ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର ବିବାହ କରିବାକୁ ଯୋଜନା ଚଳାଇଥିଲେ। ଏହି ଦ୍ୱିତୀୟ ବିବାହ ପ୍ରସ୍ତାବକୁ ୨ ନାବାଳକ ପୁଅ ବିରୋଧ କରିବାରୁ ଘର ଲୋକଙ୍କ ସହ ମିଶି ସେ ଉଭୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ଫତେଗଡ଼ ଅଞ୍ଚଳରେ ସୋମବାର ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଧାନଚେଙ୍ଗେଡ଼ା ଗ୍ରାମର ପ୍ରକାଶ ମହାନ୍ତିଙ୍କ ଘର ଶିଡ଼ି ରେଲିଂରୁ ଦୁଇଭାଇ ଆକାଶ(୧୪) ଓ ଆଦିତ୍ୟ(୯)ଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିବା ପରେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଓ ଅଭିଯୋଗରୁ ଜଣାପଡ଼ିଛି ଯେ, ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀ ୩ ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ଦୁଇପୁଅ ଆକାଶ ଓ ଆଦିତ୍ୟ ଧାନଚେଙ୍ଗେଡ଼ା ସ୍କୁଲରେ ପଢ଼ନ୍ତି। ତେବେ ବାପା ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ଜାଣି ଉଭୟେ ଚିନ୍ତିତ ହୋଇପଡ଼ିଥିଲେ। ଏହାକୁ ଦୁହେଁ ବିରୋଧ କରିଥିଲେ। ଏହି କାରଣରୁ ପ୍ରକାଶ, ତାଙ୍କ ବାପା, ମା’, ଭଉଣୀ ଓ ଜ୍ୱାଇଁ ମିଶି ହତ୍ୟା କରିଥିବା ମାମୁଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ନଂ. ୬୧/୨୫ରେ ମାମଲା ରୁଜୁ କରି ପ୍ରକାଶଙ୍କୁ ଥାନାରେ ଅଟକ ରଖିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଏନେଇ ନୟାଗଡ଼ ଏସ୍‌ପି ଏସ୍‌. ସୁଶ୍ରୀ କହିଛନ୍ତି, ଧାନଚେଙ୍ଗଡ଼ା ଗଁାରେ ୨ ନାବାଳକଙ୍କୁ ହତ୍ୟା କରାଯାଇଛି ନା ଦୁହେଁ ଆମତ୍ହତ୍ୟା କରିଛନ୍ତି ତାହା ଜାଣି ହେଉନି। ବ୍ୟବଚ୍ଛେଦ, ସାଇଣ୍ଟିଫିକ୍‌ ଟିମର ରିପୋର୍ଟ ଓ ପୋଲିସର ପଚରାଉଚୁରା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଖଣ୍ଡପଡ଼ା ଏସ୍‌ଡିପିଓ ଧାନଚେଙ୍ଗେଡ଼ା ଗଁାକୁ ଯାଇ ଘଟଣା ସମ୍ପର୍କରେ ପଚରାଉଚୁରା କରିଛନ୍ତି।
ଦୁଇଭାଇଙ୍କ ଆଈ ଖଣ୍ଡପଡ଼ା ଥାନା ବେଣାଗାଡିଆ ପଞ୍ଚାୟତ କୁଞ୍ଜପଲ୍ଲୀ ଗଁାର ମାଗୁଣି ନାୟକ ଅଭିଯୋଗ କରିଛନ୍ତି, ଜ୍ୱାଇଁଙ୍କ ପରକୀୟା ପ୍ରୀତି ଜଣାପଡ଼ିବା ପରେ ଝିଅ ଜ୍ୱାଇଁଙ୍କ ମଧ୍ୟରେ ବିବାଦ ହୋଇଥିଲା। ଜ୍ୱାଇଁଙ୍କ ନିର୍ଯାତନା ସହିି ନ ପାରି ଝିଅ ୩ ବର୍ଷ ତଳେ ଆମତ୍ହତ୍ୟା କରିଥିଲା।

ଝିଅ ଚାଲିଯିବା ପରେ ଦୁଇନାତିଙ୍କୁ ସେ ଆଣି ନିଜ ଘରେ ରଖିଥିଲେ। କିଛିମାସ ତଳେ ଦୁଇନାତି ନିଜ ଗଁାକୁ ଫେରିଥିଲେ। ଜ୍ୱାଇଁଙ୍କ ବିବାହ ପ୍ରସ୍ତାବ ଆସିଥିଲା। ଏହାକୁ ୨ ଭାଇ ବିରୋଧ କରୁଥିଲେ। ସେମାନଙ୍କୁ ହତ୍ୟା କରି ଦ୍ୱିତୀୟ ବିବାହର ରାସ୍ତା ପରିଷ୍କାର କରାଯାଇଛି। ୨ ନାତିଙ୍କୁ ହତ୍ୟାକରି ଏହାକୁ ଆମତ୍ହତ୍ୟାର ରୂପ ଦେବା ପାଇଁ ରେଲିଂରେ ଝୁଲାଇ ଦିଆଯାଇଛି। ଅନ୍ୟପକ୍ଷେ ପ୍ରକାଶଙ୍କ ମା’ ସଉରୀ ମହାନ୍ତି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ବୋହୂ ମୃତ୍ୟୁ ପରେ ୨ ନାତି ଓ ପୁଅକୁ ସବୁଦିନ ରୋଷେଇ କରି ଦେବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ତେଣୁ ୨ୟ ବିବାହ କରିବାକୁ ପୁଅକୁ ସେ କହିଥିଲେ। ୨ ନାତି ପରିବାରର ଅସୁବିଧା ଦେଖିପାରୁ ନ ଥିଲେ। ସାନ ନାତିକୁ ବାନ୍ଧି ଶିଡ଼ି ରେଲିଂରେ ଝୁଲାଇ ବଡ଼ନାତି ଆମତ୍ହତ୍ୟା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri