ଝିଅ ବିବାହ ଲାଗି ଗାଁକୁ ଆସିଥିଲେ, ପୋଖରୀ ହୁଡ଼ାରୁ ମିଳିଲା ବାପାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ସୋରଡ଼ା,୧୯।୧(ରଜନୀ ମହାପାତ୍ର): ଝିଅକୁ ବିବାହ କରାଇବା ଲାଗି ଗାଁକୁ ଆସିଥିଲେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ବାପା। ହେଲେ ତା’ ପୂର୍ବରୁ ପୋଖରୀ ହୁଡ଼ାରୁ ମିଳିଛି ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ଗଞ୍ଜାମ ଜିଲା ବଡଗଡ ଥାନା ରାଇବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗ୍ରାମର ଡମ୍ବରୁ ସ୍ବାଇଁ(୪୫)। ପରିବାରଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

ସୂଚନାନୁଯାୟୀ, ଡମ୍ବରୁ ସୁରଟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। କିଛି ଦିନ ତଳେ ଝିଅକୁ ବିବାହ କରାଇବା ପାଇଁ ସେ ଗାଁ କୁ ଆସିଥିଲେ। ହେଲେ ତାଙ୍କୁ ଉକ୍ତ ଗ୍ରାମର ଶଙ୍କର ସ୍ବାଇଁଙ୍କ ପୁଅ ବାଇନାଥ ସ୍ବାଇଁ ହତ୍ୟା ଧମକ ଦେଇଥିଲେ। ବାଇନାଇ ଫୋନ୍‌ରେ ପଠାଇଥିବା ବାର୍ତ୍ତା ଆଧାରରେ ଡମ୍ବରୁ ବରଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ। ପରିବାରଲୋକଙ୍କ କହିବା ମୁତାବକ, କିଛି ବର୍ଷ ପୂର୍ବରୁ ଦୁଇ ପରିବାର ମଧ୍ୟରେ ବିଦାଦ ରହିଥିଲା। ପୋଲିସର ସହଯୋଗରେ ଆପସ ବୁଝାବଣା ମଧ୍ୟ ହୋଇଥିଲା। ମାତ୍ର ତିନିଦିନ ତଳେ ଶଙ୍କର ହାତରେ ଠେଙ୍ଗା ଧରି ଡମ୍ବରୁଙ୍କ ପରିବାରଲୋକଙ୍କ ସହ ଗାଲିଗୁଲଜ କରିଥିଲେ। ତେବେ ଶୁକ୍ରବାର ରାତିରେ ଡମ୍ବରୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ । ବିଳମ୍ବ ହେବାରୁ ଘର ଲୋକେ ଫୋନ କରିଥିଲେ। ମାତ୍ର ଫୋନ ଲାଗି ନ ଥିଲା। ଶେଷରେ ତାଙ୍କୁ ଖୋଜିବାକୁ ଯାଇ ପୋଖରୀ ହୁଡ଼ାରେ ଡମ୍ବରୁଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ବରଗଡ଼ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ନେଇ ଡମ୍ବୁରୁ ଙ୍କ ସ୍ତ୍ରୀ ବଡ଼ଗଡ ଥାନା ଲିଖିତ ଅଭିଯୋଗ କରିବା ପରେ (ମାମଲା ନଂ-୩୮/୨୫) ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରିବା ସହ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବଡ଼ଗଡ ଥାନା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

ଭାରତକୁ ପୁଣି ସାହାଯ୍ୟ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୧୯।୮: ଗତ କିଛି ମାସ ଧରି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରାରମ୍ଭରେ ତାରିକ ରହମାନ ସରକାରଙ୍କୁ ପଛକୁ ପକାଇ ଦେଇଥିଲା। ତଥାପି, ବାଂଲାଦେଶ…

ଗିରଫ ହେବେ ଟିଏମପି ଏମପି ମହୁଆ ମୋଇତ୍ରା? ହେଟ ସ୍ପିଚ ମାମଲାରେ…

ନୂଆଦିଲ୍ଲୀ,୧୯।୮: ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟରୁ ଏକ ପ୍ରମୁଖ ଖବର ସାମ୍ନାକୁ ଆସିଛି। ନାଦିଆ ଜିଲାର ଏକ କୋର୍ଟ ହେଟ୍‌ ସ୍ପିଚ ମାମଲା ସମ୍ପର୍କରେ ଜାରି କରିଥିବା ସମନକୁ…

୪୬ ପଇସା ପୈଠ ନକରିବାରୁ ଭାଜପା ନେତାଙ୍କ ଉପରେ ୧୨୦୦ ଟଙ୍କା ଜରିମାନା ଲଗାଇଛି HDFC ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କର କ୍ରେଡିଟ କାର୍ଡ ବିଲ ପେମେଣ୍ଟ କରିବା ସମୟରେ ଅଳ୍ପ କିଛି ପଇସା କମ ରହିଯାଏ, ତେବେ କ’ଣ ଏକ ବ୍ୟାଙ୍କ ଆପଣଙ୍କଠାରୁ…

ମଙ୍ଗଳ-ଶନିଙ୍କ କେନ୍ଦ୍ରଯୋଗ; ୪ ରାଶିଙ୍କ ଭଲଦିନ ଆରମ୍ଭ, ବଢିବ ଅପର୍ଯ୍ୟାପ୍ତ ଧନ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର, ୨୦୨୬ ଠାରୁ, ମଙ୍ଗଳ ଏବଂ ଶନି ପରସ୍ପରଠାରୁ ୯୦ ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ କେନ୍ଦ୍ର…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

ଓମର ଅବଦୁଲ୍ଲାଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ଆମେରିକୀୟ ରାଷ୍ଟ୍ରଦୂତ, ଜମ୍ମୁ-କାଶ୍ମୀର….

ନୂଆଦିଲ୍ଲୀ, ୧୯।୮: ଭାରତରେ ଆମେରିକାର ରାଜଦୂତ ସର୍ଗିଓ ଗୋର୍ ବୁଧବାର ଜମ୍ମୁ-କଶ୍ମୀରକୁ ନେଇ ଭାରତର ଆଭିମୁଖ୍ୟ ସହ ସମାନ ମତ ରଖିଛନ୍ତି । ସେ ଜମ୍ମୁ-କଶ୍ମୀରକୁ ଭାରତର…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ

ଭଞ୍ଜନଗର,୧୯ା୮(ବାବୁଲା ପ୍ରଧାନ): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ଏମପାଓ୍ବାର୍‌ ସେଲ’ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri