଜାର ୩ଶହ ୯୧ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଲୋକସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ...

କଣ୍ଟ୍ରାକ୍ଟର ଆତ୍ମହତ୍ୟା ଘଟଣା: କ୍ୟାବିନେଟ୍‌ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ବେଙ୍ଗାଲୁରୁ,୧୩।୪: କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କ ମୃତ୍ୟୁ ଘଟଣାରେ କର୍ନାଟକ କ୍ୟାବିନେଟ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୃତକଙ୍କ ଭାଇ ପ୍ରଶାନ୍ତ...

୨୪ ଘଣ୍ଟାରେ ମାଡ଼ ହେବ ସୌରଝଡ଼: ପ୍ରଭାବିତ ହେବ ମୋବାଇଲରୁ ବିମାନ ସେବା

ନୂଆଦିଲ୍ଲୀ,୧୨।୭: ଏକ ଶକ୍ତିଶାଳୀ ସୌର ଝଡ଼ ଦ୍ରୁତ ବେଗରେ ପୃଥିବୀ ଆଡେ ମାଡ଼ିଆସୁଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ଼...

୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମୁମ୍ବାଇ,୧୦।୭: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ରାଜ୍ୟରେ ରାଜନୈତିକ ଡ୍ରାମା ଶେଷ ହୋଇନାହିଁ। ମହାରାଷ୍ଟ୍ର ବିଧାନସଭାର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର...

ଜାନୁୟାରୀ ୧୦ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଲାଗୁ ହେବନି ସୁତକ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ତାରିଖ ମଧ୍ୟ ରାତ୍ରରେ ହେବ। ତେବେ ଏହା ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ...

ଡିଜିଟାଲ ଇଣ୍ଡିଆ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ମୋଦି

ନୂଆଦିଲ୍ଲୀ,୧୯।୧୧: ଦେଶର ବିକାଶରେ ପ୍ରାଦ୍ୟୋଗିକ ଜ୍ଞାନକୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଇଣ୍ଡିଆ ଏବେ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives

Model This Week