୧୨ ବର୍ଷର ଝିଅଙ୍କୁ ବଳାତ୍କାର କଲେ ବାପା: ଘଟଣା ଜଣାପଡ଼ିବା ପରେ…

ପାଲଲହଡ଼ା,୧୯ା୮ (ଦିବ୍ୟଜ୍ୟୋତି ଦାଶ):୧୨ ବର୍ଷୀୟା ନାବାଳିକା ଝିଅକୁ ସାବତ ବାପା ବଳାତ୍କାର କରିଥିବା ସୋମବାର ଅନୁଗୋଳ ଜିଲା ପାଲଲହଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଦେବଗଡ଼ ଜିଲାର ଜଣେ ମହିଳା ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିବାବେଳେ ପୂର୍ବରୁ ମହିଳାଙ୍କର ଗୋଟିଏ ଝିଅ ରହିଛି। ତେବେ ଦ୍ୱିତୀୟ ବିବାହ ପରେ ସମ୍ପୃକ୍ତା ନାବାଳିକାଙ୍କୁ ପାଲଲହଡ଼ା ଉପଖଣ୍ଡର ଏକ କନ୍ୟାଶ୍ରମରେ ପଢ଼ିବା ପାଇଁ ଛଡ଼ାଯାଇଥିଲା। ଗତ ୧୫ ତାରିଖରେ ସାବତ ବାପା ଉକ୍ତ କନ୍ୟାଶ୍ରମରେ ପହଞ୍ଚି ଆଈଙ୍କ ଦେହ ଖରାପ କହି ସାବତ ଝିଅକୁ ସାଙ୍ଗରେ ନେଇଯିବା ସହ ଘରେ ବଳାତ୍କାର କରିଥିଲେ। ୧୬ ତାରିଖରେ ଝିଅକୁ ଆଣି ସ୍କୁଲରେ ଛାଡ଼ି ଦେଇଥିଲେ। ତେବେ ସୋମବାର ମା’ ସହ ସାବତ ବାପା କନ୍ୟାଶ୍ରମରେ ପହଞ୍ଚି ଝିଅକୁ ନେବା ପାଇଁ ଉଦ୍ୟମ କରିବା ବେଳେ ଝିଅ ସମସ୍ତ ଘଟଣା ମା’ଙ୍କୁ ଜଣାଇଥିଲେ। ଏହାପରେ ନାବାଳିକାଙ୍କ ମାମୁ ଘର ପକ୍ଷରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ ଜରାଯାଇଥିଲା। ପୋଲିସ ସାବତ ବାପାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣା ଲହୁଣିପଡ଼ା ଥାନା ଅଞ୍ଚଳରେ ଘଟିଥିବାରୁ ପାଲଲହଡ଼ା ଥାନାରେ ଶୂନ୍ୟ ଏତଲା ରୁଜୁ କରାଯାଇ ସମ୍ପୃକ୍ତ ଥାନାକୁ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯିବ ବୋଲି ପାଲଲହଡ଼ା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?