ନାମକରଣ ପରେ ୪୦ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗିଲା ବାପା

ଥିରୁଭାନନ୍ତପୁରମ, ୨୫।୯: କେରଳର ଥିରୁବଲମ୍‌ର ପଚଲ୍ଲୁର ଅଞ୍ଚଳରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନାମକରଣ ସଂସ୍କାରର କିଛି ଘଣ୍ଟା ପରେ ନିଜର ୪୦ ଦିନର ଶିଶୁ କନ୍ୟାକୁ ନଦୀ ଗର୍ଭକୁ ଫିଙ୍ଗି ଦେଇଛନ୍ତି। ଫଳରେ ନିରୀହ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବାପା ଉନ୍ନିକୃଷ୍ଣନକୁ ଗିରଫ କରିଛି। ପୋଲିସ ପକ୍ଷରୁ କୁହାଯାଇଛି, ଶୁକ୍ରବାର ଶିଶୁ କନ୍ୟାଟିର ଶବ ଉଦ୍ଧାର କରାଯାଇଛି।
ଜଣାପଡ଼ିଛି ଯେ, ଉନ୍ନିକୃଷ୍ଣନ ପେଶାରେ ଜଣେ ଇଲେକ୍ଟ୍ରିସିଆନ। ଗୁରୁବାର ସକାଳେ ଉନ୍ନିକୃ୍‌ଷ୍ଣନ ତାଙ୍କ ନବଜାତ ଶିଶୁ କନ୍ୟାର ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଥିବାରୁ ଉନ୍ନିକୃଷ୍ଣନ ନିକଟରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ଶିଶୁ କନ୍ୟାକୁ ନେଇ ଯାଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସ୍ବାମୀ କିମ୍ବା ତାଙ୍କ ନବଜାତ ଶିଶୁ କନ୍ୟା ଘରକୁ ନ ଆସିବାରୁ ଉନ୍ନିକୃଷ୍ଣନଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିଛି ଲୋକ ଉନ୍ନିକୃଷ୍ଣନଙ୍କୁ ନଦୀ ପାଖରେ ବୁଲୁଥିବାର ଦେଖିଥିଲେ। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଶୁକ୍ରବାର ସକାଳେ ପୋଲିସ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଥିଲା। ପରେ ପଚରାଉଚରା କରିବାରୁ ସେ ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ଦେଇଥିବା ଉନ୍ନିକୃଷ୍ଣନ ସ୍ବୀକାର କରିଥିଲା। ପୋଲିସ ଏହି ଘଟଣାରେ ଉନ୍ନିକୃଷ୍ଣନଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ନିର୍ବାଚନ ଲଢ଼ିବ ଏଆଇଏମ୍‌ଆଇଏମ୍‌

ଅହମଦାବାଦ,୩୦।୫: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା ପାଇ ଅସାଦୁଦ୍ଦିନ ଓୱାଇସିଙ୍କ...

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗର ଲାଲଚୌକରେ ଗ୍ରେନେଡ ମାଡ଼

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରେ ସ୍ବାଧିନତାର ଅମୃତ ମହୋତ୍ସବ ମଧ୍ୟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳେ ଶୋପିଆନରେ ସିଆରପିଏଫ୍‌ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ ପରେ...

ଜିତିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨୬।୬: ତ୍ରିପୁର ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ମାଣିକ ସାହା ବରଦୋଓ୍ବାଲି ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ନିକଟତମ କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାର...

୩ ଲକ୍ଷ ୯୦ ହଜାରରୁ ଅଧିକଙ୍କ ଘଟିଲାଣି ମୃତ୍ୟୁ, ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…

ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ପୋଲିସକୁ ହତ୍ୟା କଲା ପୋଲିସ

ଜାମସେଦପୁର, ୧୧।୮: ଜଣେ ପୋଲିସ କର୍ମଚାରୀ ଆଉ ଜଣେ ପୋଲିସଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ଘଟଣା ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲା ଘାଟଶୀଳା ସହରରେ...

ବକେୟା ବିଦ୍ୟୁତ୍‌ ବିଲ୍‌ ଭରଣା କରିବେ ସରକାର

ଚଣ୍ଡିଗଡ଼,୨୯।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ନେତୃତ୍ୱରେ ବୁଧବାର କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ବିଲ୍‌...

ଛାତ୍ରୀଛାତ୍ରଙ୍କ ୧୫୦ ସାଟେଲାଇଟ୍‌ ମହାକାଶ ଗଲା

ଚେନ୍ନାଇ, ୨୦।୨: ତାମିଲନାଡ଼ୁର ଚେଙ୍ଗାଲ ପୋଟ୍ଟୁ ଜିଲା ପଟ୍ଟିପୋଲାମ ଗ୍ରାମରୁ ରବିବାର ଏ.ପି.ଜେ. ଅବଦୁଲ କଲାମ ସାଟେଲାଇଟ୍‌ ଲଞ୍ଚ ଭେହିକଲ୍‌ ମିଶନ୍‌-୨୦୨୩ ଉତ୍‌କ୍ଷେପଣ କରାଯାଇଛି। କାର୍ଯ୍ୟକ୍ରମରେ...

ଦେଶର ୧୦ ରାଜ୍ୟରେ ନାହିଁ ମହିଳା ହେଲ୍ପ୍‌ଲାଇନ୍‌: ସେଥିରେ ରହିଛି ଭାଜପା ଶାସିତ ୯ ରାଜ୍ୟ

ନୂଆଦିଲ୍ଲୀ,୨।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଦେଶର ୧୦ଟି ରାଜ୍ୟରେ ମହିଳା ହେଲ୍ପ୍‌ଲାଇନ୍‌ ଆରମ୍ଭ ହୋଇ ନାହିଁ। ସେଥିମଧ୍ୟରେ...

Advertisement
Archives

Model This Week